ଏପ୍ରିଲ ୧ ରୁ ବଢିବ ପିଏମ କିସାନ ଟଙ୍କା
ନୂଆଦିଲ୍ଲୀ : ୧ ଫେବୃଆରୀ ୨୦୨୩ ରେ ଉପସ୍ଥାପିତ ହେବାକୁ ଥିବା ଆଗାମୀ ବଜେଟରୁ ଉଭୟ ସରକାରୀ ଚାକିରିଆ ଏବଂ କୃଷକଙ୍କର ବହୁତ ଆଶା ଅଛି I ଏଥର ଚାକିରିଆ ମାନଙ୍କର ଆୟକର ଛାଡ ପ୍ରସଙ୍ଗରେ ଆଶ୍ବସ୍ତି ମିଳିଥିବା ବେଳେ ଚାଷୀଙ୍କ ପାଇଁ ମଧ୍ୟ ଏକ ଖୁସି ଖବର ରହିଛି । ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜରରହିଛି । ୨୦୨୪ ନିର୍ବାଚନକୁ ଧ୍ୟାନରେ ରଖି ସରକାରଙ୍କ ଦ୍ୱାରା ଅନେକ ଜନପ୍ରିୟ ପ୍ରତିଶୃତି […]
ନୂଆଦିଲ୍ଲୀ : ୧ ଫେବୃଆରୀ ୨୦୨୩ ରେ ଉପସ୍ଥାପିତ ହେବାକୁ ଥିବା ଆଗାମୀ ବଜେଟରୁ ଉଭୟ ସରକାରୀ ଚାକିରିଆ ଏବଂ କୃଷକଙ୍କର ବହୁତ ଆଶା ଅଛି I ଏଥର ଚାକିରିଆ ମାନଙ୍କର ଆୟକର ଛାଡ ପ୍ରସଙ୍ଗରେ ଆଶ୍ବସ୍ତି ମିଳିଥିବା ବେଳେ ଚାଷୀଙ୍କ ପାଇଁ ମଧ୍ୟ ଏକ ଖୁସି ଖବର ରହିଛି । ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା ଉପରେ ସମସ୍ତଙ୍କ ନଜରରହିଛି । ୨୦୨୪ ନିର୍ବାଚନକୁ ଧ୍ୟାନରେ ରଖି ସରକାରଙ୍କ ଦ୍ୱାରା ଅନେକ ଜନପ୍ରିୟ ପ୍ରତିଶୃତି ଦିଆଯାଇପାରେ।
ସୂତ୍ରରୁ ପ୍ରକାଶ ଯେ ଏହି ବଜେଟରେ କେନ୍ଦ୍ର ସରକାର ଚାଷୀ ଙ୍କ ପାଇଁ ଏକ ବଡ଼ ଉପହାର ଯୋଜନା ରଖିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ନିଧିଙ୍କ ପରିମାଣ ବୃଦ୍ଧି କରିବାକୁ ଘୋଷଣା କରିବେ । ସୂତ୍ରରୁ ପ୍ରକାଶ ଯେ ପିଏମ କିସାନ ଯୋଜନା ଅନ୍ତର୍ଗତ (ପିଏମ କିସାନ ସମ୍ମାନ ନିଧି ଯୋଜନା) ପ୍ରତିବର୍ଷ ଚାଷୀମାନଙ୍କୁ ୬ ହଜାର ଟଙ୍କା ମିଳୁଥିବା ବେଳେ,ବର୍ତମାନ କୃଷକଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ସରକାର ଏହି ଅର୍ଥ ପରିମାଣ ବୃଦ୍ଧି କରିବାକୁ ଲକ୍ଷ ରଖିଛନ୍ତି I
ଏହା ମଧ୍ୟ କୁହାଯାଇଛି ଯେ ଚାଷୀଙ୍କୁ ତିନି କିସ୍ତିରେ ଦିଆଯାଉଥିବା ଅର୍ଥ ରାଶି ୩ କିସ୍ତି ବଦଳରେ ୪ଟି କିସ୍ତି ମିଳିବ ଏଥିରେ କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ ଚାଷୀ ମାନେ ପାଇବେ । ବର୍ତ୍ତମାନ, ପ୍ରତି ଚାରି ମାସରେ ୨୦୦୦ ଏହି କିସ୍ତି ଅନୁସାରେ ବାର୍ଷିକ ୩ ଟି କିସ୍ତିରେ ୬୦୦୦ ଟଙ୍କା କୃଷକଙ୍କ ଆକାଉଣ୍ଟକୁ ଦିଆ ଯାଉଥିବା ବେଳେ ,ଆସନ୍ତା ଏପ୍ରିଲ ମାସରୁ ଏହି କିସ୍ତି ବୃଦ୍ଧି ହୋଇ ପ୍ରତି ୩ ମାସରେ ୨୦୦୦ କରି ବାର୍ଷିକ ୮୦୦୦ ହଜାର ଟଙ୍କା ଚାଷୀମାନେ ପାଇପାରିବେ I ଏହି ଅନୁସାରେ ପିଏମ କିସାନ ସମ୍ମାନ ନିଧି ଯୋଜନା ର କିସ୍ତି ରାଶି ୬୦୦୦ ରୁ ବୃଦ୍ଧି ହୋଇ ୮୦୦୦ ଲେଖାଏଁ ଦିଆଯିବ I ସାର ଓ ବିହନ ଦର ବୃଦ୍ଧି ଯୋଗୁଁ ସରକାର ଏହି ନିଷ୍ପତି ନେଇଥିବା କନେଇଛନ୍ତି I ଅନ୍ୟପଟେ ପିଏମ କିସାନ ସମ୍ମାନ ନିଧି ର ୧୩ ତମ କିସ୍ତି ଜାନୁଆରୀ ୨୦୨୩ ରେ ଆସିବ ବୋଲି ଆଶା ଜଣ ଯାଇଛି I




