ହଟ୍ଟଗୋଳରୁ ଆରମ୍ଭ ହେଲା ସଂସଦୀୟ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଆରମ୍ଭ ହେଲା ସଂସଦୀୟ ମୌସୁମୀ ଅଧିବେଶନ। ଅଧିବେଶନ ଆରମ୍ଭରୁ ଗୃହରେ ବିରୋଧିଙ୍କ ହଙ୍ଗମା ଦେଖିବାକୁ ମିଳିଛି । ‘ଅପରେସନ୍ ସିନ୍ଦୂର’କୁ ନେଇ ପ୍ରଥମ ଦିନରେ ହିଁ ଶାସକ ଓ ବିରୋଧୀ ପକ୍ଷ ମଧ୍ୟରେ ତୀବ୍ର ବାକ୍-ବିତଣ୍ଡା ଦେଖିବାକୁ ମିଳିଛି । ବିରୋଧୀ ଦଳ ପକ୍ଷରୁ ଏହି ପ୍ରସଙ୍ଗରେ ତୁରନ୍ତ ଆଲୋଚନା ଦାବି କରାଯାଇ ପ୍ରବଳ ହଙ୍ଗାମା କରାଯିବାରୁ ଲୋକସଭାର କାର୍ଯ୍ୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ବିରୋଧୀ ଦଳର ସାଂସଦମାନେ ଲୋକସଭାରେ […]

ହଟ୍ଟଗୋଳରୁ ଆରମ୍ଭ ହେଲା ସଂସଦୀୟ ମୌସୁମୀ ଅଧିବେଶନ
Samaya Live Picture
Published On

ନୂଆଦିଲ୍ଲୀ : ଆରମ୍ଭ ହେଲା ସଂସଦୀୟ ମୌସୁମୀ ଅଧିବେଶନ। ଅଧିବେଶନ ଆରମ୍ଭରୁ ଗୃହରେ ବିରୋଧିଙ୍କ ହଙ୍ଗମା ଦେଖିବାକୁ ମିଳିଛି । ‘ଅପରେସନ୍ ସିନ୍ଦୂର’କୁ ନେଇ ପ୍ରଥମ ଦିନରେ ହିଁ ଶାସକ ଓ ବିରୋଧୀ ପକ୍ଷ ମଧ୍ୟରେ ତୀବ୍ର ବାକ୍-ବିତଣ୍ଡା ଦେଖିବାକୁ ମିଳିଛି । ବିରୋଧୀ ଦଳ ପକ୍ଷରୁ ଏହି ପ୍ରସଙ୍ଗରେ ତୁରନ୍ତ ଆଲୋଚନା ଦାବି କରାଯାଇ ପ୍ରବଳ ହଙ୍ଗାମା କରାଯିବାରୁ ଲୋକସଭାର କାର୍ଯ୍ୟକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା ।

ବିରୋଧୀ ଦଳର ସାଂସଦମାନେ ଲୋକସଭାରେ ସ୍ଲୋଗାନ ଦେଇ ସରକାରଙ୍କଠାରୁ ‘ଅପରେସନ ସିନ୍ଦୂର’ ଉପରେ ଉତ୍ତର ରଖିବାକୁ ଦାବି କରିଛନ୍ତି । ବିରୋଧୀ ସଦସ୍ୟମାନେ ପ୍ରଧାନମନ୍ତ୍ରୀ ମୋଦୀ ଜବାବ ଦିଅ ନାରା ଦେଇ ସରକାରଙ୍କଚ ଘେରିଛନ୍ତି । ବାଚସ୍ପତି ଓମ୍‍ ବିର୍ଲା ସମସ୍ତଙ୍କୁ ଶାନ୍ତ ରହିବାକୁ ନିବେଦନ କରିଥିଲେ ଏବଂ ସ୍ପଷ୍ଟ କରିଥିଲେ ଯେ ସରକାର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ । ଏହାସତ୍ୱେ ପ୍ରଶ୍ନକାଳ ସମୟରେ ବିରୋଧୀମାନେ ହଟ୍ଟଗୋଳ କରିଥିଲେ ।

ନିଜର ପ୍ରତିକ୍ରିୟା ରଖି ଜେପି ନଡ୍ଡା ସ୍ପଷ୍ଟ ଭାବେ କହିଛନ୍ତି ଯେ ସରକାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି, “ଆମେ ନିଟ୍ ପରୀକ୍ଷା ବିବାଦ, ଟ୍ରେନ୍ ଦୁର୍ଘଟଣା, ଦରବୃଦ୍ଧି ଏବଂ ଅନ୍ୟ ଯେକୌଣସି ପ୍ରସଙ୍ଗ, ଯାହା ବିରୋଧୀ ଉଠାଇବାକୁ ଚାହୁଁଛନ୍ତି, ସେସବୁ ଉପରେ ଆଲୋଚନା କରିବାକୁ ଚାହୁଁଛୁ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ବିରୋଧୀ ଦଳ ଆଲୋଚନାରେ ଭାଗ ନେବା ପରିବର୍ତ୍ତେ କେବଳ ହଙ୍ଗାମା କରି ଗୃହ କାର୍ଯ୍ୟକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ।

ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିଥିଲେ ଅପରେସନ ସିନ୍ଦୂରରେ ସାରା ବିଶ୍ୱ ଭାରତୀୟ ସେନାର ଶକ୍ତି ଦେଖିଥିଲା । ୨୨ ମିନିଟରେ ଆତଙ୍କବାଦୀଙ୍କ ଘର ଧୂଳିସାତ୍‍ ହୋଇଥିଲା । ମେଡ ଇନ୍‍ ଇଣ୍ଡିଆ ସାମରିକ ଶକ୍ତିର ଏହି ନୂତନ ରୂପ ପ୍ରତି ବିଶ୍ୱ ବହୁତ ଆକର୍ଷିତ । ଯେତେବେଳେ ଅନ୍ୟ ରାଷ୍ଟ୍ରର ଲୋକଙ୍କୁ ଭେଟୁଛି ସେଠାରେ ଭାରତରେ ତିଆରି ହେଉଥିବା ମେଡ୍‍ ଇନ୍‍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ପ୍ରତି ବିଶ୍ୱର ଆକର୍ଷଣ ବୃଦ୍ଧି ପାଉଥିବା କହିଛନ୍ତି ମୋଦୀ । ସେ ପଣି କହିଛନ୍ତି ଏହି ଅଧିବେଶନ ଭାରତ ପାଇଁ ଗୌରବ । ମୌସୁମୀ ଏବଂ କୃଷି ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଜଳ ସଂରକ୍ଷଣ ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି, ଯାହା ସମଗ୍ର ଦେଶକୁ ଲାଭ ଦେବ । ବିଶେଷକରି ଚାଷୀ, ଗାଁ ଏବଂ ସାଧାରଣ ପରିବାର ଲାଭବାନ ହେବେ।

Tags: