ମିଥ୍ୟା ବିଜ୍ଞାପନ ପାଇଁ ଅନଲାଇନ ପରିବହନ ସଂସ୍ଥା ‘ରାପିଡୋ’ କୁ ଜୋରିମାନା

ନୂଆଦିଲ୍ଲୀ: ରାଇଡ୍-ହେଲିଂ ପ୍ଲାଟଫର୍ମ ରାପିଡୋକୁ ୧୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) କର୍ତୃପକ୍ଷ । ମିଥ୍ୟା ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଠକିବା ଅଭିଯୋଗରେ ଏହି ଅର୍ଥ ଦଣ୍ଡାଦେଶ କରାଯାଇଛି । ବିଜ୍ଞାପନରେ କମ୍ପାନୀ ଉନ୍ନତ ସେବା ସହିତ କ୍ୟାସବ୍ୟାକ୍ ସୁବିଧା ପ୍ରଦାନ ଲାଗି ପ୍ରତିଶ୍ରୁତି ଦେଇଥିବାବେଳେ ଏହାକୁ ପୂରଣ କରିବାରେ ବିଫଳ ହୋଇଥିଲା। ଜୋରିମାନା ଦଣ୍ଡାଦେଶ ସହିତ ଯେଉଁ ଗ୍ରାହକମାନେ ମିଥ୍ୟା ବିଜ୍ଞାପନ ଦ୍ବାରା ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ପ୍ରତିଶ୍ରୁତି […]

ମିଥ୍ୟା ବିଜ୍ଞାପନ ପାଇଁ ଅନଲାଇନ ପରିବହନ ସଂସ୍ଥା ‘ରାପିଡୋ’ କୁ ଜୋରିମାନା
Samaya Live Picture
Published On

ନୂଆଦିଲ୍ଲୀ: ରାଇଡ୍-ହେଲିଂ ପ୍ଲାଟଫର୍ମ ରାପିଡୋକୁ ୧୦ ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (CCPA) କର୍ତୃପକ୍ଷ । ମିଥ୍ୟା ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଠକିବା ଅଭିଯୋଗରେ ଏହି ଅର୍ଥ ଦଣ୍ଡାଦେଶ କରାଯାଇଛି । ବିଜ୍ଞାପନରେ କମ୍ପାନୀ ଉନ୍ନତ ସେବା ସହିତ କ୍ୟାସବ୍ୟାକ୍ ସୁବିଧା ପ୍ରଦାନ ଲାଗି ପ୍ରତିଶ୍ରୁତି ଦେଇଥିବାବେଳେ ଏହାକୁ ପୂରଣ କରିବାରେ ବିଫଳ ହୋଇଥିଲା। ଜୋରିମାନା ଦଣ୍ଡାଦେଶ ସହିତ ଯେଉଁ ଗ୍ରାହକମାନେ ମିଥ୍ୟା ବିଜ୍ଞାପନ ଦ୍ବାରା ପ୍ରଭାବିତ ହୋଇଛନ୍ତି ସେମାନଙ୍କୁ ପ୍ରତିଶ୍ରୁତି ମୁତାବକ ଅର୍ଥ ଫେରାଇବା ଲାଗି ନିର୍ଦେଶ ଦିଆଯାଇଛି। ରାପିଡୋ ଏହାର ବିଜ୍ଞାପନରେ ୫ମିନିଟ୍‌ରେ ଅଟୋ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏଥିରେ ବିଫଳ ହେଲେ ୫୦ଟଙ୍କାର କ୍ୟାସବ୍ୟାକ୍ ସୁବିଧା ମିଳିବ ବୋଲି କୁହାଯାଇଥିଲା। ମାତ୍ର କମ୍ପାନୀ ଏହି ସୁବିଧା ଦେବାରେ ବିଫଳ ହୋଇଥିଲା। କମ୍ପାନୀ ଦୀର୍ଘ ୫୪୮ଦିନ ଧରି ଦେଶର ୧୨୦ଟି ସହରରେ ଏହାର ବିଜ୍ଞାପନ ପ୍ରସାରଣ କରିଥିଲା। ବିଜ୍ଞାପନ ମୁତାବକ ସେବା ଯୋଗାଇବାରେ କମ୍ପାନୀର ବିଫଳତା ନେଇ ପ୍ରାୟ ୧୨୦୦ ଗ୍ରାହକଙ୍କ ପକ୍ଷରୁ ଅଭିଯୋଗ ଆସିଥିଲା। ୨୦୨୪ ଜୁନ୍‌ରୁ ୨୦୨୫ ଜୁଲାଇ ମଧ୍ୟରେ ଏହିସବୁ ଅଭିଯୋଗ ଆସିଥିଲା। ଅଭିଯୋଗ ମଧ୍ୟରେ ଗ୍ରାହକଙ୍କ ଠାରୁ ଅଧିକ ଅର୍ଥ ଦାବି କରିବା, ଚାଳକଙ୍କ ଦୁର୍ବ୍ୟବହାର, କ୍ୟାସବ୍ୟାକ ସୁବିଧା ଦେବାରେ ବିଫଳତା ଆଦି ରହିଥିଲା। ଅଭିଯୋଗ ଆଧାରରେ ସିସିପିଏ ଏହାର ତଦନ୍ତ କରିଥିଲା। ତଦନ୍ତରୁ ଜଣାପଡିଥିଲା ଯେ କମ୍ପାନୀ ସୁପରିକଳ୍ପିତ ଭାବେ ଏପରି ଠକେଇ କରିଥିଲା।

Tags: