କାଶ୍ମୀରରେ ଲାଗିଲା ପହଲଗାମ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କ ପୋଷ୍ଟର: ୨୦ ଲକ୍ଷ ପୁରସ୍କାର ଘୋଷଣା
ଶ୍ରୀନଗର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ୩ ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି ।ଜମ୍ମୁ-କାଶ୍ମୀରର ସୁରକ୍ଷା ବାହିନୀ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛନ୍ତି। ଏହି ଆତଙ୍କବାଦୀମାନଙ୍କ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ରଖାଯାଇଛି। ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଆତଙ୍କୀଙ୍କ ପୋଷ୍ଟର ଜାରି ହୋଇଛି । ସୂଚନା ଦେଇଥିବା ଲୋକଙ୍କ ନାଁ ଗୁପ୍ତ ରଖାଯିବ ବୋଲି କୁହାଯାଇଛି । ଖାଲି ସୋପିଆନରେ ନୁହେଁ ପୁଲୱାମା ଜିଲ୍ଲାର ବିଭିନ୍ନ ସ୍ଥାନରେ […]
ଶ୍ରୀନଗର: ପହଲଗାମରେ ଆତଙ୍କବାଦୀ ଆକ୍ରମଣ କରିଥିବା ୩ ପାକିସ୍ତାନୀ ଆତଙ୍କୀଙ୍କ ପୋଷ୍ଟର ଜାରି ।ଜମ୍ମୁ-କାଶ୍ମୀରର ସୁରକ୍ଷା ବାହିନୀ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛନ୍ତି। ଏହି ଆତଙ୍କବାଦୀମାନଙ୍କ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ରଖାଯାଇଛି। ପହଲଗାମ ଆତଙ୍କୀ ହମଲାରେ ସମ୍ପୃକ୍ତ ଆତଙ୍କୀଙ୍କ ପୋଷ୍ଟର ଜାରି ହୋଇଛି । ସୂଚନା ଦେଇଥିବା ଲୋକଙ୍କ ନାଁ ଗୁପ୍ତ ରଖାଯିବ ବୋଲି କୁହାଯାଇଛି । ଖାଲି ସୋପିଆନରେ ନୁହେଁ ପୁଲୱାମା ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ପୋଷ୍ଟର ଲାଗିଛି ।
ବୈସରନ ଆକ୍ରମଣରେ ସମ୍ପୃକ୍ତ ଦୁଇ ସ୍ଥାନୀୟ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି । ଏହି ଆକ୍ରମଣରେ ଦୁଇ ଜଣ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ସାମିଲ ଅଛନ୍ତି । ସେମାନଙ୍କ ନାମ ଆଦିଲ ଅହମ୍ମଦ ଠାକୁର ଏବଂ ଆସିଫ ଶେଖ ବୋଲି କୁହାଯାଇଛି। ଏହି ଆତଙ୍କବାଦୀମାନେ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ AK-୪୭ ସହିତ ଲଗାତାର ଗୁଳି ଚଳାଇଥିଲେ ।
ସୂଚନାନୁସାରେ,ଗତ ଏପ୍ରିଲ ୨୨ ତାରିଖରେ ପହଲଗାମ ବୈସରନରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । କିନ୍ତୁ ବର୍ତ୍ତମାନ ଯାଏଁ ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପତ୍ତା ମିଳିନାହିଁ। ପହଲଗାମର ପ୍ରତିଶୋଧ ନେବା ପାଇଁ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ସମୟ ମଧ୍ୟରେ ଆତଙ୍କବାଦୀଙ୍କ ୯ ଟି ଆଡ୍ଡାକୁ ଧ୍ୱଂସ କରାଯାଇଥିଲା।
ଅନ୍ୟପଟେ, ଆଜି ଜମ୍ମୁକାଶ୍ମୀର ସୋପିଆନ୍ରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାକର୍ମୀ । ୨ ଆତଙ୍କୀ ଧରା ପଡିଛନ୍ତି । ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଜାରି ରହିଛି । ଅପରେସନ୍ ସିନ୍ଦୂର ପରେ ଏହା ପ୍ରଥମ ଏନକାଉଣ୍ଟର ।




