ସୀମା ଲଙ୍ଘିଲା ପାକିସ୍ତାନୀ ଡ୍ରୋନ, ଗୁଳିକରି ଖସାଇଲା ବିଏସଏଫ

ଅମୃତସର : ପାକିସ୍ତାନର ଅନୁପ୍ରବେଶକାରୀ ଡ୍ରୋନକୁ ଖସାଇଲା ଭାରତ I ପଞ୍ଜାବର ଅମୃତସର ନିକଟ ଅଜନାଲାରେ ବିଏସ୍ଏଫ୍ କର୍ମଚାରୀ ପାକିସ୍ତାନୀ ଡ୍ରୋନ୍ କୁ ଗୁଳି କରି ତଳକୁ ଖସାଇଛନ୍ତି । ସୋମବାର ରାତିରେ ସୀମା ସୁରକ୍ଷା ବାହିନୀ(ବିଏସଏଫ୍)ର ଯବାନ ପାକିସ୍ତାନରୁ ଭାରତୀୟ ଅଞ୍ଚଳକୁ ପ୍ରବେଶ କରୁଥିବା ସନ୍ଦିଗ୍ଧ ଡ୍ରୋନ୍‌କୁ ଗୁଳି ଖସାଇ ଦେଇଛନ୍ତି । ଡ୍ରୋନ୍ ଟି ବିଏସଏଫ ଯବାନ ଙ୍କ କବ୍ଜାରେ ରହିଥିବାବେଳେ ସେଥିରେ ଧଳା ରଙ୍ଗର କିଛି ସନ୍ଦିଗ୍ଧ ପଦାର୍ଥ ରହିଛି I ଏହା […]

Samaya Live Picture
Published On

ଅମୃତସର : ପାକିସ୍ତାନର ଅନୁପ୍ରବେଶକାରୀ ଡ୍ରୋନକୁ ଖସାଇଲା ଭାରତ I ପଞ୍ଜାବର ଅମୃତସର ନିକଟ ଅଜନାଲାରେ ବିଏସ୍ଏଫ୍ କର୍ମଚାରୀ ପାକିସ୍ତାନୀ ଡ୍ରୋନ୍ କୁ ଗୁଳି କରି ତଳକୁ ଖସାଇଛନ୍ତି । ସୋମବାର ରାତିରେ ସୀମା ସୁରକ୍ଷା ବାହିନୀ(ବିଏସଏଫ୍)ର ଯବାନ ପାକିସ୍ତାନରୁ ଭାରତୀୟ ଅଞ୍ଚଳକୁ ପ୍ରବେଶ କରୁଥିବା ସନ୍ଦିଗ୍ଧ ଡ୍ରୋନ୍‌କୁ ଗୁଳି ଖସାଇ ଦେଇଛନ୍ତି । ଡ୍ରୋନ୍ ଟି ବିଏସଏଫ ଯବାନ ଙ୍କ କବ୍ଜାରେ ରହିଥିବାବେଳେ ସେଥିରେ ଧଳା ରଙ୍ଗର କିଛି ସନ୍ଦିଗ୍ଧ ପଦାର୍ଥ ରହିଛି I ଏହା ଡ୍ରଗ୍ସ କିମ୍ବା କୌଣସି ଅସ୍ତ୍ର ଶସ୍ତ୍ର ହୋଇପାରେ ବୋଲି ଅନୁମାନ କରାଯାଉଛି I

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତିରେ ଅମୃତସରଠାରୁ ୪୦ କିଲୋମିଟର ଦୂରରେ ଥିବା ଚହରପୁର ଗାଁ ନିକଟ ସୀମାରେ ନିୟୋଜିତ ବିଏସ୍ଏଫ୍ ଯବାନମାନେ ବିଳମ୍ବିତ ରାତିରେ ଭାରତରେ ପ୍ରବେଶ କରୁଥିବା ଡ୍ରୋନର ଶବ୍ଦ ଶୁଣିଥିଲେ। ଡ୍ରୋନର ଶବ୍ଦ ଶୁଣି ଯବାନମାନେ ଗୁଳି ଚଳାଇବା ଆରମ୍ଭ କରିଦେଲେ I ଯବାନଙ୍କ ବୁଲେଟ୍‌ ଗୁଳି ଡ୍ରୋନ୍‌ରେ ବାଜିଥିଲା ଓ ଡ୍ରୋନ୍‌ଟି ତଳେ ଖସି ପଡ଼ିଥିଲା। ଏହା ସହିତ ସମଗ୍ର ଅଞ୍ଚଳକୁ ଘେରାଉ କରିଦିଆ ଯିବା ପରେ ପୋଲିସ ଏବଂ ସଂପୃକ୍ତ ଏଜେନ୍ସିମାନଙ୍କୁ ସୂଚନା ଦିଆଯାଇଥିଲା। ଧରାଯାଇଥିବା ଡ୍ରୋନ୍ ଟି ହେଉଛି ଚାଇନା ନିର୍ମିତ ଏବଂ ଏହାର ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ବୋହିବାର କ୍ଷମତା ରହିଛି I

ଏହାପୂର୍ବରୁ ନଭେମ୍ବର ୨୬ ନଭେମ୍ବର ବିଳମ୍ବିତ ରାତିରେ ପଞ୍ଜାବର ତରନ ତାରନର ଆମାର୍କୋଟ ଗ୍ରାମରେ ଏକ ଡ୍ରୋନ୍ ପାକିସ୍ତାନ ପଟୁ ଅନୁପ୍ରବେଶ କରିଥିଲା। ଡ୍ରୋନ୍ ଦେଖିବା ମାତ୍ରେ ବିଏସ୍ଏଫ୍ ଯବାନମାନେ ଏହା ଉପରେ ଗୁଳିମାଡ କରିଥିଲେ। ଏହା ପରେ ଡ୍ରୋନ୍ ପାକିସ୍ତାନ ଆଡକୁ ଫେରି ଯାଇଥିଲା। ସୂଚନାନୁସାରେ, ନଭେମ୍ବର ୨୬ରେ ବିଏସଏଫର ୧୦୩ ବାଟାଲିୟନର ସୈନିକମାନେ ପାଟ୍ରୋଲିଂ କରିବା ସମୟରେ ଡ୍ରୋନର ଶବ୍ଦ ଶୁଣି ଥିଲେ। ଏହି ଶବ୍ଦ ଶୁଣିବା ପରେ ଯବାନମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ସମୟ ମଧ୍ୟରେ ସୈନିକମାନେ ପ୍ରାୟ ୨୨ ରାଉଣ୍ଡ ଗୁଳି ଚଳାଇଥିଲେ। ତାପରେ କିଛି ସମୟ ପରେ ଡ୍ରୋନ୍‌ ଫେରିଯାଇଥିଲା।