ଦେଶରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ,ରାଜ୍ୟରେ ଆକ୍ରାନ୍ତଂକ ସଂଖ୍ୟା ୭

ନୂଆଦିଲ୍ଲୀ : ଦେଶରେ ଧୀରେ ଧୀରେ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ଗୋଟିଏ ସପ୍ତାହ ମଧ୍ୟରେ,ସାରା ଦେଶରେ ୨ ହଜାରରୁ ଅଧିକ ସକ୍ରିୟ ମାମଲା ସାମ୍ନାକୁ ଆସିଛି । କରୋନାର ନୂଆ ଭାରିଆଣ୍ଟରୁ ଏପର୍ଯ୍ୟନ୍ତ ଦେଶରେ ସମୁଦାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡ଼ିଥିବା ବେଳେ ମହାରାଷ୍ଟ୍ରରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ ଓ ତାମିଲନାଡୁରେ ଜଣେ ଲେଖାଏଁ ଅଛନ୍ତି । ସେହିପରି ଗତକାଲି ନୂଆଦିଲ୍ଲୀରେ […]

ଦେଶରେ ଆଉ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ,ରାଜ୍ୟରେ ଆକ୍ରାନ୍ତଂକ ସଂଖ୍ୟା ୭
Samaya Live Picture
Published On

ନୂଆଦିଲ୍ଲୀ : ଦେଶରେ ଧୀରେ ଧୀରେ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ଗୋଟିଏ ସପ୍ତାହ ମଧ୍ୟରେ,ସାରା ଦେଶରେ ୨ ହଜାରରୁ ଅଧିକ ସକ୍ରିୟ ମାମଲା ସାମ୍ନାକୁ ଆସିଛି । କରୋନାର ନୂଆ ଭାରିଆଣ୍ଟରୁ ଏପର୍ଯ୍ୟନ୍ତ ଦେଶରେ ସମୁଦାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡ଼ିଥିବା ବେଳେ ମହାରାଷ୍ଟ୍ରରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ ଓ ତାମିଲନାଡୁରେ ଜଣେ ଲେଖାଏଁ ଅଛନ୍ତି ।

ସେହିପରି ଗତକାଲି ନୂଆଦିଲ୍ଲୀରେ ଆଉଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣେ ଜଣେ ୬୦ ବର୍ଷୀୟ ମହିଳା । କିଛିଦିନ ପୂର୍ବରୁ ତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ଏବଂ ବାନ୍ତି ହେବାରୁ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ନିରୀକ୍ଷା ପରେ ତାଙ୍କର ତୁରନ୍ତ ଲାପାରୋଟୋମି (ପେଟ ଅସ୍ତ୍ରୋପଚାର) କରାଯାଇଥିଲା। ଅପରେସନ ପରେ ନିୟମିତ ପରୀକ୍ଷା କରାଯିବା ପରେ, ସେ କୋଭିଡ୍ ସଂକ୍ରମିତ ଥିବା ଜଣାପଡ଼ିଥିଲା। ତେବେ ଏହା ପୂର୍ବରୁ ରୋଗୀଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିବା ପରିବାର ସୂତ୍ରରୁ ଜଣାପଡିଥିଲା । ଦିଲ୍ଲୀ-ନୋଏଡା-ଗାଜିଆବାଦରେ ମଧ୍ୟ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିଲ୍ଲୀରେ ଗୋଟିଏ ଦିନରେ ୫୬ଟି ନୂତନ ମାମଲା ରିପୋର୍ଟ ହୋଇଛି।

ଅନ୍ୟପକ୍ଷରେ, ଯଦି ଆମେ ସକ୍ରିୟ ମାମଲା ବିଷୟରେ କଥା ହେବା, ତେବେ ଏହି ସଂଖ୍ୟା ୨୦୦୦ଅତିକ୍ରମ କରିଛି। ସେହିପରି ଓଡ଼ିଶାରେ ମଧ୍ୟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୭ ରେ ପହଁଚିଛି । ଏମାନଙ୍କ ମଧ୍ୟରେ ଭୁବନେଶ୍ୱର ରୁ ୪ ଜଣ ,ଜଟଣୀରୁ ଜଣେ ଏବଂ କଟକରୁ ୨ ଜଣ ରହିଛନ୍ତି । କଟକରୁ ଚିହ୍ନଟ ହୋଇଥିବା ପ୍ରଥମ ଆକ୍ରାନ୍ତ ଜଣକ ୪୪ ବର୍ଷୀୟ ବ୍ୟକ୍ତି । ତାଙ୍କ ଠାରେ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ବେଳେ ସେ ଥଣ୍ଡା, ଜ୍ୱରରେ ପୀଡିତ ଥିଲେ ପରେ ଟେଷ୍ଟରେ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ସେ ଏବେ ହୋମ୍ କ୍ୱାରେଣ୍ଟିନରେ ଅଛନ୍ତି । ସେହିପରି ୨ୟ ଆକ୍ରାନ୍ତ ଜଣେ ୭୧ ବର୍ଷ ବୟସ୍କ ବୃଦ୍ଧ । ସେ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ତାଙ୍କୁ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏନେଇ କଟକ ସିଡିଏମଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ଉଦବେଗ ଜନକ ନୁହେଁ ଏବଂ ସାବଧାନତା ଜରୁରୀ ବୋଲି ସ୍ୱାସ୍ଥ୍ୟ ସଚିବ ସତର୍କ କରାଇଛନ୍ତି ।

Tags: