ଫିଲିପାଇନ୍ସରେ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ
ନୂଆଦିଲ୍ଲୀ: ଫିଲିପାଇନ୍ସର ଏକ ସାମରିକ ହେଲିକପ୍ଟର ଆଜି ଦକ୍ଷିଣାଞ୍ଚଳର ମିଣ୍ଡାନାଓ ଅଞ୍ଚଳର ଅଗୁସାନ ଡେଲ ସୁର୍ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ସମସ୍ତ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏକ ରିଲିଫ୍ ଅପରେସନ୍ ଚାଲିଥିବା ସମୟରେ ଆଜି ଏହି ଦୁର୍ଘଟଣା ହୋଇଛି। ଫିଲିପାଇନ୍ସ ବାୟୁ ସେନା ଏନେଇ ଘୋଷଣା କରିଛି। ବାତ୍ୟା କ୍ଷୟକ୍ଷତି ଆକକଳନ ପାଇଁ ଡାଭାଓ ସହରରୁ ବୁଟୁଆନ ଯାଇଥିବା ୪ଟି ହେଲିକପ୍ଟର ମଧ୍ୟରୁ ଏହା ଗୋଟିଏ । ଏହି ହେଲିକପ୍ଟର ସହ […]
ନୂଆଦିଲ୍ଲୀ: ଫିଲିପାଇନ୍ସର ଏକ ସାମରିକ ହେଲିକପ୍ଟର ଆଜି ଦକ୍ଷିଣାଞ୍ଚଳର ମିଣ୍ଡାନାଓ ଅଞ୍ଚଳର ଅଗୁସାନ ଡେଲ ସୁର୍ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ସମସ୍ତ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏକ ରିଲିଫ୍ ଅପରେସନ୍ ଚାଲିଥିବା ସମୟରେ ଆଜି ଏହି ଦୁର୍ଘଟଣା ହୋଇଛି। ଫିଲିପାଇନ୍ସ ବାୟୁ ସେନା ଏନେଇ ଘୋଷଣା କରିଛି। ବାତ୍ୟା କ୍ଷୟକ୍ଷତି ଆକକଳନ ପାଇଁ ଡାଭାଓ ସହରରୁ ବୁଟୁଆନ ଯାଇଥିବା ୪ଟି ହେଲିକପ୍ଟର ମଧ୍ୟରୁ ଏହା ଗୋଟିଏ । ଏହି ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ପରେ ତୁରନ୍ତ ତଲାସୀ ଏଓ ଉଦ୍ଧାର ଅପରେସନ୍ ଆରମ୍ଭ ହୋଇଥିଲା।




