ମୋଦୀଙ୍କୁ ଧମକ ଦେଲେ ପାକ୍‍ ସୀଙ୍ଗର

ସମୟ ଲାଇଭ,୨୩/୧୦: ଜମ୍ମ କାଶ୍ମିରରୁ ଧରା ୩୭୦ ଉଠିବା ପରେ ଶାନ୍ତିରେ ଶୋଇ ପାରୁନି ପାକିସ୍ତାନ। କେତବେଳେ ପରମାଣୁ ଯୁଦ୍ଧର ଧମକ ଦେଉଛି ତ ଆଉ କେତେବେଳେ ଆତ୍ମଘାତି ବିଷ୍ପାରଣର। ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନଙ୍କ ଠାରୁ ଆରମ୍ଭ କରି ରେଳମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ରକ୍ତ ଚାଉଳ ଚୋବାଉଛନ୍ତି। ଆଜି ଆଉ ଜଣେ ପାକିସ୍ତାନୀ ମଧ୍ୟ ପୁଣି ଦେଇଛନ୍ତି ଧମକ। ପାକିସ୍ତାନର ରାବି ପିର୍ଜାଦା ନାମକ ଜଣେ ପପ୍‍ ଗାୟିକା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଷ ଓଗାଳିଛନ୍ତି। ନିଜ […]

Samaya Live Picture
Published On
ସମୟ ଲାଇଭ,୨୩/୧୦: ଜମ୍ମ କାଶ୍ମିରରୁ ଧରା ୩୭୦ ଉଠିବା ପରେ ଶାନ୍ତିରେ ଶୋଇ ପାରୁନି ପାକିସ୍ତାନ। କେତବେଳେ ପରମାଣୁ ଯୁଦ୍ଧର ଧମକ ଦେଉଛି ତ ଆଉ କେତେବେଳେ ଆତ୍ମଘାତି ବିଷ୍ପାରଣର। ପ୍ରଧାନମନ୍ତ୍ରୀ ଇମ୍ରାନ୍‍ ଖାନଙ୍କ ଠାରୁ ଆରମ୍ଭ କରି ରେଳମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ରକ୍ତ ଚାଉଳ ଚୋବାଉଛନ୍ତି। ଆଜି ଆଉ ଜଣେ ପାକିସ୍ତାନୀ ମଧ୍ୟ ପୁଣି ଦେଇଛନ୍ତି ଧମକ। ପାକିସ୍ତାନର ରାବି ପିର୍ଜାଦା ନାମକ ଜଣେ ପପ୍‍ ଗାୟିକା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଷ ଓଗାଳିଛନ୍ତି। ନିଜ ଦେହରେ ଆତ୍ମଘାତି ବୋମା ବାନ୍ଧି ମୋଦିଙ୍କୁ ଦେଇଛନ୍ତି ଧମକ। ନିଜ ଟ୍ୱିଟ୍‍ ମାଧ୍ୟମରେ ଏପରି ଖୋଲାଖୋଲି ଧମକ ଦେବା ସହ ମୋଦୀଙ୍କୁ ହିଟଲର ବୋଲି କହିବାକୁ ପଛାଇ ନାହାନ୍ତି ଏହି ପାକିସ୍ତାନୀ ସୀଙ୍ଗର। ଏହାପରେ ସୋସିଆଲ ମିଡିଆରେ ରାବୀଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡିଛି।

 

Tags: