ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର: ମାର୍ଚ୍ଚ ୨୨: ୧୭୩ ଦିନ ପରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସାରୁ ଊର୍ଦ୍ଧ୍ୱ ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ୯୬, ଡିଜେଲ ୯୧ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୨.୭୪ ଥିବା ବେଳେ ଡିଜେଲ ୯୨.୫୪ ଟଙ୍କା ରହିଛି ।ବାଲେଶ୍ୱରରେ ପେଟ୍ରୋଲ ୮୫, ଡିଜେଲ ୮୬ ପଇସା ବୃଦ୍ଧି ପାଇ ପେଟ୍ରୋଲ ୧୦୨.୬୫ ଓ ଡିଜେଲ ୯୨.୪୯ ଟଙ୍କା ରହିଛି । ରାଉରକେଲାରେ ପେଟ୍ରୋଲ ୮୫, ଡିଜେଲ […]

Samaya Live Picture
Published On

ଭୁବନେଶ୍ୱର: ମାର୍ଚ୍ଚ ୨୨: ୧୭୩ ଦିନ ପରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସାରୁ ଊର୍ଦ୍ଧ୍ୱ ହୋଇଛି । ଭୁବନେଶ୍ୱରରେ ପେଟ୍ରୋଲ ୯୬, ଡିଜେଲ ୯୧ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୨.୭୪ ଥିବା ବେଳେ ଡିଜେଲ ୯୨.୫୪ ଟଙ୍କା ରହିଛି ।ବାଲେଶ୍ୱରରେ ପେଟ୍ରୋଲ ୮୫, ଡିଜେଲ ୮୬ ପଇସା ବୃଦ୍ଧି ପାଇ ପେଟ୍ରୋଲ ୧୦୨.୬୫ ଓ ଡିଜେଲ ୯୨.୪୯ ଟଙ୍କା ରହିଛି । ରାଉରକେଲାରେ ପେଟ୍ରୋଲ ୮୫, ଡିଜେଲ ୮୬ ପଇସା ବୃଦ୍ଧି ପାଇ ପେଟ୍ରୋଲ ୧୦୩.୭୯ ଓ ଡିଜେଲ ୯୩.୫୯ ଟଙ୍କା ରହିଛି । ମାଲକାନଗିରିରେ ପେଟ୍ରୋଲ ୮୪, ଡିଜେଲ ୮୬ ପଇସା ବୃଦ୍ଧି ପାଇ ପେଟ୍ରୋଲ ୧୦୮.୩୯ ଓ ଡିଜେଲ ୯୮.୩୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୦୯. ଟଙ୍କା ୯୮ ପଇସାରୁ ୧୧୦.୮୨ ଟଙ୍କାକୁ ବୃଦ୍ଧି ପାଇଛି । ଡିଜେଲ ଦର ମଧ୍ୟ ୯୫ ଟଙ୍କାରେ ପହଁଚିଛି । କୋଳକତାରେ ୧୦୫.୪୭ ଟଙ୍କାରେ ପହଞ୍ଚିଛି।