କେବଳ ଚଲେଇହେବ ଧଳା ଗାଡି

କେବଳ ଚଲେଇହେବ ଧଳା ଗାଡି

ତୁର୍କମେନିସ୍ତାନର ରାଜଧାନୀ ଅଶଗାବାତରେ ରହିଛି ଏକ ଅଜବ ନିୟମ । ଏଠାରେ ଥିବା ନିୟମ ଅନୁସାରେ ଏହି ସହରର ରାସ୍ତାରେ କେବଳ ଧଳା ଓ ହାଲୁକା ରଙ୍ଗର ଗାଡି ଚଳାଇବାକୁ ଅନୁମତି ରହିଛି । ଏହି ନିୟମ ସେଠାରେ ୨୦୧୮ରୁ ଲାଗୁ କରାଯାଇଥିଲା । ଏହି ନିୟମ ସେଠିକାର ପୂର୍ବ ରାଷ୍ଟ୍ରପତିଙ୍କର ଧଳା ରଙ୍ଗ ପ୍ରତି ଥିବା ଭଲପାଇବାର ଫଳ । ସେ ପାଗଳ ଭଳି ଧଳା ରଙ୍ଗକୁ ଭଲ ପାଉଥିଲେ ତେଣୁ ଏଭଳି ଏକ ନିୟମ ଲାଗୁ କରିଥିଲେ । ଧଳା ରଙ୍ଗ ଭଲ ଭାଗ୍ୟ ଓ ଶୁଦ୍ଧତାର ପ୍ରତୀକ ହୋଇଥିବାରୁ ସେ ଏହି ରଙ୍ଗକୁ ଖୁବ ଭଲ ପାଉଥିଲେ । ୨୦୧୫ରୁ ଏଠାରେ କଳା, ଗାଢ ନୀଳ ଓ ଲାଲ ରଙ୍ଗର କାର ଉପରେ ପ୍ରତିବନ୍ଧକ ଲାଗିଛି । ସେହିଭଳି ଯଦି ଗାଡି କିଣିବା ପରେ କାରର ରଙ୍ଗ ବଦଳା ଯାଏ ତେବେ ସେମାନଙ୍କ ଗାଡିକୁ ପୋଲିସ ଜବତ କରିଦିଏ । କେବଳ ଗାଡି ନୁହେଁ ଏଠାରେ ଥିବା ଘର ବିଲïିଂ ମଧ୍ୟ ଧଳା ରଙ୍ଗର । ଏପରିକି ଏଠାରେ ଧଳା ମାର୍ବଲରେ ନିର୍ମିତ ବିଲïିଂ ପାଇଁ ଏହାକୁ ଓ୍ୱାଲïର୍ ରେକର୍ଡରେ ମଧ୍ୟ ସାମିଲ କରାଯାଇଛି । ତେବେ ସହରରେ ସମସ୍ତ ଜିନିଷ ଧଳା ରଙ୍ଗର ଥିବାରୁ କେହିକେହି ଏହାକୁ ଏଲିଅନ ସହର ବୋଲି ମଧ୍ୟ କହି ଥାଆନ୍ତି ।

Read More ପଶ୍ଚିମବଙ୍ଗରେ ମୃଦୁ ଭୂମିକମ୍ପ ଝଟକା

Tags: