ମିଜୋରାମକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି,୧୨୭ ବର୍ଷ ପରେ ଗଡିବ ପ୍ରଥମ ରେଳ

ନୂଆଦିଲ୍ଲୀ : ଆଜି ମିଜୋରାମ ପାଇଁ ଐତିହାସିକ ଦିନ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ମିଜୋରାମରେ ରେଳ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଲାଲଡୁହୋମା ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୩ ତାରିଖରେ ମିଜୋରାମ ଆଇଜଲ ବୈରବି-ସୈରାଙ୍ଗା ରେଳ ଲାଇନ ଏବଂ ତିନୋଟି ନୂଆ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏଥି ସହିତ ଆଇଜଲରୁ […]

ମିଜୋରାମକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି,୧୨୭ ବର୍ଷ ପରେ ଗଡିବ ପ୍ରଥମ ରେଳ
Samaya Live Picture
Published On

ନୂଆଦିଲ୍ଲୀ : ଆଜି ମିଜୋରାମ ପାଇଁ ଐତିହାସିକ ଦିନ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ମିଜୋରାମରେ ରେଳ ସେବା ଆରମ୍ଭ ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଲାଲଡୁହୋମା ଘୋଷଣା କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୩ ତାରିଖରେ ମିଜୋରାମ ଆଇଜଲ ବୈରବି-ସୈରାଙ୍ଗା ରେଳ ଲାଇନ ଏବଂ ତିନୋଟି ନୂଆ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏଥି ସହିତ ଆଇଜଲରୁ ରାଜଧାନୀ ନୂଆଦିଲ୍ଲୀକୁ ପ୍ରଥମ ଟ୍ରେନ ଚଳାଚଳ କରିବ । ମିଜୋରାମର ରାଜଧାନୀ ଆଇଜଲ ଶେଷରେ ଭାରତର ରେଳ ମାନଚିତ୍ରରେ ସ୍ଥାନ ପାଇବ। ଅଶ୍ବିନୀ ବୈଷ୍ଣବ ମିଜୋରାମର ସୈରାଙ୍ଗ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ଏହି ରେଳ ଲାଇନର ଗୁରୁତ୍ୱ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଲାଲଡୁହୋମା ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୈରାଙ୍ଗ ରେଳ ଷ୍ଟେସନକୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ବିଶ୍ୱସ୍ତରୀୟ କରିବା ପାଇଁ ଯୋଜନା ରଖିଛନ୍ତି ।

ସୈରାଙ୍ଗରୁ ନୂଆଦିଲ୍ଲୀକୁ ସାପ୍ତାହିକ ରାଜଧାନୀ ଏକ୍ସପ୍ରେସ, ସୈରାଙ୍ଗରୁ କୋଲକାତାକୁ ୩ ସପ୍ତାହକୁ ଥରେ ମିଜୋରାମ ଏକ୍ସପ୍ରେସ ଏବଂ ସୈରାଙ୍ଗରୁ ଆସାମ ଗୌହାଟିକୁ ଦୈନିକ ଆଇଜଲ ଇଣ୍ଟରସିଟି ଟ୍ରେନ ଚଳାଚଳ କରିବ । ୧୪ ତାରିଖଠାରୁ ମାଲବାହୀ ଟ୍ରେନ ଏହି ରୁଟରେ ଗଡ଼ିବ । ବୈରବିରୁ ସୌରାଙ୍ଗ ୫୧ କିମିରେ ୪୫ଟି ସୁଡ଼ଙ୍ଗ, ୫୫ଟି ସେତୁ ନିର୍ମାଣ ହୋଇଛି । ଯେଉଁଥିରେ କୁତବ ମିନାରଠାରୁ ଉଚ୍ଚ ସେତୁ ଲହିଛି । ଏହା ଭାରତୀୟ ଇଞ୍ଜିନିୟରିଂ ଦକ୍ଷତାର ପ୍ରତୀକ ।

ଅନ୍ୟପଟେ ଆଜି ମଣିପୁର ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ମଣିପୁରକୁ ଭେଟି ଦେବେ ପ୍ରାୟ ୮ହଜାର ୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ । ମଣିପୁର ସାମ୍ପ୍ରଦାୟିକ ହିଂସାରେ ସର୍ବାଧିକ କ୍ଷତିଗ୍ରସ୍ତ ଚୁରାଚାନ୍ଦପୁର ଜିଲ୍ଲାର ୭ହଜାର ୩ଶହ କୋଟିର ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ ମୋଦୀ । ଏହାସହିତ ବିସ୍ଥାପିତ ପରିବାରଙ୍କ ସହ ଆଲୋଚନା କରିବାକୁ କାର୍ଯ୍ୟକ୍ରମ ରହିଛି । ପରେ ସେ ମୈତେଇ ଅଧ୍ୟୁକ୍ଷିତ ଇମ୍ଫାଲରେ ୧,୨୦୦କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ କାଙ୍ଗଲା ଫୋର୍ଟରେ ଜନସଭାକୁ ସମ୍ବୋଧନ କରିବେ । ମୋଦୀଙ୍କ ଗସ୍ତ ପୂର୍ବରୁ ମଣିପୁରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।୨୦୨୩ କୁକି-ମୈତେଇ ହିଂସା ପରେ ଏହା ମୋଦିଙ୍କର ପ୍ରଥମ ଗସ୍ତ । ସେଠାରେ ସେ ହିଂସା ପ୍ରଭାବିତ ଲୋକମାନଙ୍କୁ ମଧ୍ୟ ଭେଟିବ । ଏହି ଅଞ୍ଚଳ କୁକି ବହୁଳ ଭାବେ ପରିଚିତ ।

୨୦୨୩ ମେ’ରେ ସଂରକ୍ଷଣକୁ ନେଇ କୁକି ଓ ମୈତେଇ ସମୁଦାୟ ମଧ୍ୟରେ ହିଂସାକାଣ୍ଡ ଘଟିଥିଲା । ଏଥିରେ ଏପର୍ଯ୍ୟନ୍ତ ୨୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ହଜାର ହଜାର ଲୋକ ଘରଦ୍ଵାର ଛାଡି ପଳାଇଛନ୍ତି । ରାଜ୍ୟରେ ଗତ ଫେବ୍ରୁଆରୀ ୧୩ ତାରିଖରୁ ରାଷ୍ଟ୍ରପତି ଶାସନ ଜାରି ହୋଇଛି ।

Tags: