୩ଦିନିଆ ଗୁଜରାଟ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ‘ଡବ୍ଲì୍ୟଏଚ୍‌ଓ’ର ମୁଖ୍ୟ ଘେବ୍ରେୟେସୁସ୍‌

ଦିଲ୍ଲୀ: ଏପ୍ରିଲ ୧୮: ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି । ଏହି ଗ୍ରସ୍ତରେ ସେ ଗୁଜରାଟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାାଟନ ଓ ଶିଳାନ୍ୟାସ କରିବା ସହିତ ଗାନ୍ଧୀନଗର, ବନାସ୍କାଣ୍ଠା, ଜାମନଗର ଏବଂ ଦାହୋଦରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ତାଙ୍କ ସହିତ ‘ଡବ୍ଲì୍ୟଏଚ୍‌ଓ’ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଡାକ୍ତର ଟେଡ୍ରସ୍‌ ଘେବ୍ରେୟେସୁସ୍‌ ରହିବେ । ତେବେ ଆଜି ଘେବ୍ରେୟେସୁସ୍‌ ରାଜକୋଟରେ […]

Samaya Live Picture
Published On

ଦିଲ୍ଲୀ: ଏପ୍ରିଲ ୧୮: ଆଜିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଦିନିଆ ଗୁଜରାଟ ଗସ୍ତରେ ଯାଇଛନ୍ତି । ଏହି ଗ୍ରସ୍ତରେ ସେ ଗୁଜରାଟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାାଟନ ଓ ଶିଳାନ୍ୟାସ କରିବା ସହିତ ଗାନ୍ଧୀନଗର, ବନାସ୍କାଣ୍ଠା, ଜାମନଗର ଏବଂ ଦାହୋଦରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ତାଙ୍କ ସହିତ ‘ଡବ୍ଲì୍ୟଏଚ୍‌ଓ’ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଡାକ୍ତର ଟେଡ୍ରସ୍‌ ଘେବ୍ରେୟେସୁସ୍‌ ରହିବେ ।

ତେବେ ଆଜି ଘେବ୍ରେୟେସୁସ୍‌ ରାଜକୋଟରେ ପହଞ୍ଚି ରାତ୍ରୀ ଯାପନ କରିବେ ଓ ଆସନ୍ତାକାଲି ସେ ଜାମନଗରଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମିଶି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଗ୍ଲୋବାଲ୍‌ ସେଣ୍ଟର୍‌ ଫର୍‌ ଟ୍ରାଡିସ୍ନାଲ୍‌ ମେଡିସିନ୍‌ଦର (ଜିସିଟିଏମ୍‌) ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଥାଉଯେ, ଆଜି ମୋରିସସ୍‌ର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଯୁଗନାଉଥ ମଧ୍ୟ ରାଜକୋଟରେ ପହଞ୍ଚିବେ ।

୩ଦିନିଆ ଗୁଜରାଟ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ‘ଡବ୍ଲì୍ୟଏଚ୍‌ଓ’ର ମୁଖ୍ୟ ଘେବ୍ରେୟେସୁସ୍‌

ତାଙ୍କୁ ବିମାନ ବନ୍ଦରରେ ସାଂସ୍କୃତି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯିବ । ଏହାଛଡ଼ା, ତାଙ୍କୁ ବିମାନବନ୍ଦରରୁ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ତାଙ୍କ ଗନ୍ତବ୍ୟସ୍ଥଳକୁ ନିଆଯିବ ।