ସ୍କୁଲରେ ନିଆଁ ଲାଗି ଗୁରୁତର ହେଲେ ପୱନ କଲ୍ୟାଣଙ୍କ ପୁଅ

ଆନ୍ଧ୍ରପ୍ରଦେଶ : ସ୍କୁଲରେ ଅଘଟଣ । ନିଆଁ ଲାଗି ଆହତ ହେଲେ ଆନ୍ଧ୍ରପ୍ରଦେଶ ଡେପୁଟି ସିଏମ.ତଥା ଜନସେନା ପାର୍ଟିର ନେତା ପବନ କଲ୍ୟାଣଙ୍କ ସାନ ପୁଅ ୮ ବର୍ଷର ମାର୍କ ଶଙ୍କର ପୱନ । ସିଙ୍ଗାପୁରରେ ଏକ ସ୍କୁଲରେ ପଢ଼ୁଥିବା ସମୟରେ ଏହି ଅଘଟଣ ଘଟିଛି । ନିଆଁରେ ମାର୍କ ଶଙ୍କରଙ୍କର ହାତ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହେବା ସହ ଧୂଆଁରେ ଅଣନିଶ୍ୱାସୀ ହୋଇ ପଡିବାରୁ ତାଙ୍କୁ ସିଙ୍ଗାପୁର ସ୍ଥିତ ଏକ ହସ୍ପିଟାଲରେ ଭର୍ତି କରାଯାଇଛି […]

ସ୍କୁଲରେ ନିଆଁ ଲାଗି ଗୁରୁତର ହେଲେ ପୱନ କଲ୍ୟାଣଙ୍କ ପୁଅ
Samaya Live Picture
Published On

ଆନ୍ଧ୍ରପ୍ରଦେଶ : ସ୍କୁଲରେ ଅଘଟଣ । ନିଆଁ ଲାଗି ଆହତ ହେଲେ ଆନ୍ଧ୍ରପ୍ରଦେଶ ଡେପୁଟି ସିଏମ.ତଥା ଜନସେନା ପାର୍ଟିର ନେତା ପବନ କଲ୍ୟାଣଙ୍କ ସାନ ପୁଅ ୮ ବର୍ଷର ମାର୍କ ଶଙ୍କର ପୱନ । ସିଙ୍ଗାପୁରରେ ଏକ ସ୍କୁଲରେ ପଢ଼ୁଥିବା ସମୟରେ ଏହି ଅଘଟଣ ଘଟିଛି । ନିଆଁରେ ମାର୍କ ଶଙ୍କରଙ୍କର ହାତ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହେବା ସହ ଧୂଆଁରେ ଅଣନିଶ୍ୱାସୀ ହୋଇ ପଡିବାରୁ ତାଙ୍କୁ ସିଙ୍ଗାପୁର ସ୍ଥିତ ଏକ ହସ୍ପିଟାଲରେ ଭର୍ତି କରାଯାଇଛି । ପବନ କଲ୍ୟାଣ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲା ଗସ୍ତରେ ଅଛନ୍ତି । ସେ ତାଙ୍କର ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସମାପ୍ତ କରିବା ପରେ ସିଙ୍ଗାପୁର ଅଭିମୁଖେ ବାହାରିଛନ୍ତି । ବର୍ତ୍ତମାନ ସୁଦ୍ଧା ମାର୍କ ଶଙ୍କରଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହି ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।

Tags: