ଭାରତକୁ ସମର୍ଥନ କରୁ୍ଥିବା ଦେଶ ଉପରେ ମିଶାଇଲ ମାଡ଼ କରିବ ପାକିସ୍ତାନ

ସମୟ ଲାଇଭ,୩୦/୧୦: ଆତଙ୍କବାଦ କ୍ଷତ୍ରରେ ସାରା ବିଶ୍ଵ ଏବେ ଭାରତକୁ ସମର୍ଥନ କରୁଛି କିନ୍ତୁ ଏହାକୁ ସହଜରେ ହଜମ କରିପାରୁନି ପଡୋଶୀ ପାକିସ୍ତାନ ୲ ଯିଏ ଭାରତକୁ ସମର୍ଥନ କରିବ ତାକୁ ମିଶାଇଲ ମାଡ଼ କରି ଉଡ଼େଇ ଦିଆଯିବ ବୋଲି ଧମକ ଦେଇଛି ପାକିସ୍ତାନ ୲ ଏଥିସହିତ ଉକ୍ତ ଦେଶକୁ ପାକିସ୍ତାନର ଶତ୍ରୁରାଷ୍ଟ ବୋଲି ବିଚାର କରାଯିବ। ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପାକ୍‌ ମନ୍ତ୍ରୀ ଅଲି […]

Samaya Live Picture
Published On

ସମୟ ଲାଇଭ,୩୦/୧୦: ଆତଙ୍କବାଦ କ୍ଷତ୍ରରେ ସାରା ବିଶ୍ଵ ଏବେ ଭାରତକୁ ସମର୍ଥନ କରୁଛି କିନ୍ତୁ ଏହାକୁ ସହଜରେ ହଜମ କରିପାରୁନି ପଡୋଶୀ ପାକିସ୍ତାନ ୲ ଯିଏ ଭାରତକୁ ସମର୍ଥନ କରିବ ତାକୁ ମିଶାଇଲ ମାଡ଼ କରି ଉଡ଼େଇ ଦିଆଯିବ ବୋଲି ଧମକ ଦେଇଛି ପାକିସ୍ତାନ ୲ ଏଥିସହିତ ଉକ୍ତ ଦେଶକୁ ପାକିସ୍ତାନର ଶତ୍ରୁରାଷ୍ଟ ବୋଲି ବିଚାର କରାଯିବ। ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପାକ୍‌ ମନ୍ତ୍ରୀ ଅଲି ଅମିନ ଗନ୍ଦାପୁର କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ଯଦି ଭାରତ ସହିତ ଉତ୍ତେଜନା ବୃଦ୍ଧି ପାଏ, ତେବେ ପାକିସ୍ତାନ ଯୁଦ୍ଧ କରିବାକୁ ବାଧ୍ୟ ହେବ। ସୁତରାଂ ଯେଉଁ ଦେଶ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ନ କରି ଭାରତକୁ ସମର୍ଥନ କରୁଛନ୍ତି, ସେମାନେ ଆମର ଶତ୍ରୁ ରାଷ୍ଟ୍ର ବୋଲି ବିଚାର କରାଯିବ ଏବଂ ଭାରତ ସହିତ ଉକ୍ତ ଦେଶଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯିବ। ଅଲି ଅମିନ ପାକିସ୍ତାନର କାଶ୍ମୀର ଏବଂ ଗିଲଗିଟ୍‌ ବାଲତିସ୍ତାନ ବ୍ୟାପାର ମନ୍ତ୍ରୀ ଅଛନ୍ତି। ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଜଣେ ପାକିସ୍ତାନୀ ସାମ୍ବାଦିକ ମନ୍ତ୍ରୀଙ୍କ ଭିଡିଓର କିଛି ଅଂଶକୁ ଟ୍ବିଟ୍‌ କରିବା ପରେ ଏହା ସାମ୍ନାକୁ ଆସିଛି।

Tags: