କାଜାକସ୍ତାନରେ ବିମାନ ଦୁର୍ଘଟଣା
ନୂଆଦିଲ୍ଲୀ : କାଜାକସ୍ତାନରେ ବିମାନ ଦୁର୍ଘଟଣା । ୭୦ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ବାକୁରୁ ଗ୍ରଜନୀ ଯାଉଥିଲା । ଜରୁରୀ ଅବତରଣ ପାଇଁ ଅନୁମତି ମାଗିବାରେ କିଛି ସମୟ ପରେ ପ୍ଲେନ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅକତାଉରେ ଜରୁରୀ ଅବତରଣ ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ସହିତ ଦମକଳ ପହଞ୍ଚିଛି । ମୃତାହତକୁ ନେଇ ବର୍ତ୍ତମାନ ସୁଦ୍ଧା ସଠିକ ବିବରଣୀ ମିଳିପାରି ନାହିଁ । ଶେଷ ସୂଚନାନୁସାରେ,କୁହୁଡି ଯୋଗୁଁ […]
ନୂଆଦିଲ୍ଲୀ : କାଜାକସ୍ତାନରେ ବିମାନ ଦୁର୍ଘଟଣା । ୭୦ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ବାକୁରୁ ଗ୍ରଜନୀ ଯାଉଥିଲା । ଜରୁରୀ ଅବତରଣ ପାଇଁ ଅନୁମତି ମାଗିବାରେ କିଛି ସମୟ ପରେ ପ୍ଲେନ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଅକତାଉରେ ଜରୁରୀ ଅବତରଣ ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ସହିତ ଦମକଳ ପହଞ୍ଚିଛି । ମୃତାହତକୁ ନେଇ ବର୍ତ୍ତମାନ ସୁଦ୍ଧା ସଠିକ ବିବରଣୀ ମିଳିପାରି ନାହିଁ ।
ଶେଷ ସୂଚନାନୁସାରେ,କୁହୁଡି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ବିମାନଟି ଆଜରବୈଜାନ ଏୟାରଲାଇନ୍ସର ବୋଲି କୁହାଯାଉଛି। କାଜାକିସ୍ତାନର ଜରୁରୀକାଳୀନ ମନ୍ତ୍ରଣାଳୟ ସୂଚନା ଅନୁସାରେ ଆଜରବୈଜାନ ବିମାନଟି ବାକୁରୁ ଗ୍ରୋଜନୀ ଆଡକୁ ଯାଉଥିଲା। ଏଥିରେ ଅଧିକାଂଶ ଆଜରବୈଜାନ ଓ ରୁଷର ନାଗରିକ ଥିଲେ ।




