ଓମ ବିର୍ଲା ଲୋକସଭା ବାଚସ୍ପତି ନିର୍ବାଚିତ

ନୂଆଦିଲ୍ଲୀ : ଓମ ବିର୍ଲା ହେଲେ ଅଷ୍ଟାଦଶ ଲୋକସଭା ବାଚସ୍ପତି । ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ I ଦ୍ଵିତୀୟ ଥର ପାଇଁ ଓମ ବିର୍ଲା ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ବାଚସ୍ପତି ଭାବେ ଦ୍ୱିତୀୟଥର ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ଧ୍ୱନୀ ମତରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଓମ ବିର୍ଲାଙ୍କୁ ନିଜ ଆସନ […]

Samaya Live Picture
Published On

ନୂଆଦିଲ୍ଲୀ : ଓମ ବିର୍ଲା ହେଲେ ଅଷ୍ଟାଦଶ ଲୋକସଭା ବାଚସ୍ପତି । ଘୋଷଣା କରିଛନ୍ତି କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ I ଦ୍ଵିତୀୟ ଥର ପାଇଁ ଓମ ବିର୍ଲା ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ବାଚସ୍ପତି ଭାବେ ଦ୍ୱିତୀୟଥର ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ଧ୍ୱନୀ ମତରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଓମ ବିର୍ଲାଙ୍କୁ ନିଜ ଆସନ ଯାଏ ନେଇ ଦାୟିତ୍ୱ ଗ୍ରହଣ କରାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଚସ୍ପତି ଭାବରେ ଓମ ବିର୍ଲାଙ୍କ ନାଁ ପ୍ରସ୍ତାବ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ଏନଡିଏର ସମସ୍ତ ସାଂସଦ । ବାଚନିକ ଭୋଟରେ ବିଜୟୀ ହୋଇଥିବାରୁ ଓମ୍‍ ବିର୍ଲାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଛି I ତେବେ ବିରୋଧୀ ଦଳ ପକ୍ଷରୁ କେରଳରୁ ୮ ଥରର ସାଂସଦ ଇଣ୍ଡି ମେଣ୍ଟ ପ୍ରାର୍ଥୀ କେ ସୁରେଶଙ୍କ ନାମ ସୁପାରିଶ କରାଯାଇଥିଲା । କେ ସୁରେଶଙ୍କୁ ହରାଇ ସାଂସଦ ଓମ୍‍ ବିର୍ଲା ଅଷ୍ଟଦଶ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।

Tags: