ଆମେରିକାରେ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ, ୧୨ ମୃତ
ଲୁଇସଭିଲ୍: କେଣ୍ଟୁକିର ଏକ ବିମାନ ବନ୍ଦରରେ ଉଡ଼ାଣ ସମୟରେ ଏକ ୟୁପିଏସ୍ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଏଥିରେ ଅତି କମ୍ରେ ୧୨ଜଣଙ୍କର ମୃତ୍ୟୁ ହୋଇଛି। । କେଣ୍ଟୁକି ଗଭର୍ଣ୍ଣର ଆଣ୍ଡି ବେସିଅର୍ କହିଛନ୍ତି ଯେ, ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ। ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫ୍ଏଏ) କହିଛି ଯେ, ବିମାନଟି ହୋନୋଲୁଲୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ମଙ୍ଗଳବାର ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୫ଟା ୧୫ ସମୟରେ ଲୁଇସଭିଲ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଦୁର୍ଘଟଣା […]
ଲୁଇସଭିଲ୍: କେଣ୍ଟୁକିର ଏକ ବିମାନ ବନ୍ଦରରେ ଉଡ଼ାଣ ସମୟରେ ଏକ ୟୁପିଏସ୍ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଏଥିରେ ଅତି କମ୍ରେ ୧୨ଜଣଙ୍କର ମୃତ୍ୟୁ ହୋଇଛି। । କେଣ୍ଟୁକି ଗଭର୍ଣ୍ଣର ଆଣ୍ଡି ବେସିଅର୍ କହିଛନ୍ତି ଯେ, ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ। ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫ୍ଏଏ) କହିଛି ଯେ, ବିମାନଟି ହୋନୋଲୁଲୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ମଙ୍ଗଳବାର ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୫ଟା ୧୫ ସମୟରେ ଲୁଇସଭିଲ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଭୟଙ୍କର ନିଆଁ ଲାଗିଥିଲା, ଯାହା ଏହି ଅଞ୍ଚଳରେ କଳା ଧୂଆଁ ଛାଇଦେଇଥିଲା। ଭିଡିଓରେ ଦେଖାଯାଇଛି ଯେ, ବିମାନଟି ଭୂମିରୁ ସାମାନ୍ୟ ଉପରକୁ ଉଠିବା ସମୟରେ ଏହାର ବାମ ଡେଣାରେ ନିଆଁ ଲାଗି ଏକ ବିରାଟ ବିସ୍ଫୋରଣ ହୋଇଥିଲା। ସେହି ସମୟରେ ତିନିଜଣ କ୍ରୁ ସଦସ୍ୟ ବିମାନରେ ଥିଲେ। କେଣ୍ଟୁକି ଗଭର୍ଣ୍ଣର ଆଣ୍ଡି ବେସିଅର୍ କହିଛନ୍ତି ଯେ ୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୧ ଜଣ ଆହତ ହୋଇଛନ୍ତି, କେତେକ ଗୁରୁତର ଆହତ ହୋଇଛନ୍ତି।




