ଭାରତୀୟ ବାୟୁ ସେନାରେ ସାମିଲ ହେଲା ‘ପ୍ରଚଣ୍ଡ’
ଜୟପୁର : ଭାରତୀୟ ବାୟୁସେନା ହେଲା ଆହୁରି ଅଧିକ ଶକ୍ତିଶାଳୀ I ନିମିଷକେ ଶତ୍ରୁହେବେ ଦମନ I ସେନାରେ ସାମିଲ ହେଲା ସ୍ବଦେଶୀ ସ୍ୱଦେଶୀ ଜ୍ଞାନ କୌଶଳ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର ‘ପ୍ରଚଣ୍ଡ’ I ପାହାଡିଆ ଅଞ୍ଚଳରେ ଯୁଦ୍ଧାସ୍ତ୍ର ଧରି ସହଜରେ ଉଡିପାରିବ ଏହି ହେଲିକପ୍ଟର । ଏହାକୁ ସେନା ପକ୍ଷରୁ ରାଜସ୍ଥାନର ଲଙ୍ଗେୱାଲାଠାରେ ମୁତୟନ କରାଯିବ। ଏହା ଗୋଟିଏ ମିନିଟରେ ୭୫୦ ଗୁଳି ବର୍ଷା କରିପାରିବ । ଏହା ସହିତ ଏହି ହେଲିକପ୍ଟରରେ ମିଶାଇଲ […]
ଜୟପୁର : ଭାରତୀୟ ବାୟୁସେନା ହେଲା ଆହୁରି ଅଧିକ ଶକ୍ତିଶାଳୀ I ନିମିଷକେ ଶତ୍ରୁହେବେ ଦମନ I ସେନାରେ ସାମିଲ ହେଲା ସ୍ବଦେଶୀ ସ୍ୱଦେଶୀ ଜ୍ଞାନ କୌଶଳ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର ‘ପ୍ରଚଣ୍ଡ’ I ପାହାଡିଆ ଅଞ୍ଚଳରେ ଯୁଦ୍ଧାସ୍ତ୍ର ଧରି ସହଜରେ ଉଡିପାରିବ ଏହି ହେଲିକପ୍ଟର । ଏହାକୁ ସେନା ପକ୍ଷରୁ ରାଜସ୍ଥାନର ଲଙ୍ଗେୱାଲାଠାରେ ମୁତୟନ କରାଯିବ। ଏହା ଗୋଟିଏ ମିନିଟରେ ୭୫୦ ଗୁଳି ବର୍ଷା କରିପାରିବ । ଏହା ସହିତ ଏହି ହେଲିକପ୍ଟରରେ ମିଶାଇଲ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯିବାର ସାମର୍ଥ୍ୟ ରହିଛି ।
ସୂଚନାନୁସାରେ ଏହି ଲଢୁଆ ହେଲିକପ୍ଟରକୁ ବେଙ୍ଗାଲୁରୁର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ (Hindustan Aeronautics Limited ) ତିଆରି କରିଛି । ସୀମାରେ ପଡୋଶୀ ପାକିସ୍ତାନ ଏବଂ ଚୀନ୍ ଭାରତ ପାଇଁ ସମସ୍ୟା ବଢାଉଛନ୍ତି । ଯାହାଫଳରେ ପାହାଡିଆ ଅଞ୍ଚଳରେ ଲଢୁଆ ବିମାନ ଉଡିବା ସମ୍ଭବପର ହୋଇପାରୁନି । ଏହିଭଳି ସ୍ଥିତିରେ ଏଲସିଏଚ୍ ବାୟୁସେନାକୁ ଅଧିକ ବଳ ଯୋଗାଇବ । ଏନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବାୟୁସେନା ପ୍ରମୁଖ ମାର୍ସଲ ବିଆର୍ ଚୌଧୁରୀଙ୍କ ତଥା ଦେଶର ନୂତନ ସିଡିଏସ ଜେନେରାଲ ଅନୀଲ ଚୌହାନଉପସ୍ଥିତିରେ ଯୋଦ୍ଧପୁର ସ୍ଥିତ ଷ୍ଟେସନରେ ଏହି ଯୁଦ୍ଧ ହେଲିକପ୍ଟରକୁ ବାୟୁସେନାରେ ସାମିଲ କରାଯାଇଛି। ଏହି ଅବସରରେ ସର୍ବଧର୍ମ ପ୍ରାର୍ଥନା କରାଯାଇଛି। ରାଜନାଥ କହିଛନ୍ତି ଯେ, ଦୀର୍ଘ ଦିନ ହେବ ଆକ୍ରଣାତ୍ମକ ହେଲି କପ୍ଟରରର ଆବଶ୍ୟକତା ଥିଲା। ବିଶେଷ କରି ୧୯୯୯ ପାକିସ୍ତାନ ବିପକ୍ଷ ଯୁଦ୍ଧରେ ଏହାର ଯଥେଷ୍ଟ ଆବଶ୍ୟକ ଥିବା ଅନୁଭବ ହୋଇଥିଲା। ଯେଉଁ ଆବଶ୍ୟକ ଏବେ ପୂରଣ ହୋଇପାରିଛି।
ହେଲିକପ୍ଟରର ଓଜନ ୫.୮ ଟନ୍ ରହିଥିବା ବେଳେ ପାହାଡିଆ ଅଞ୍ଚଳରେ ମିସାଇଲ ଏବଂ ଯୁଦ୍ଧାସ୍ତ୍ର ନେଇ ଉଡାଣ ଭରିପାରିବ। ଏଲସିଏଚ(LCH)ର ମୁଖ୍ୟ କାମ ସର୍ଚ୍ଚ ଅପରେସନ କରିବା । ଆକାଶମାର୍ଗରେ ଉଡୁଥିବା ସନ୍ଦେହ ଜନକ ବିମାନ ରୋକିବା ସହ ଅନୁପ୍ରବେଶ ରୋକିବ । ଅଧିକ ଉଚ୍ଚରେ ଉଡୁଥିବାରୁ ଶତ୍ରୁର ବଙ୍କର ଧ୍ୱଂସ କରିପାରିବ । ଯୁଦ୍ଧ ସମୟରେ ଲଢୁଆ ବିମାନ ବ୍ୟବହାର ହୋଇନପାରିଲେ ଏଲସିଏଚ ବ୍ୟବହାର ହେବ । ସର୍ଜିକାଲ ଷ୍ଟ୍ରାଇକରେ ବ୍ୟବହାର ହୋଇପାରିବ ଏଲସିଏଚ ।ଶତ୍ରୁର ରାଡାରକୁ ସହଜରେ ଠାବ କରିପାରିବ । ଯଦି ଏହି ହେଲିକପ୍ଟରରେ ଗୁଳି ବାଜିଲେ ତେବେ ଏହାର ବିଶେଷ କ୍ଷତି ହେବନି । ଯଦି ପବନର ବେଗ ଅଧିକ ରହିବ ତେବେ ଏହି ହେଲିକପ୍ଟର ଏହା ତାର କାମ ଜାରି ରଖିବ । ଘଣ୍ଚାପ୍ରତି ସର୍ବାଧିକ ୨୭୦ କିଲୋମିଟର ବେଗରେ ଉଡିପାରିବାର କ୍ଷମତା ରହିଛି । ହେଲିକପ୍ଟରରେ ଯୁଦ୍ଧ ବିମାନ ଭଳି ଦୁଇ ଜଣ ପାଇଲଟ ଆଗ ପଛରେ ବସିବେ ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମଣ୍ଡଳ ସମିତିର ବୈଠକରେ ୧୫ଟି ସ୍ୱେଦଶୀ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ମିଳିଥିଲା । ଏହାମଧ୍ୟରୁ ୧୦ ହେଲିକପ୍ଟର ବାୟୁସେନା ଏବଂ ୫ଟି ସ୍ଥଳସେନା ପାଇଁ ବ୍ୟବହାର କରିବାକୁ ପ୍ରସ୍ତାବ ରହିଛି । ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ, ଏହି ହେଲିକପ୍ଟରରେ ୪୫ ପ୍ରତିଶତ ସ୍ଵଦେଶୀ ଉପକରଣ ବ୍ୟବହୃତ ହୋଇଛି।
I would be in Jodhpur, Rajasthan tomorrow, 3rd October, to attend the Induction ceremony of the first indigenously developed Light Comat Helicopters (LCH). The induction of these helicopters will be a big boost to the IAF’s combat prowess. Looking forward to it. pic.twitter.com/L3nTfkJx5A
— Rajnath Singh (@rajnathsingh) October 2, 2022




