ଦୁର୍ଘଟଣାରେ ଲୋକପ୍ରିୟ ଟେଲି ଅଭିନେତ୍ରୀ ବୈଭଵୀଙ୍କ ପରଲୋକ

ମୁମ୍ବାଇ : ଟେଲିଭିଜନ ଜଗତରୁ ଆସିଛି ଏକ ଦୁଖଦଃ ଖବର I ସଡକ ଦୁର୍ଘଟଣାରେ ଲୋକପ୍ରିୟ ଟେଲିଭିଜନ୍‌ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କର ମୃତ୍ୟୁ ଘଟିଛି I ସେ ଲୋକପ୍ରିୟ ଟେଲି ସେରିଏଲ ‘ସାରାଭାଈ ଭର୍ସେସ୍‌ ସାରାଭାଈ’ରେ ଦମଦାର ଅଭିନୟ କରି ଘରେ ଘରେ ପରିଚିତ ହୋଇ ପାରିଥିଲେ I ମଙ୍ଗଳବାର ହିମାଚଳ ପ୍ରଦେଶ ଠାରେ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ‘ସାରାଭାଈ ଭର୍ସେସ୍‌ ସାରାଭାଈ’ର ପ୍ରଯୋଜକ ଜେ. ଡି. ମଜେଠିୟା ସୁନିଶ୍ଚିତ କରିଛନ୍ତି। ସୂଚନାନୁସାରେ, […]

Samaya Live Picture
Published On

ମୁମ୍ବାଇ : ଟେଲିଭିଜନ ଜଗତରୁ ଆସିଛି ଏକ ଦୁଖଦଃ ଖବର I ସଡକ ଦୁର୍ଘଟଣାରେ ଲୋକପ୍ରିୟ ଟେଲିଭିଜନ୍‌ ଅଭିନେତ୍ରୀ ବୈଭବୀ ଉପାଧ୍ୟାୟଙ୍କର ମୃତ୍ୟୁ ଘଟିଛି I ସେ ଲୋକପ୍ରିୟ ଟେଲି ସେରିଏଲ ‘ସାରାଭାଈ ଭର୍ସେସ୍‌ ସାରାଭାଈ’ରେ ଦମଦାର ଅଭିନୟ କରି ଘରେ ଘରେ ପରିଚିତ ହୋଇ ପାରିଥିଲେ I ମଙ୍ଗଳବାର ହିମାଚଳ ପ୍ରଦେଶ ଠାରେ ସଡକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ‘ସାରାଭାଈ ଭର୍ସେସ୍‌ ସାରାଭାଈ’ର ପ୍ରଯୋଜକ ଜେ. ଡି. ମଜେଠିୟା ସୁନିଶ୍ଚିତ କରିଛନ୍ତି।

ସୂଚନାନୁସାରେ, ନିକଟରେ ବୈଭଵୀଙ୍କର ନିର୍ବନ୍ଧ ସରିଥିଲା I ସେ ନିଜର ଭାବି ସ୍ୱାମୀଙ୍କ ସହିତ ହିମାଚଳ ପ୍ରଦେଶର କୁଲୁ ବୁଲିବାକୁ ଯାଇଥିଲେ। କିନ୍ତୁ ଏକ ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ବୈଭବୀଙ୍କ ମୃତ୍ୟୁ ଘଟିଥିଲା। ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଆସିବା ପରେ ସମଗ୍ର ଟିଭି ଜଗତକୁ ଏକ ଶକ୍ତ ଧକ୍କା ଲାଗିଛି । ଫ୍ୟାନ୍ସ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ବୈଭବୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି I

ବୈଭବୀଙ୍କ ମୃତ୍ୟୁରେ’ଅନୁପମା’ ଫେମ ଟିଭି ଅଭିନେତ୍ରୀ ରୁପାଲି ଗାଙ୍ଗୁଲି ନିଜ ଟ୍ୱିଟର ଆକାଉଣ୍ଟରେ ବୈଭବୀଙ୍କ ଫଟୋ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଆଉ ଲେଖିଛନ୍ତି, ବହୁତ ଜଲଦି ଚାଲି ଗଲ । ଏଥିସହ ତାଙ୍କର ଏକ ଭିଡିଓ ଶେଆର କରି ବୈଭବୀଙ୍କ ମୃତ୍ୟୁକୁ ବିଶ୍ୱାସ କରି ହେଉନି ବୋଲି ଉଲ୍ଲେଖ କରିଛନ୍ତି।

ପ୍ରସିଦ୍ଧ ଆକ୍ଟର ଓ ପ୍ରଯୋଜକ ଜେଡି ମଜିଠିଆ ବି ବୈଭବୀଙ୍କ ମୃତ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରି ପୋଷ୍ଟ କରି କରିଛନ୍ତି ।

ଟିଭି ବାଦ ଫିଲ୍ମ ‘ଛପାକ’ରେ ବି ସେ ଦୀପିକା ପାଦୁକୋନଙ୍କ ସହ ଅଭିନୟ କରି ବେଶ୍‌ ପ୍ରଶଂସିତ ହୋଇଥିଲେ। ବୈଭବୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ବୈଭବୀଙ୍କ ଭାଇ ମୃତଦେହ ଆଣିବାକୁ ହିମାଚଳ ପ୍ରଦେଶ ଯାଇଛନ୍ତି । ଆସନ୍ତାକାଲି ସେ ଭଉଣୀଙ୍କ ମୃତଦେହ ଧରି ମୁମ୍ବାଇରେ ପହଞ୍ଚିବେ ବୋଲି ଜଣାଯାଇଛି। ସେଠାରେ ଅନ୍ତିମ ଦର୍ଶନ ପରେ ତାଙ୍କ ମୃତଦେହକୁ ସତ୍କାର କରାଯିବ ।

Tags: