ଦେଶରେ ବ୍ୟାନ୍ ହେବ ପେଟ୍ରୋଲ ଚାଳିତ ଗାଡି: ଗଡକାରୀ
ନୂଆଦିଲ୍ଲୀ: ଜୁଲାଇ ୧୧: ଭାରତରେ ବନ୍ଦ ହେବ ପେଟ୍ରୋଲ ଚାଳିତ ଗାଡ଼ି । ଦେଶରେ ଏବେ ପେଟ୍ରୋଲ-ଡିଜେଲ ଦର ବଢୁଥିବା ବେଳେ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦାବି କରିଛନ୍ତି ଯେ ଆସନ୍ତା ୫ବର୍ଷ ମଧ୍ୟରେ ଦେଶରେ ପେଟ୍ରୋଲ ଉପରେ ପ୍ରତିବନ୍ଧକ ଲଗାଯିବ ଏବଂ ଦେଶରେ ଏହାର କୌଣସି ଆବଶ୍ୟକତା ରହିବ ନାହିଁ । କେନ୍ଦ୍ରମନ୍ତ୍ରୀ କରୁଥିବା ଦାବି କେତେ ସତ […]
ନୂଆଦିଲ୍ଲୀ: ଜୁଲାଇ ୧୧: ଭାରତରେ ବନ୍ଦ ହେବ ପେଟ୍ରୋଲ ଚାଳିତ ଗାଡ଼ି । ଦେଶରେ ଏବେ ପେଟ୍ରୋଲ-ଡିଜେଲ ଦର ବଢୁଥିବା ବେଳେ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦାବି କରିଛନ୍ତି ଯେ ଆସନ୍ତା ୫ବର୍ଷ ମଧ୍ୟରେ ଦେଶରେ ପେଟ୍ରୋଲ ଉପରେ ପ୍ରତିବନ୍ଧକ ଲଗାଯିବ ଏବଂ ଦେଶରେ ଏହାର କୌଣସି ଆବଶ୍ୟକତା ରହିବ ନାହିଁ । କେନ୍ଦ୍ରମନ୍ତ୍ରୀ କରୁଥିବା ଦାବି କେତେ ସତ ତାହା ଭବିଷ୍ୟତରେ ଜଣାପଡ଼ିବ । କି;ୁ ଯଦି ଦେଶରେ ପେଟ୍ରୋଲର ଏକ ଶସ୍ତା ବିକଳ୍ପ ଆସେ, ତେବେ ସାଧାରଣ ଲୋକମାନେ ଅଧିକ ଉପକୃତ ହେବେ । ଗତ ଗୁରୁବାର ଦିନ ଅକୋଲାସ୍ଥିତ ଡକଫର ପଞ୍ଜାବରାଓ ଦେଶମୁଖ କୃଷି ବିଶ୍ୱବିଦ୍ୟାଳୟର ୩୬ତମ ସମାରୋହରେ ଯୋଗ ଦେଇ ଗଡକରୀ ଦାବି କରିଛନ୍ତି ଯେ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତର ରାସ୍ତାରୁ ପେଟ୍ରୋଲ କାର ଲୋପ ପାଇବ । ଦେଶରେ ପେଟ୍ରୋଲର କୌଣସି ଆବଶ୍ୟକତା ରହିବ ନାହିଁ । ସବୁଜ ଇନ୍ଧନ ଆଗାମୀ ସମୟରେ ପେଟ୍ରୋଲର ଆବଶ୍ୟକତାକୁ ଦୂର କରିବ ।




