ପାଇଲଟଙ୍କ ଶେଷ ବାର୍ତ୍ତା,ଆମେ ବଞ୍ଚି ପାରିବୁ ନାହିଁ

ଅହମ୍ମଦାବାଦ : ଅହମଦାବାଦ ବିମାନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ବିମାନରେ ଥିବା ବରିଷ୍ଠ ଅଭିଜ୍ଞ ପାଇଲଟ ସୁମିତ ସଭରୱାଲ କକପିଟରୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) କୁ ପଠାଇଥିବା ତାଙ୍କ ଶେଷ ବାର୍ତ୍ତା ସାମ୍ନାକୁ ଆସିଛି । ଉଡାଣ ଭରିବାର ମାତ୍ର ୪-୫ ସେକେଣ୍ଡ ମଧ୍ୟରେ ସୁମିତ ମେଡେ, ମେଡେ, ମେଡେ ବୋଲି କହୁଛନ୍ତି । ଥ୍ରଷ୍ଟ ମିଳୁନାହିଁ, ପାୱର କମ୍‍ ହେଉଛି, ବିମାନ ଉପରକୁ ଉଠୁନାହିଁ, ଆମେ ବଞ୍ଚିପାରିବୁ ନାହିଁ । […]

ପାଇଲଟଙ୍କ ଶେଷ ବାର୍ତ୍ତା,ଆମେ ବଞ୍ଚି ପାରିବୁ ନାହିଁ
Samaya Live Picture
Published On

ଅହମ୍ମଦାବାଦ : ଅହମଦାବାଦ ବିମାନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ବିମାନରେ ଥିବା ବରିଷ୍ଠ ଅଭିଜ୍ଞ ପାଇଲଟ ସୁମିତ ସଭରୱାଲ କକପିଟରୁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) କୁ ପଠାଇଥିବା ତାଙ୍କ ଶେଷ ବାର୍ତ୍ତା ସାମ୍ନାକୁ ଆସିଛି । ଉଡାଣ ଭରିବାର ମାତ୍ର ୪-୫ ସେକେଣ୍ଡ ମଧ୍ୟରେ ସୁମିତ ମେଡେ, ମେଡେ, ମେଡେ ବୋଲି କହୁଛନ୍ତି । ଥ୍ରଷ୍ଟ ମିଳୁନାହିଁ, ପାୱର କମ୍‍ ହେଉଛି, ବିମାନ ଉପରକୁ ଉଠୁନାହିଁ, ଆମେ ବଞ୍ଚିପାରିବୁ ନାହିଁ । ଏଭଳି ମେସେଜ ଦେଇଥିଲେ ପାଇଲଟ ସୁମିତ । ଏହି ମେସେଜର କିଛି ମିନିଟରେ ହିଁ ବିମାନଟି ଏକ ମେଡିକାଲ ହଷ୍ଟେଲ କୋଠାରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଗୁରୁବାର ଦିନ ଇଣ୍ଡିଆନ ଏୟାରଲାଇନ୍ସର ବୋଇଂ ୭୮୭ ବିମାନ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଅହମ୍ମଦାବାଦ ମେଘାନିନଗର ନିକଟରେ ଏକ ମେଡିକାଲ କୋଠାରେ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ୨୪୨ ଜଣ ବିମାନ ଯାତ୍ରୀଙ୍କ ସହ ୨୭୫ଜଣ ପ୍ରାଣ ହରାଇଛନ୍ତି । ବିମାନରେ ୨୪୨ଜଣ ଥିବା ବେଳେ ସେଥିରୁ ୧୨ଜଣ କ୍ରୁ ସଦସ୍ୟ ଥିଲେ । ସେହିଭଳି ମେଡିକାଲ ହଷ୍ଟେଲ କୋଠାରେ ଥିବା ୧୦ ଜଣ ଡାକ୍ତରଙ୍କ ସହିତ ଗ୍ରାଉଣ୍ଡରେ ଥିବା ୩୪ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଧ୍ବଂସସ୍ତୁପରେ ପରିଣତ ହୋଇଥିବା ବିମାନ ମଧ୍ୟରୁ କେବଳ ଜଣେ ଯାତ୍ରୀ ସୁରକ୍ଷିତ ଅବସ୍ଥାରେ ବାହାରି ଆସିଥିଲେ । ବର୍ତ୍ତମାନ ତାଙ୍କ ଚିକିତ୍ସା ଅହମ୍ମଦାବାଦରେ ଥିବା ଏକ ହସ୍ପିଟାଲରେ ଜାରି ରହିଛି ।

Tags: