ବିକ୍ଷୋଭକାରୀଙ୍କୁ ପାକ ସେନାଧିକାରୀଙ୍କ ଧମକ
ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ହମଲାକୁ ସମଗ୍ର ଭାରତୀୟ ତୀବ୍ର ନିନ୍ଦା କରୁଛନ୍ତି । ପ୍ରତିଶୋଧ ନିଆଁରେ ଜଳୁଛନ୍ତି ଦେଶବାସୀ । ଏହି ଆକ୍ରମଣକୁ ନେଇ ବିଦେଶରେ ବି ବିରୋଧ ପ୍ରଦର୍ଶନ ହୋଇଛି । ସାରା ବିଶ୍ୱରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପାକିସ୍ତାନ ବିରୋଧରେ ଆକ୍ରୋଶ ଦେଖିବାକୁ ମିଳିଛି । ଆତଙ୍କବାଦ ବିରୋଧରେ ଲଣ୍ଡନରେ ବିଶାଳ ରାଲି । ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ଲଣ୍ଡନ ସ୍ଥିତ ପାକିସ୍ତାନ ହାଇ କମିଶନଙ୍କ କାର୍ଯ୍ୟାଳୟ ଆଗରେ […]
ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ହମଲାକୁ ସମଗ୍ର ଭାରତୀୟ ତୀବ୍ର ନିନ୍ଦା କରୁଛନ୍ତି । ପ୍ରତିଶୋଧ ନିଆଁରେ ଜଳୁଛନ୍ତି ଦେଶବାସୀ । ଏହି ଆକ୍ରମଣକୁ ନେଇ ବିଦେଶରେ ବି ବିରୋଧ ପ୍ରଦର୍ଶନ ହୋଇଛି । ସାରା ବିଶ୍ୱରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ପାକିସ୍ତାନ ବିରୋଧରେ ଆକ୍ରୋଶ ଦେଖିବାକୁ ମିଳିଛି । ଆତଙ୍କବାଦ ବିରୋଧରେ ଲଣ୍ଡନରେ ବିଶାଳ ରାଲି । ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ଲଣ୍ଡନ ସ୍ଥିତ ପାକିସ୍ତାନ ହାଇ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ଲଣ୍ଡନରେ ଥିବା ପାକିସ୍ତାନୀ ଦୂତାବାସର ଅଧିକାରୀ ନିର୍ଲଜ୍ଜତାର ସମସ୍ତ ସୀମା ଅତିକ୍ରମ କରି ଥିବା ଦେଖାଯାଇଥିଲା। ବିକ୍ଷୋଭକାରୀଙ୍କ ଗଳା କାଟିବାକୁ ଧମକ ଦେଇଛନ୍ତି । ଜଣେ ପାକିସ୍ତାନୀ ଦୂତାବାସ ଅଧିକାରୀ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଦେଖାଇ ଭାରତୀୟ ମାନଙ୍କ ବେକ କାଟି ଦେବାକୁ ଧମକ ଦେଉଥିବାର ଦେଖାଯାଇଥିଲା । ପାକିସ୍ତାନୀ ଦୂତାବାସରେ ଛିଡା ହୋଇ ଏସବୁ କରିଥିଲେ, ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏମିତି କରିଥିବା ଅଧିକାରୀ ଜଣଙ୍କ ପାକିସ୍ତାନୀ ସାମରିକ ଅଧିକାରୀ କର୍ଣ୍ଣେଲ ତୈମୁର ରାହତ । ଯିଏ କି ପାକିସ୍ତାନ ହାଇକମିଶନରେ ନିଯୁକ୍ତ ସେନା ଓ ବାୟୁସେନାର ପରାମର୍ଶଦାତା ଥିଲେ।
ଆଜି ସକାଳେ ଲଣ୍ଡନରେ ଥିବା ପ୍ରବାସୀ ଭାରତୀୟ ମାନେ ପହଲଗାମ ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ହାତରେ ଭାରତୀୟ ପତାକା, ବ୍ୟାନର ଓ ପ୍ଲାକାର୍ଡ ଧରି ନିରୀହ ଭାରତୀୟଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ପୀଡ଼ିତାଙ୍କ ନ୍ୟାୟ ଦାବି କରିଛନ୍ତି ପ୍ରବାସୀ ଭାରତୀୟ । ବିକ୍ଷୋଭ ବେଳେ ଭାରତ ସପକ୍ଷରେ ବାହାରିଛନ୍ତି ଇସ୍ରାଏଲ ନାଗରିକ । ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।




