କଂଗ୍ରେସ୍ ଛାଡିଲେ ପଞ୍ଜାବ ପୂର୍ବତନ କଂଗ୍ରେସ୍ ମୁଖ୍ୟ
ନୂଆଦିଲ୍ଲୀ: ମଇ ୧୪: ଦଳ ଛାଡିଲେ ସୁନୀଲ । କଂଗ୍ରେସ ଶୃଙ୍ଖଳା କମିଟିଦ୍ୱାରା ଲାଞ୍ଛିତ ହୋଇ ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜାଖଡ଼ ଦଳ ଛାଡ଼ିଛନ୍ତି । ମନ୍ କି ବାତ୍ ଶିରୋନାମାରେ ଫେସବୁକ୍ ଲାଇଭ୍ ଷ୍ଟ୍ରିମ୍ କରି ଚିର ବିଦାୟ ଓ ସୌଭାଗ୍ୟ ପ୍ରାପ୍ତ ହୁଅ ବୋଲି କହି ଦଳ ତ୍ୟାଗ କରିଛନ୍ତି । ୩ ଥର ବିଧାୟକ ଓ ଥରେ ସାଂସଦ ହୋଇଥିବା ଜାଖଡ଼ ତାଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲର ସମସ୍ତ ପାର୍ଟି […]
ନୂଆଦିଲ୍ଲୀ: ମଇ ୧୪: ଦଳ ଛାଡିଲେ ସୁନୀଲ । କଂଗ୍ରେସ ଶୃଙ୍ଖଳା କମିଟିଦ୍ୱାରା ଲାଞ୍ଛିତ ହୋଇ ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜାଖଡ଼ ଦଳ ଛାଡ଼ିଛନ୍ତି । ମନ୍ କି ବାତ୍ ଶିରୋନାମାରେ ଫେସବୁକ୍ ଲାଇଭ୍ ଷ୍ଟ୍ରିମ୍ କରି ଚିର ବିଦାୟ ଓ ସୌଭାଗ୍ୟ ପ୍ରାପ୍ତ ହୁଅ ବୋଲି କହି ଦଳ ତ୍ୟାଗ କରିଛନ୍ତି । ୩ ଥର ବିଧାୟକ ଓ ଥରେ ସାଂସଦ ହୋଇଥିବା ଜାଖଡ଼ ତାଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲର ସମସ୍ତ ପାର୍ଟି ରେଫେରେନ୍ସ୍ ହଟାଇ ଦେଇଛନ୍ତି । ତାଙ୍କ ଟୁଇଟର୍ ବାୟୋରୁ ସେ କଂଗ୍ରେସ ହଟାଇ ଦେବା ସହ ଟୁଇଟର୍ ଆକାଉଣ୍ଟରେ କଂଗ୍ରେସର ପତାକା ଚିତ୍ର ପରିବର୍ତ୍ତେ ଭାରତର ଜାତୀୟ ପତାକାର ଚିତ୍ର ରଖିଛନ୍ତି । ଜାଖଡ଼ କହିଛନ୍ତି, କେତେକ ପଞ୍ଜାବ କଂଗ୍ରେସ ନେତା ତାଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗ ଆଗତ କରିବାରୁ ଶୃଙ୍ଖଳା କମିଟିଦ୍ୱାରା ଦଳର ସମସ୍ତ ପଦବୀରୁ ବଞ୍ଚିତ ହୋଇ ସେ ହତୋତ୍ସାହ ହୋଇପଡ଼ିଛନ୍ତି । କଂଗ୍ରେସ ସାଂସଦ ଅମ୍ବିକା ସୋନିଙ୍କୁ ମଧ୍ୟ ସେ ନିନ୍ଦା କରିଛନ୍ତି । କି;ୁ, ରାହୁଲ୍ ଗାନ୍ଧୀଙ୍କୁ ପ୍ରଶଂସା କରି ଜାଖଡ଼ କହିଛନ୍ତି, ସେ ଜଣେ ଉତ୍ତମ ବ୍ୟକ୍ତି । ତୋଷାମଦିଆଙ୍କ ଠାରୁ ଦୂରେଇ ରହି ପୁଣି ଥରେ ଦଳର ନେତୃତ୍ୱ ଗ୍ରହଣ କରିବା ଲାଗି ମୁଁ ତାଙ୍କୁ ଅନୁରୋଧ କରିବି ।




