୭୫ରୁ ଅଧିକ ପୋଲିସ୍ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍
ସମୟ ଲାଇଭ,୬/୫: ଦେଶରେ ମାରାତ୍ମକ କରୋନା ଭୂତାଣୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ହଜାର ହଜାର ନୂଆ ମାମଲା ସମାନକୁ ଆସୁଛି। ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ପାଞ୍ଚ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ୭୫ରୁ ଅଧିକ ଦିଲ୍ଲୀ ପୋଲିସ୍ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିବାପରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି । ଏଥିରେ କନଷ୍ଟେବଳ ପଦବୀରୁ ଇନ୍ସପେକ୍ଟର […]
ସମୟ ଲାଇଭ,୬/୫: ଦେଶରେ ମାରାତ୍ମକ କରୋନା ଭୂତାଣୁ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ହଜାର ହଜାର ନୂଆ ମାମଲା ସମାନକୁ ଆସୁଛି। ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ପାଞ୍ଚ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ୭୫ରୁ ଅଧିକ ଦିଲ୍ଲୀ ପୋଲିସ୍ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିବାପରେ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି । ଏଥିରେ କନଷ୍ଟେବଳ ପଦବୀରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ ଅଧିକାରୀ ଅନ୍ତର୍ଭୁକ୍ତ ଥିବା ସୂଚନା ମିଳିଛି
ସେହିପରି ନମୁନା ପଜିଟିଭ ଆସିଥିବା ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ତବଲିଗି ଜମାତ୍ ମାମଲାର ତଦନ୍ତ କରୁଥିବା କ୍ରାଇମ୍ ଶାଖା ଦଳର ପାଞ୍ଚ ଜଣ ଅଛନ୍ତି। ପୋଲିସ୍ ଷ୍ଟେସନରେ, ସ୍ୱତନ୍ତ୍ର ଶାଖାରେ ଏବଂ ଅନ୍ୟ ବିଭାଗରେ ପୋଷ୍ଟ କରାଯାଇଥିବା ପୋଲିସ୍ କର୍ମଚାରୀଙ୍କୁ କରୋନା ସଂକ୍ରମଣ ହୋଇଛି।
ପୋଲିସ୍ମଙ୍କ ଧ୍ୟରେ କରୋନା ମାମଲା ଚିହ୍ନଟ ହେବ ପରେ ଦିଲ୍ଲୀ ପୋଲିସ୍ ଦିଲ୍ଲୀ ସରକାରୀ ବିଦ୍ୟାଳୟର କେତକ କୋଠରୀରେ କର୍ମଚାରୀଙ୍କୁ ରଖିବା ପାଇଁ ନିଷ୍ପତ୍ତି ନେଇଛି | ଦିଲ୍ଲୀ ବାହାରକୁ ପୋଲିସ କର୍ମଚାରୀଙ୍କୁ ନପଠାଇବା ପାଇଁ ମଧ୍ୟ ନିଷ୍ପତ୍ତି ହେଇଛି ,
ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ୫ ହଜାର ୧୦୪ ସଂକ୍ରମଣ ମାମଲା ସାମନାକୁ ଆସିଛି ହୋଇଛି। ଏଥିସହ ୬୪ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ ଏକ ହଜାର ୪୪୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Tags:




