ଅପରେସନ୍ ସିନ୍ଦୂର ହେଉଛି ଆତଙ୍କବାଦୀଙ୍କ ବିରୋଧରେ ସବୁଠାରୁ ବଡ଼ ଏବଂ ସଫଳ ଅପରେସନ – ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଥିଲା ନାରୀ ଶକ୍ତିର ପ୍ରତୀକ । ମହିଳାଙ୍କ ଶକ୍ତିକୁ ଚ୍ୟାଲେଞ୍ଜ କଲେ ମୂଳପୋଛ ହେବେ ଆତଙ୍କବାଦୀ । ଭାରତ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକଙ୍କୁ ନିପାତ କରିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ ଗସ୍ତ ଅବସରରେ ପାକିସ୍ତାନକୁ ଦେଇଛନ୍ତି କଡା ଚେତାବନୀ । ଲୋକମାତା ଦେବୀ ଅହଲ୍ୟାବାଇ ମହିଳା ସଶକ୍ତିକରଣ ମହାସମ୍ମିଳନୀରେ ସାମିଲ୍ ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଆୟୋଜନ ଜବୁଁରି ପଡ଼ିଆରେ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ସେଠାରେ ଭାରତୀୟ ନାରୀ […]
ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ଥିଲା ନାରୀ ଶକ୍ତିର ପ୍ରତୀକ । ମହିଳାଙ୍କ ଶକ୍ତିକୁ ଚ୍ୟାଲେଞ୍ଜ କଲେ ମୂଳପୋଛ ହେବେ ଆତଙ୍କବାଦୀ । ଭାରତ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକଙ୍କୁ ନିପାତ କରିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋପାଳ ଗସ୍ତ ଅବସରରେ ପାକିସ୍ତାନକୁ ଦେଇଛନ୍ତି କଡା ଚେତାବନୀ । ଲୋକମାତା ଦେବୀ ଅହଲ୍ୟାବାଇ ମହିଳା ସଶକ୍ତିକରଣ ମହାସମ୍ମିଳନୀରେ ସାମିଲ୍ ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଆୟୋଜନ ଜବୁଁରି ପଡ଼ିଆରେ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ସେଠାରେ ଭାରତୀୟ ନାରୀ ମଥାର ସିନ୍ଦୂରର ଶକ୍ତିକୁ ପୁଣି ଥରେ ମନେ ପକାଇ ଦେଇଛନ୍ତି। ଏହି ଅବସରରେ ମହିଳା ସଶକ୍ତିକରଣର ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ସଂସ୍କୃତି ଏବଂ ପରମ୍ପରାର ଦେଶ। ସିନ୍ଦୂର ଆମ ପରମ୍ପରାରେ ମହିଳା ଶକ୍ତିର ପ୍ରତୀକ। ରାମଙ୍କ ଭକ୍ତିରେ ହନୁମାନ ଜୀ ମଧ୍ୟ ସିନ୍ଦୂର ପିନ୍ଧନ୍ତି। ଆମେ ଶକ୍ତି ପୂଜାରେ ସିନ୍ଦୂର ଅର୍ପଣ କରୁ। ଏହି ସିନ୍ଦୂର ଏବେ ଭାରତର ସାହସର ପ୍ରତୀକ ପାଲଟିଛି। ପହଲଗାମରେ ଆତଙ୍କବାଦୀମାନେ କେବଳ ଭାରତୀୟଙ୍କ ରକ୍ତ ବୁହାଇ ନଥିଲେ, ସେମାନେ ଆମ ସଂସ୍କୃତି ଉପରେ ମଧ୍ୟ ଆକ୍ରମଣ କରିଥିଲେ। ସେମାନେ ସମାଜକୁ ବିଭାଜିତ କରିବାକୁ ଚେଷ୍ଟା କରିଥିଲେ।
ଅପରେସନ ସିନ୍ଦୂର ହେଉଛି ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତର ଇତିହାସରେ ସବୁଠାରୁ ବଡ଼ ଏବଂ ସଫଳ ଅପରେସନ। ଯେଉଁଠାରେ ପାକିସ୍ତାନୀ ସେନା ଭାବି ନଥିଲେ, ଆମର ସେନା ସେଠି ପହଞ୍ଚି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧୂଳିସାତ୍ କରିଦେଇଛି। ସେମାନେ ଶହ ଶହ କିଲୋମିଟର ଭିତରକୁ ପଶି ସେମାନଙ୍କୁ ଧୂଳିସାତ୍ କରିଦେଇଛନ୍ତି। ଅପରେସନ ସିନ୍ଦୂର ସ୍ପଷ୍ଟ ଭାବରେ କହିଛି ଯେ ଆତଙ୍କବାଦୀଙ୍କ ମାଧ୍ୟମରେ ପ୍ରକ୍ସି ଯୁଦ୍ଧ କରାଯିବ ନାହିଁ। ଏବେ ଆମେ ଘରେ ପଶି ମଧ୍ୟ ହତ୍ୟା କରିବୁ। ଯିଏ ଆତଙ୍କବାଦୀଙ୍କୁ ସାହାଯ୍ୟ କରିବ ତାଙ୍କୁ ମଧ୍ୟ ବହୁତ ମୂଲ୍ୟ ଦେବାକୁ ପଡିବ। ଶତ୍ରୁ ଯେଉଁଠାରେ ଥାଉନା କାହିଁକି ତାକୁ ମାରି ଦିଆଯିବ । କାନପୁରିଆ ଭାଷାରେ ପାକିସ୍ତାନକୁ କଡା ଜବାବ ଦେଇଛନ୍ତି ନରେନ୍ଦ୍ର ମୋଦୀ । ସେ କହିଛନ୍ତି ଯଦି ମୁଁ କାନପୁରିଆ ଭାଷାରେ କହିବି, ତେବେ ଶତ୍ରୁ ଯେଉଁଠାରେ ଥାଆନ୍ତୁ ନା କାହିଁକି ତାଙ୍କୁ ମାରିଦିଆଯିବ ।




