ଲୋକସଭାରେ ଆଗତ ହେଲା ୱାନ ନେସନ ୱାନ ଇଲେକ୍ସନ ବିଲ,କଂଗ୍ରେସ ଏବଂ ସମାଜବାଦୀ ପାର୍ଟିର ବିରୋଧ

ନୂଆଦିଲ୍ଲୀ : ୱାନ୍‌ ନେସନ୍‌ ୱାନ୍‌ ଇଲେକ୍‌ସନ୍‌ ବିଲ୍‌ ଲୋକସଭାରେ ହେଲା ଆଗତ। ୧୨୯ ତମ ସଂସଦ ସଂଶୋଧନ ବିଲକୁ ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ବିଲ୍‌ ଆଗତ ପରେ ସଂସଦରେ ଚାଲିଛି ବିତର୍କ । ତେବେ ଏହାକୁ ଅସାମ୍ବିଧାନିକ କହି ବିରୋଧ କରିଛନ୍ତି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି । ଟିଡିପି ଓ ଜେଡି(ୟୁ) ପକ୍ଷରୁ ବିଲ୍‌କୁ ସମର୍ଥନ କରି ବିତର୍କ ଆରମ୍ଭ ହୋଇଛି। ଲୋକ ସଭାରେ ଆଗତ ବିଲକୁ […]

Samaya Live Picture
Published On

ନୂଆଦିଲ୍ଲୀ : ୱାନ୍‌ ନେସନ୍‌ ୱାନ୍‌ ଇଲେକ୍‌ସନ୍‌ ବିଲ୍‌ ଲୋକସଭାରେ ହେଲା ଆଗତ। ୧୨୯ ତମ ସଂସଦ ସଂଶୋଧନ ବିଲକୁ ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ବିଲ୍‌ ଆଗତ ପରେ ସଂସଦରେ ଚାଲିଛି ବିତର୍କ । ତେବେ ଏହାକୁ ଅସାମ୍ବିଧାନିକ କହି ବିରୋଧ କରିଛନ୍ତି କଂଗ୍ରେସ ଏବଂ ସମାଜବାଦୀ ପାର୍ଟି । ଟିଡିପି ଓ ଜେଡି(ୟୁ) ପକ୍ଷରୁ ବିଲ୍‌କୁ ସମର୍ଥନ କରି ବିତର୍କ ଆରମ୍ଭ ହୋଇଛି। ଲୋକ ସଭାରେ ଆଗତ ବିଲକୁ ସମର୍ଥନ କରିଛନ୍ତି ୩୨ ଦଳ କିନ୍ତୁ ୧୫ ଟି ଦଳ ଏହାକୁ ବିରୋଧ କରିଛନ୍ତି । ପ୍ରବଳ ବିରୋଧ ସତ୍ତ୍ୱେ ଜେପିସି କୁ ପଠାଇବାକୁ ପ୍ରସ୍ତାବ ଦିଆଯାଇଛି ।

ଏହା ପୂର୍ବରୁ ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଗଠିତ କମିଟି ତାର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଥିଲେ। କମିଟିର ରିପୋର୍ଟକୁ ମଧ୍ୟ କ୍ୟାବିନେଟ୍ ମଂଜୁରୀ ମିଳିସାରିଛି । ଏକକ ନିର୍ବାଚନ ଢାଞ୍ଝା କାର୍ଯ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ରହିଛି ।

Tags: