ଜି-୨୦ ସମ୍ମିଳନୀରେ ମୋଦିଙ୍କ କଡ଼ା ଜବାବ: ଆମେ ରୁଷରୁ ତେଲ କିଣିବୁ

ବାଲି : ଇଣ୍ଡୋନେସିଆର ବାଲିଠାରେ ଚାଲିଥିବା ଜି-୨୦ ସମ୍ମିଳନୀରେ ପାଶ୍ଚାତ୍ୟ ଦେଶମାନଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରୁଷରୁ ତେଲ କିଣା ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶ ଭାରତକୁ ସମାଲୋଚନା କରୁଥିବାବେଳେ ତାହାର ଜବାବରେ ମୋଦୀ କହିଛନ୍ତି ଯେ, ତୈଳ ଯୋଗାଣ ଉପରେ କୌଣସି ପ୍ରତିବନ୍ଧକ ଲଗାଯିବା ଉଚିତ ନୁହେଁ । ବିଶ୍ୱର ଉର୍ଜ୍ଜା ( ତେଲ, କୋଇଲା, ଗ୍ୟାସ ଇତ୍ୟାଦି) ବଜାରରେ ସ୍ଥିରତା ରହିବା ଆବଶ୍ୟକ । ଭାରତ ବିଶ୍ୱର ସର୍ବାଧିକ ଅଭିବୃଦ୍ଧିଶୀଳ ଅର୍ଥନୀତି […]

Samaya Live Picture
Published On

ବାଲି : ଇଣ୍ଡୋନେସିଆର ବାଲିଠାରେ ଚାଲିଥିବା ଜି-୨୦ ସମ୍ମିଳନୀରେ ପାଶ୍ଚାତ୍ୟ ଦେଶମାନଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ରୁଷରୁ ତେଲ କିଣା ପ୍ରସଙ୍ଗରେ ପାଶ୍ଚାତ୍ୟ ଦେଶ ଭାରତକୁ ସମାଲୋଚନା କରୁଥିବାବେଳେ ତାହାର ଜବାବରେ ମୋଦୀ କହିଛନ୍ତି ଯେ, ତୈଳ ଯୋଗାଣ ଉପରେ କୌଣସି ପ୍ରତିବନ୍ଧକ ଲଗାଯିବା ଉଚିତ ନୁହେଁ । ବିଶ୍ୱର ଉର୍ଜ୍ଜା ( ତେଲ, କୋଇଲା, ଗ୍ୟାସ ଇତ୍ୟାଦି) ବଜାରରେ ସ୍ଥିରତା ରହିବା ଆବଶ୍ୟକ ।

ଭାରତ ବିଶ୍ୱର ସର୍ବାଧିକ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇଥିବାରୁ ଏହି ଦେଶକୁ ତୈଳ ଯୋଗାଣ ଉପରେ କୌଣସି ପ୍ରତିବନ୍ଧକ ରହିବା ଉଚିତ ନୁହେଁ ବୋଲି ମୋଦୀ କହିଛନ୍ତି । ଭାରତ ଏହାର ଜଳବାୟୁ ନିରାକରଣ ଲକ୍ଷ୍ୟ ଉପରେ ଧ୍ୟାନ ଦେଉଛି ବୋଲି ଉଲ୍ଲେଖ କରି ସେ କହିଥିଲେ: ସ୍ୱଚ୍ଛ ଶକ୍ତି ଏବଂ ପରିବେଶ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ୨୦୩୦ ସୁଦ୍ଧା ଆମର ଅଧା ବିଦୁ୍ୟତ ଅକ୍ଷୟ ଉତ୍ସରୁ ଉତ୍ପନ୍ନ ହେବ ।

ପ୍ରଧାନମନ୍ତ୍ରୀ ସମଗ୍ର ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଦେଖାଦେଇଥିବା ସଙ୍କଟ ଉପରେ ମଧ୍ୟ ଆଲୋକପାତ କରିଥିଲେ । ବିଶେଷକରି ସାର ଯୋଗାଣରେ ଦେଖା ଦେଇଥିବା ସମସ୍ୟା କଥା ଉଠାଇ ସେ କହିଥିଲେ ଯେ, ଆଜିର ସାର ଅଭାବ ଆସନ୍ତା କାଲିର ଖାଦ୍ୟ ସଂକଟକୁ ଟାଣିଆଣିବ ଓ ଆମ ପାଖରେ ଏହାର କୌଣସି ସମାଧାନ ନାହିଁ । ଏଣୁ ଆମକୁ ସାର ଓ ଖାଦ୍ୟର ଯୋଗାଣ ଶୃଙ୍ଖଳକୁ ଜାରି ରଖିବା ଆବଶ୍ୟକ ।