ଡ଼.ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ସମ୍ବିଧାନ ପ୍ରଣେତା ଡ଼.ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ନରେନ୍ଦ୍ର ଆମ୍ବେଦକରଙ୍କ ପ୍ରେରଣା ଯୋଗୁଁ ଦେଶ ଆଜି ସାମାଜିକ ନ୍ୟାୟର ସ୍ୱପ୍ନକୁ ସାକାର କରିବା ପାଇଁ ଉତ୍ସର୍ଗୀକୃତ ହୋଇଛି। ତାଙ୍କର ନୀତି ଏବଂ ଚିନ୍ତାଧାରା ଆତ୍ମନିର୍ଭର ଭାରତର ବିକାଶକୁ ସୁଦୃଢ଼ ଓ ତ୍ୱରାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ ରେ କହିଛନ୍ତି। ସଂସଦରେ ଆୟୋଜିତ […]
ନୂଆଦିଲ୍ଲୀ: ସମ୍ବିଧାନ ପ୍ରଣେତା ଡ଼.ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ନରେନ୍ଦ୍ର ଆମ୍ବେଦକରଙ୍କ ପ୍ରେରଣା ଯୋଗୁଁ ଦେଶ ଆଜି ସାମାଜିକ ନ୍ୟାୟର ସ୍ୱପ୍ନକୁ ସାକାର କରିବା ପାଇଁ ଉତ୍ସର୍ଗୀକୃତ ହୋଇଛି। ତାଙ୍କର ନୀତି ଏବଂ ଚିନ୍ତାଧାରା ଆତ୍ମନିର୍ଭର ଭାରତର ବିକାଶକୁ ସୁଦୃଢ଼ ଓ ତ୍ୱରାନ୍ୱିତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଏକ୍ସ’ ରେ କହିଛନ୍ତି।
ସଂସଦରେ ଆୟୋଜିତ ଭୀମ ରାଓ ଆମ୍ବେଦକରଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀସଙ୍କ ସହିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖାଡଗେଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।
ଅନୁସୂଚିତ ଜାତିର ସଶକ୍ତିକରଣ ତଥା ସମ୍ବିଧାନ ପ୍ରସ୍ତୁତ କରିବାରେ ଆମ୍ବେଦକରଙ୍କ ଆଜୀବନ ସଂଗ୍ରାମ ଅବିସ୍ମରଣୀୟ। ଭୀମରାଓ ରାମଜୀ ଆମ୍ବେଦକର ୧୮୯୧ ମସିହା ଏପ୍ରିଲ ୧୪ରେ ମଧ୍ୟପ୍ରଦେଶର ମୋହଠାରେ ଜନ୍ମଗ୍ରହଣ କରିଥିଲେ । ପିତାମାତଙ୍କର ୧୪ତମ ସନ୍ତାନ ଥିଲେ ଆମ୍ବେଦକର । ବାପା ମାଲୋଜୀ ମକପାଲ ସୈନ୍ୟବାହିନୀ ଅଫିସର ଥିଲେ । ମାଆ ଭୀମବାଇ ଗୃହିଣୀ ଥିଲେ । ଭୀମରାଓ ଭଲ ପଢୁଥିଲେ । ବରୋଦା ଗାଏକ୍ବାର୍ଡ ବୃତ୍ତି ପାଉଥିଲେ। ଏଥିପାଇଁ ସେ ଏଲଫିନଷ୍ଟୋନ୍, ବମ୍ବେରେ ସ୍ନାତକ ଡିଗ୍ରୀ ପଢୁଥିଲେ । ତାଙ୍କ ଅଞ୍ଚଳରୁ ଅତି ଭଲ ଗ୍ରେଡରେ ତାଙ୍କ ପୂର୍ବରୁ କେହି ଅର୍ଥଶାସ୍ତ୍ରରେ ବି.ଏ. ଓ ରାଜନୀତି ବିଜ୍ଞାନରେ ଏମ୍ଏପାସ୍ କରି ନଥିଲେ । ସେ ବୃତ୍ତି ପାଇ ୟୁଏସ୍ରେ ପ୍ରସିଦ୍ଧ କଲମ୍ବିଆ ବିଶ୍ୱବିଦ୍ୟାଳୟକୁ ଯାତ୍ରା କଲେ । ସେଠାରେ ଅର୍ଥଶାସ୍ତ୍ର ଏମ୍ଏ ଓ ପିଏଚଡି କଲେ । ମାତ୍ର ଅର୍ଥାଭାବରୁ ସେ ସେ ପଢିବା ପାଇଁ ଲଣ୍ଡନ ଯାଇ ପାରିନଥିଲେ ।
ଆମ୍ବେଦକର ଭାରତର ପ୍ରଥମ ଆଇନ ମନ୍ତ୍ରୀ ଥିଲେ ଏବଂ ! ୨୬ ନଭେମ୍ବର ୧୯୪୯ ଦିନ ଭାରତର ସମ୍ବିଧାନ ଗ୍ରହଣ ହେଲା। ଆମ୍ବେଦକର ଏହାର ଅଧ୍ୟକ୍ଷ ଥିଲେ। ଭାରତରେ ସୁଶାସନ ପ୍ରଚଳିତ କରିବା ପାଇଁ ସମ୍ବିଧାନ ପ୍ରଣୟନ ହୋଇଥିଲା । ସାମାଜିକ ନ୍ୟାୟ, ସମାନତା ଏବଂ ମାନବିକ ଅଧିକାର ଉପରେ ତାଙ୍କର ଧାରଣା ସମଗ୍ର ବିଶ୍ୱରେ ଲୋକଙ୍କୁ ପ୍ରେରଣା ଯୋଗାଇଥାଏ। ୯୫୬ ମସିହାରେ ତାଙ୍କର ପରଲୋକ ହୋଇଥିଲା। ୧୯୯୦ମସିହାରେ ଆମ୍ବେଦକରଙ୍କୁ ମରଣୋତ୍ତର ଭାବେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା।




