ଓଡ଼ିଆ ଆଇଏଫଏସ୍‌ ଅଧିକାରୀ ଦୀନେଶ ପଟ୍ଟନାୟକ କାନାଡ଼ା ରାଷ୍ଟ୍ରଦୂତ ନିଯୁକ୍ତ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ବିଦେଶ ସେବା (ଆଇଏଫଏସ୍‌)ର ବରିଷ୍ଠ ଅଧିକାରୀ ଦିନେଶ ପଟ୍ଟନାୟକଙ୍କୁ କାନାଡା ପାଇଁ ନୂତନ ରାଷ୍ଟ୍ରଦୂତ (ଉଚ୍ଚାୟୁକ୍ତ) ନିଯୁକ୍ତ କରାଯାଇଛି। ୧୯୯୦ ବ୍ୟାଚ ଓଡିଆ ଆଇଏଫଏସ ଅଫିସର ଦିନେଶ ବର୍ତ୍ତମାନ ସ୍ପେନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟରତ ଅଛନ୍ତି। ଦିନେଶ ଇତିପୂର୍ବରୁ ବ୍ରିଟେନ, ରୁଷ୍‌, ମ୍ୟାଁମାରସ୍ଥିତ ଭାରତୀୟ ଦୂତାବାସରେ ଉଚ୍ଚ ପଦରେ କାର୍ଯ୍ୟ କରିସାରିଥିବାବେଳେ ଜାତିସଂଘରେ ମଧ୍ୟ ଅବସ୍ଥାପିତ ହୋଇସାରିଛନ୍ତି। ଖଲିସ୍ତାନ ଆତଙ୍କବାଦୀ ସଂଗଠନକୁ ନେଇ କିଛି ବର୍ଷ ହେଲା […]

ଓଡ଼ିଆ ଆଇଏଫଏସ୍‌ ଅଧିକାରୀ ଦୀନେଶ ପଟ୍ଟନାୟକ କାନାଡ଼ା ରାଷ୍ଟ୍ରଦୂତ ନିଯୁକ୍ତ
Samaya Live Picture
Published On

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ବିଦେଶ ସେବା (ଆଇଏଫଏସ୍‌)ର ବରିଷ୍ଠ ଅଧିକାରୀ ଦିନେଶ ପଟ୍ଟନାୟକଙ୍କୁ କାନାଡା ପାଇଁ ନୂତନ ରାଷ୍ଟ୍ରଦୂତ (ଉଚ୍ଚାୟୁକ୍ତ) ନିଯୁକ୍ତ କରାଯାଇଛି। ୧୯୯୦ ବ୍ୟାଚ ଓଡିଆ ଆଇଏଫଏସ ଅଫିସର ଦିନେଶ ବର୍ତ୍ତମାନ ସ୍ପେନରେ ଭାରତୀୟ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟରତ ଅଛନ୍ତି। ଦିନେଶ ଇତିପୂର୍ବରୁ ବ୍ରିଟେନ, ରୁଷ୍‌, ମ୍ୟାଁମାରସ୍ଥିତ ଭାରତୀୟ ଦୂତାବାସରେ ଉଚ୍ଚ ପଦରେ କାର୍ଯ୍ୟ କରିସାରିଥିବାବେଳେ ଜାତିସଂଘରେ ମଧ୍ୟ ଅବସ୍ଥାପିତ ହୋଇସାରିଛନ୍ତି। ଖଲିସ୍ତାନ ଆତଙ୍କବାଦୀ ସଂଗଠନକୁ ନେଇ କିଛି ବର୍ଷ ହେଲା ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଗତବର୍ଷ ଜଷ୍ଟିନ ଟ୍ରୁଡୁଙ୍କ ସରକାର କାନାଡାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ କୁମାର ବର୍ମା ଏବଂ ଅନ୍ୟ କୂଟନୀତିଜ୍ଞଙ୍କୁ ଅବାଞ୍ଚିତ ଘୋଷଣା କରିବା ସହ ଦେଶ ଛାଡି ଚାଲିଯିବାକୁ ନିର୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଦ୍ବିପାକ୍ଷିକ ସମ୍ପର୍କକୁ ଉନ୍ନତ କରିବା ଦାୟିତ୍ବ ଦିନେଶଙ୍କୁ ସମ୍ଭାଳିବାକୁ ପଡିବ। ଅବଶ୍ୟ ଟ୍ରୁଡୁ ପ୍ରଧାନମନ୍ତ୍ରୀ ପଦରୁ ଅବ୍ୟାହତି ନେଇସାରିଥିବାବେଳେ ମାର୍କ କାର୍ନେ ଏହି ଆସନ ଅଳଙ୍କୃତ କରୁଛନ୍ତି। କାର୍ନେଙ୍କ ଭାରତ ପ୍ରତି ଆଭିମୁଖ୍ୟ ସକାରାତ୍ମକ ରହିଥିବା ପ୍ରକାଶ।

Tags: