ଜଳିଗଲା ବିମାନ,୧୮ ମୃତ
ନୂଆଦିଲ୍ଲୀ : ନେପାଳରେ ବିମାନ ଦୁର୍ଘଟଣା । ରନୱେରେ ବିମାନ ଜଳିଯାଇ ୧୮ ଜଣଙ୍କର ମୃତ୍ୟୁ ଘଟିଛି । କାଠମାଣ୍ଡୁର ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଟେକ ଅଫ ବେଳେ ରନୱେ ରୁ ଖସି ଯାଇ ବିମାନରେ ଅଗ୍ନିକାଣ୍ଡ ଘଟିଥିଲା । ବିମାନଟି ୧୯ ଜଣ ଯାତ୍ରୀଙ୍କୁ ନେଇ ପୋଖରା ଅଭିମୁଖେ ଉଡାଣ ଭରିଥିଲା । ବିମାନରେ ୧୬ ଜଣ ଇଂଜିନିୟର ଏବଂ ୩ ଜଣ କ୍ରିୟୁ ମେମ୍ବର ଥିଲେ । ମାତ୍ର ପାଇଲଟଙ୍କୁ ଛାଡି ୧୮ […]
ନୂଆଦିଲ୍ଲୀ : ନେପାଳରେ ବିମାନ ଦୁର୍ଘଟଣା । ରନୱେରେ ବିମାନ ଜଳିଯାଇ ୧୮ ଜଣଙ୍କର ମୃତ୍ୟୁ ଘଟିଛି । କାଠମାଣ୍ଡୁର ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଟେକ ଅଫ ବେଳେ ରନୱେ ରୁ ଖସି ଯାଇ ବିମାନରେ ଅଗ୍ନିକାଣ୍ଡ ଘଟିଥିଲା । ବିମାନଟି ୧୯ ଜଣ ଯାତ୍ରୀଙ୍କୁ ନେଇ ପୋଖରା ଅଭିମୁଖେ ଉଡାଣ ଭରିଥିଲା । ବିମାନରେ ୧୬ ଜଣ ଇଂଜିନିୟର ଏବଂ ୩ ଜଣ କ୍ରିୟୁ ମେମ୍ବର ଥିଲେ । ମାତ୍ର ପାଇଲଟଙ୍କୁ ଛାଡି ୧୮ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ଗ୍ରସ୍ତ ବିମାନରୁ ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ଘଟଣା ପରେ ବିମାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଉଦ୍ଧାର କାର୍ଯ୍ୟ ପାଇଁ ଉକ୍ତ ସ୍ଥାନରେ ପୁଲିସ କର୍ମଚାରୀ ଏବଂ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।




