ଭାରତୀୟ ଗୀତ ପ୍ରସାରଣକୁ ନିଷିଦ୍ଧ କଲା ପାକିସ୍ତାନ ରେଡ଼ିଓ ଷ୍ଟେସନ

ନୂଆଦିଲ୍ଲୀ: ପାକିସ୍ତାନରେ ବନ୍ଦ ହେଲା ଭାରତୀୟ ଗାୟକଙ୍କ ଗୀତ । ଏଣିକି ପାକିସ୍ତାନ ଏଫ.ଏମ ରେଡ଼ିଓ ଷ୍ଟେସନ ଗୁଡିକରେ ଆଉ ପ୍ରସାରଣ ହେବନାହିଁ ଭାରତୀୟ କଣ୍ଠଶିଳ୍ପୀଙ୍କ ଗୀତ । ଗୁରୁବାର ପାକିସ୍ତାନ ପ୍ରସାରଣ ସଂଘ (ପିବିଏ) ସୂଚନା ଦେଇଛି ଯେ, ସେଠାକାର ରେଡିଓ ଷ୍ଟେସନ ଗୁଡ଼ିକରେ ବାଜୁଥିବା ସମସ୍ତ ଭାରତୀୟ ଗୀତକୁ ନିଷେଧ କରାଯାଇଛି । ପାକିସ୍ତାନର ସୂଚନା ମନ୍ତ୍ରୀ ଅତୁଲ୍ଲାହ ତରାର ଭାରତ ବିରୋଧରେ ପିବିଏର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ଏହାକୁ ସେ ଦେଶଭକ୍ତିର […]

ଭାରତୀୟ ଗୀତ ପ୍ରସାରଣକୁ ନିଷିଦ୍ଧ କଲା ପାକିସ୍ତାନ ରେଡ଼ିଓ ଷ୍ଟେସନ
Samaya Live Picture
Published On

ନୂଆଦିଲ୍ଲୀ: ପାକିସ୍ତାନରେ ବନ୍ଦ ହେଲା ଭାରତୀୟ ଗାୟକଙ୍କ ଗୀତ । ଏଣିକି ପାକିସ୍ତାନ ଏଫ.ଏମ ରେଡ଼ିଓ ଷ୍ଟେସନ ଗୁଡିକରେ ଆଉ ପ୍ରସାରଣ ହେବନାହିଁ ଭାରତୀୟ କଣ୍ଠଶିଳ୍ପୀଙ୍କ ଗୀତ । ଗୁରୁବାର ପାକିସ୍ତାନ ପ୍ରସାରଣ ସଂଘ (ପିବିଏ) ସୂଚନା ଦେଇଛି ଯେ, ସେଠାକାର ରେଡିଓ ଷ୍ଟେସନ ଗୁଡ଼ିକରେ ବାଜୁଥିବା ସମସ୍ତ ଭାରତୀୟ ଗୀତକୁ ନିଷେଧ କରାଯାଇଛି । ପାକିସ୍ତାନର ସୂଚନା ମନ୍ତ୍ରୀ ଅତୁଲ୍ଲାହ ତରାର ଭାରତ ବିରୋଧରେ ପିବିଏର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ଏହାକୁ ସେ ଦେଶଭକ୍ତିର ନିଷ୍ପତି ବୋଲି କହି ଏନେଇ ପିବିଏର ସାଧାରଣ ସମ୍ପାଦକଙ୍କୁ ଏକ ପତ୍ର ଲେଖିଛନ୍ତି ।

ସୂଚନାନୁସାରେ,ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଛି। ଏହା ଭିତରେ ଭାରତ ଏକ ବଡ଼ ପଦକ୍ଷେପସ୍ଵରୂପ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍, ପାକିସ୍ତାନୀ କଳାକାର ଏବଂ ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଦେଶରେ ନିଷେଧ କରିଛି। ଏହାର ଜବାବରେ ପାକିସ୍ତାନ ମଧ୍ୟ ଭାରତ ବିରୋଧରେ ଏହି ପଦକ୍ଷେପ ଗ୍ରହଣ କରିଛି ।

Tags: