ଖାଇକୁ ଶ୍ରଦ୍ଧାଳୁଙ୍କ ଭ୍ୟାନ ଖସି ୮ ମୃତ ୨ ଆହତ
ତାମିଲନାଡୁ : କେରଳ-ତାମିଲନାଡୁ ସୀମା ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନାନୁସାରେ, ଥେନି ଜିଲ୍ଲାର କୁମିଲି ନିକଟରେ ଏକ ଭ୍ୟାନ୍ ୪୦ ଫୁଟ ତଳ ଖାଇକୁ ଖସି ୮ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ଅନ୍ୟ ଜଣକୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି I ଭ୍ୟାନ ରେ ଥିବା ସମସ୍ତ ୧୦ଜଣ ଯାତ୍ରୀ ସାଵରୀମାଲା ଦର୍ଶନ ସାରି ଫେରୁଥିଲେ I ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ […]
ତାମିଲନାଡୁ : କେରଳ-ତାମିଲନାଡୁ ସୀମା ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସୂଚନାନୁସାରେ, ଥେନି ଜିଲ୍ଲାର କୁମିଲି ନିକଟରେ ଏକ ଭ୍ୟାନ୍ ୪୦ ଫୁଟ ତଳ ଖାଇକୁ ଖସି ୮ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଜଣେ ଶିଶୁ ସମେତ ଅନ୍ୟ ଜଣକୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି I ଭ୍ୟାନ ରେ ଥିବା ସମସ୍ତ ୧୦ଜଣ ଯାତ୍ରୀ ସାଵରୀମାଲା ଦର୍ଶନ ସାରି ଫେରୁଥିଲେ I ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯଇଛି I
ସ୍ଥାନୀୟ ପୋଲିସ ସୂତ୍ରରୁ ପ୍ରକାଶ କି ପାହାଡ଼ିଆ ରାସ୍ତା ହୋଇଥିବାରୁ ଗାଡ଼ି ଚାଳକ ଗାଡ଼ି ଚଳାଇବାରେ ନିୟନ୍ତ୍ରଣ ହରାଇଥିଲା । ପ୍ରାୟ ରାତି ୧୧ ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି I ସମସ୍ତ ମୃତକ ମାନେ ଜିଲ୍ଲାର ଆନ୍ଦିପାଟ୍ଟି ବାସିନ୍ଦା ଥିଲେ । ସେ ସାବରିମାଲାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।




