ଶିଶୁମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମ୍କୋର୍ଟରେ ଆବେଦନ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ବିଷାକ୍ତ କଫ୍ ସିରପ୍ ପିଇ ୧୬ ଶିଶୁଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମ୍କୋର୍ଟରେ ଏକ ଆବେଦନ କରାଯାଇଛି। ଆଇନଜୀବୀ ବିଶାଲ ତିୱାରୀଙ୍କ ଦ୍ବାରା ଏହି ଆବେଦନ କରାଯାଇଛି। ଦେଶବ୍ୟାପୀ ବିଷାକ୍ତ କଫ୍ ସିରପ୍ ବନ୍ଦ କରିବା ସହ ସମସ୍ତ ସିରପ୍ର ବାଧ୍ୟତାମୂଳକ ପରୀକ୍ଷଣ ପାଇଁ ଆବେଦନରେ ଦର୍ଶାଯାଇଛି। ଅନ୍ୟ ରାଜ୍ୟରେ ଏଭଳି ଘଟଣା ଘଟିଥିବା ଦର୍ଶାଇ ତିୱାରୀ ଜଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ବାବଧାନରେ ଏହି ଘଟଣାର ତଦନ୍ତ […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ବିଷାକ୍ତ କଫ୍ ସିରପ୍ ପିଇ ୧୬ ଶିଶୁଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମ୍କୋର୍ଟରେ ଏକ ଆବେଦନ କରାଯାଇଛି। ଆଇନଜୀବୀ ବିଶାଲ ତିୱାରୀଙ୍କ ଦ୍ବାରା ଏହି ଆବେଦନ କରାଯାଇଛି। ଦେଶବ୍ୟାପୀ ବିଷାକ୍ତ କଫ୍ ସିରପ୍ ବନ୍ଦ କରିବା ସହ ସମସ୍ତ ସିରପ୍ର ବାଧ୍ୟତାମୂଳକ ପରୀକ୍ଷଣ ପାଇଁ ଆବେଦନରେ ଦର୍ଶାଯାଇଛି। ଅନ୍ୟ ରାଜ୍ୟରେ ଏଭଳି ଘଟଣା ଘଟିଥିବା ଦର୍ଶାଇ ତିୱାରୀ ଜଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ବାବଧାନରେ ଏହି ଘଟଣାର ତଦନ୍ତ କରିବାପାଇଁ ଅନୁରୋଧ କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ କ୍ଷତିପୂରଣ ଦେବାପାଇଁ ମଧ୍ୟ ଆବେଦନରେ ଅନୁରୋଧ କରାଯାଇଛି। ଏ ସମ୍ବିଧାନର ଧାରା ୨୧ ଅନୁଯାୟୀ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଏବଂ ଜୀବନର ଅଧିକାରକୁ ଉଦ୍ଧୃତ କରି କୁହାଯାଇଛି ଏହି ଅଧିକାର ନିଶ୍ଚିତ କରେ ଯେ ଆରୋଗ୍ୟ ପାଇଁ ଉଦ୍ଦିଷ୍ଟ କୌଣସି ଔଷଧ ମୃତ୍ୟୁର ଉପକରଣ ନହେଉ।




