ନେପାଳ ତିବ୍ବତ ସୀମାନ୍ତରେ ଶକ୍ତିଶାଳୀ ଭୂ-କମ୍ପ ,୫୦ ଟପିଲା ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ : ପାଳ ଓ ତିବ୍ଦତ ସୀମାରେ ଭୟଙ୍କର ଭୂମିକମ୍ପ । ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୫୩ ରେ ପହଞ୍ଚିଛି । ଆଜି ସକାଳେ ନେପାଳ,ତିବ୍ଦତ ସୀମା ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଅନୁଭୂତ ହୋଇଥିଲା ଶକ୍ତିଶାଳୀ ଭୂ-କମ୍ପ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ବଢିଚାଲିଛି । ନେପାଳ ସୀମା ଓ ତିବ୍ଦତରେ ଅନେକ ବିରାଟକାୟ କୋଠା ଭୁଶୁଡି ପ୍ରାୟ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ରୁ ଅଧିକ ଗୁରୁତର ଆହତ […]
ନୂଆଦିଲ୍ଲୀ : ପାଳ ଓ ତିବ୍ଦତ ସୀମାରେ ଭୟଙ୍କର ଭୂମିକମ୍ପ । ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୫୩ ରେ ପହଞ୍ଚିଛି । ଆଜି ସକାଳେ ନେପାଳ,ତିବ୍ଦତ ସୀମା ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଅନୁଭୂତ ହୋଇଥିଲା ଶକ୍ତିଶାଳୀ ଭୂ-କମ୍ପ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ବଢିଚାଲିଛି । ନେପାଳ ସୀମା ଓ ତିବ୍ଦତରେ ଅନେକ ବିରାଟକାୟ କୋଠା ଭୁଶୁଡି ପ୍ରାୟ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା ନେପାଳର ଲୋବୁଚେ। ରିକ୍ଟର ସ୍କେଲରେ ଏହାର ତୀବ୍ରତ ୭.୧ ରେକର୍ଡ କରାଯାଇଥିଲା। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି ୬ଟା ୩୫ରେ ଅନୁଭୂତ ହୋଇଥିବା ୭.୧ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଲଗାତାର ୭ ଥର ଅନୁଭୂତ ହୋଇଥିଲା । ଏଥିରେ ଅନେକ ବୃହତ୍ତକାୟ କୋଠା ଭୁଶୁଡିବାରୁ ଏହା ତଳେ ଅନେକ ଲୋକେ ଚାପି ହୋଇ ରହିଥିଲେ। ଏବେ ମଧ୍ୟ ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ସୂଚନା ମିଳିଛି। ତିବ୍ଦତର ଡିଙ୍ଗରି କାଉଣ୍ଟିରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ରୁ ଅଧିକ ଆହତ ହୋଇଛନ୍ତି। ସେହିପରି ଅନେକ ଘର ଦ୍ୱାର ଭୁଶୁଡି ପଡିଛି। ଏହି ଭୂକମ୍ପ ତିବ୍ଦତର ଶିଗାତ୍ସେ ସହରରେ ବ୍ୟାପକ ଧ୍ୱଂସ ଘଟାଇଛି। ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି। ଭଗ୍ନାବଶେଷ ତଳେ ଅନେକ ଚାପି ହୋଇ ରହିଥିବା ଅନୁମାନ କରଯାଉଛି। ଫଳରେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ।




