ପାଲଘର : କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୩ ମୃତ ୧୨ ଆହତ
ମହାରାଷ୍ଟ୍ର : ଆଜି ସକାଳେ ମୁମ୍ବାଇ ନିକଟ ପାଲଘରର ବୋଇସର ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏମଆଇଡିସି ସ୍ଥିତ ଭଗୋରିୟା କେମିକାଲ କାରଖାନାରେ ବୟଲର ଫାଟିବା କାରଣରୁ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ସ୍ଥାନୀୟ ଅଂଚଳରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା । ଏହି ବିସ୍ଫୋରଣରେ ମ୍ୟାନେଜର ଓ ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିବା ସହିତ ୧୨ ଜଣ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ […]
ମହାରାଷ୍ଟ୍ର : ଆଜି ସକାଳେ ମୁମ୍ବାଇ ନିକଟ ପାଲଘରର ବୋଇସର ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏମଆଇଡିସି ସ୍ଥିତ ଭଗୋରିୟା କେମିକାଲ କାରଖାନାରେ ବୟଲର ଫାଟିବା କାରଣରୁ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ସ୍ଥାନୀୟ ଅଂଚଳରେ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା । ଏହି ବିସ୍ଫୋରଣରେ ମ୍ୟାନେଜର ଓ ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିବା ସହିତ ୧୨ ଜଣ ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । କାରଣ କାରଖାନା ମଧ୍ୟରେ ଆଉ କିଛି କର୍ମଚାରୀ ମଧ୍ୟ କାମ କରୁଥିଲେ ଯେଉଁମାନଙ୍କର କି କିଛି ଖୋଜ୍ ଖବର ନାହିଁ ।
ମିଳିଥିବା ସୂଚନା ଅନୁସାରେ, ଏହି କମ୍ପାନୀ ପାଲଘର ଜିଲ୍ଲାର ବୋଇସରରେ ତାରାପୁର ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ଅବସ୍ଥିତ ଥିଲା Iବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପ୍ଲାଣ୍ଟର ଛାତ ଫାଟି ଯାଇଥିଲା। ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ପରେ ଚାହୁଁଚାହୁଁ ଚାରିଆଡେ ବ୍ୟାପିଯାଇଥିଲା । ଘଟଣାସ୍ଥଳରେ ୧୮ ଜଣ କର୍ମଚାରୀ କାମ କରୁଥିଲେ I ଧୂଆଁ ଓ ନିଆଁ ଯୋଗୁଁ ସେମାନେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତୁରନ୍ତ ସ୍ଥାନୀୟ ପୋଲିସ ସହିତ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା I ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭାଇବା କାର୍ଯ୍ୟ ରେ ନିୟୋଜିତ ହୋଇଛନ୍ତି । ଅଗ୍ନିକାଣ୍ଡର ମାତ୍ରା ଏତେ ଭୟଙ୍କର ଥିଲା ନିଆଁକୁ ଆୟତ କରିବା ସମ୍ଭବପର ହୋଇପାରିନଥିଲା I
ଏହି ଫ୍ୟାକ୍ଟ୍ରୀରେ ବୟନ ଶିଳ୍ପରେ ବ୍ୟବହୃତ ହେଉଥିବା ଏସିଡ ଉତ୍ପାଦନ ହୋଇଥାଏ । ସୋଡିୟମ୍ ସଲ୍ଫେଟ୍କୁ ଆମୋନିଆ ସହ ମିଶ୍ରଣ ପ୍ରକ୍ରିୟା ଚାଲି ଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପାଲଘର ଜିଲ୍ଲାପାଳଙ୍କ ସହ ଫୋନ ଯୋଗେ କଥା ହେବା ସହିତ ଘଟଣା ବାବଦରେ ପଚାରି ବୁଝିଛନ୍ତି । ଗୁରୁତର ମାନଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସିଏମ୍ କହିଛନ୍ତି ।




