ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ

ନୂଆଦିଲ୍ଲୀ : ବାରମ୍ବାର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ । ସୀମା ନିକଟବର୍ତ୍ତୀ ୩୬ଟି ଅଂଚଳ ଉପରେ ପାକ ସେନା ୩୦୦ରୁ ୪୩୩ଟି ଡ୍ରୋନ୍ ଛଡା ଯାଇଥିବାବେଳେ । ଭାରତୀୟ ସେନା ପକ୍ଷରୁ ସମସ୍ତ ଡ୍ରୋନ୍’କୁ ନିଷ୍କ୍ରିୟ କରିଦିଆଯାଇଛି । ଏନେଇ ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣେଲ ସୋଫିଆ କ୍ୟୁରେସି ସୂଚନା ଦେଇଛନ୍ତି । ପାକିସ୍ତାନ ସେନା ବାରମ୍ବାର ଭାରତୀୟ ଆକାଶ ସୀମା ମଧ୍ୟକୁ ପ୍ରବେଶ […]

ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ
Samaya Live Picture
Published On

ନୂଆଦିଲ୍ଲୀ : ବାରମ୍ବାର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଅସ୍ତ୍ର ବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ । ସୀମା ନିକଟବର୍ତ୍ତୀ ୩୬ଟି ଅଂଚଳ ଉପରେ ପାକ ସେନା ୩୦୦ରୁ ୪୩୩ଟି ଡ୍ରୋନ୍ ଛଡା ଯାଇଥିବାବେଳେ । ଭାରତୀୟ ସେନା ପକ୍ଷରୁ ସମସ୍ତ ଡ୍ରୋନ୍’କୁ ନିଷ୍କ୍ରିୟ କରିଦିଆଯାଇଛି । ଏନେଇ ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କର୍ଣ୍ଣେଲ ସୋଫିଆ କ୍ୟୁରେସି ସୂଚନା ଦେଇଛନ୍ତି । ପାକିସ୍ତାନ ସେନା ବାରମ୍ବାର ଭାରତୀୟ ଆକାଶ ସୀମା ମଧ୍ୟକୁ ପ୍ରବେଶ କରି ପଶ୍ଚିମାଞ୍ଚଳରେ ଥିବା ସେନା ଭିତ୍ତିଭୁମିକୁ ଟାର୍ଗେଟ କରିଥିଲା। ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ସେନା ପକ୍ଷରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯାଇଥିଲା।

ଅନ୍ୟପଟେ, ଜଣେ ଭାରତୀୟ ମହିଳା ପାଇଲଟ ପାକିସ୍ତାନ ସେନା ହାତରେ ଧରାପଡିଥିବା ନେଇ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଉଛି। ତେବେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣା ପଡିଛି । ଭାରତୀୟ ମହିଳା ବାୟୁସେନା ପାଇଲଟ ସ୍କ୍ୱାଡ୍ରନ ଲିଡର ଶିବାନୀ ସିଂହ ପାକିସ୍ତାନରେ ଧରାପଡ଼ିଛନ୍ତି ବୋଲି ଏକ ମିଥ୍ୟା ଖବର ପ୍ରସାରିତ ହୋଇଥିଲା । ତେବେ ସୂଚନା କାର୍ଯ୍ୟାଳୟ (ପିଆଇବି)ର ଫ୍ୟାକ୍ଟ ଚେକ ପରେ ଏହା ସ୍ପଷ୍ଟ ହୋଇଛି।

Tags: