ସେନାକୁ ପୂର୍ଣ୍ଣ ସ୍ଵାଧୀନତା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯାହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତାଙ୍କର ସେନାର କ୍ଷମତା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ସେନା ସମୟ ଏବଂ ଲକ୍ଷ୍ୟ ସ୍ଥିର କରିବ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଆତଙ୍କବାଦକୁ ଉଚିତ ଜବାବ ଦେବା ଆମର ଜାତୀୟ ସଂକଳ୍ପ। ଆମର ପ୍ରତିକ୍ରିୟାର ଶୈଳୀ, ଲକ୍ଷ୍ୟ ଏବଂ ସମୟ ନିଷ୍ପତ୍ତି ନେବା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ସ୍ୱାଧୀନତା ଅଛି। ଏଥିସହିତ ସେ […]

ସେନାକୁ ପୂର୍ଣ୍ଣ ସ୍ଵାଧୀନତା ଦେଲେ ପ୍ରଧାନମନ୍ତ୍ରୀ ମୋଦି
Samaya Live Picture
Published On

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଯାହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତାଙ୍କର ସେନାର କ୍ଷମତା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି। ସେନା ସମୟ ଏବଂ ଲକ୍ଷ୍ୟ ସ୍ଥିର କରିବ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଆତଙ୍କବାଦକୁ ଉଚିତ ଜବାବ ଦେବା ଆମର ଜାତୀୟ ସଂକଳ୍ପ। ଆମର ପ୍ରତିକ୍ରିୟାର ଶୈଳୀ, ଲକ୍ଷ୍ୟ ଏବଂ ସମୟ ନିଷ୍ପତ୍ତି ନେବା ପାଇଁ ସେମାନଙ୍କର ସମ୍ପୂର୍ଣ୍ଣ ସ୍ୱାଧୀନତା ଅଛି। ଏଥିସହିତ ସେ ଭାରତୀୟ ସଶସ୍ତ୍ର ବାହିନୀର କ୍ଷମତା ଉପରେ ପୂର୍ଣ୍ଣ ବିଶ୍ୱାସ ଏବଂ ଭରସା ପ୍ରକାଶ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଦେଢ଼ ଘଣ୍ଟା ଧରି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ୍ ଅନିଲ ଚୌହାନ, ଏନଏସଏ ଅଜିତ ଡୋଭାଲ ଏବଂ ତିନି ସଶସ୍ତ୍ର ବାହିନୀର ମୁଖ୍ୟ ମଧ୍ୟ ଯୋଗ ଦେଇଥିଲେ।

Tags: