ପୁଟିନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ୍ କରି ତାଙ୍କୁ ୭୩ ତମ ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ ଏନେଇ ସୂଚନା ଦେଇ କହିଛନ୍ତି ଯେ ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲି ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲି। ବର୍ଷ ବର୍ଷ ଧରି ଭାରତ- ରୁଷ୍ ସମ୍ପର୍କ ନିବିଡ଼ କରିବା ଦିଗରେ ତାଙ୍କର ବ୍ୟକ୍ତିଗତ ପ୍ରତିବଦ୍ଧତାକୁ ଅତି ଗଭୀର ଭାବେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ୍ କରି ତାଙ୍କୁ ୭୩ ତମ ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୋଦୀ ଏନେଇ ସୂଚନା ଦେଇ କହିଛନ୍ତି ଯେ ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହ କଥା ହେଲି ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲି। ବର୍ଷ ବର୍ଷ ଧରି ଭାରତ- ରୁଷ୍ ସମ୍ପର୍କ ନିବିଡ଼ କରିବା ଦିଗରେ ତାଙ୍କର ବ୍ୟକ୍ତିଗତ ପ୍ରତିବଦ୍ଧତାକୁ ଅତି ଗଭୀର ଭାବେ ମୁଁ ପ୍ରଶଂସା କରୁଛି। କଥାବାର୍ତ୍ତା ସମୟରେ ଉଭୟ ମୋଦୀ ଏବଂ ପୁଟିନ ଭାରତ-ରୁଷ୍ ସ୍ବତନ୍ତ୍ର ରଣନୀତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ଦିଗରେ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମୋଦୀ କହିଛନ୍ତି, ୨୩ତମ ଭାରତ-ରୁଷ୍ ବାର୍ଷିକ ସମ୍ମିଳନୀ ପାଇଁ ରାଷ୍ଟ୍ରପତି ପୁଟିନଙ୍କୁ ଭାରତକୁ ସ୍ବାଗତ କରିବାପାଇଁ ସେ ଅପେକ୍ଷା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ରୁଷ୍ ରାଷ୍ଟ୍ରପତି ପୁଟିନ ସ୍ପଷ୍ଟ କରିଥିଲେ ଯେ ସେ ଡିସେମ୍ବର ଆରମ୍ଭରେ ଭାରତ ଗସ୍ତ କରିବେ।




