ସୋସିଆଲ ମିଡିଆରେ ପୁଣି ଚର୍ଚ୍ଚାରେ ଭୁବନ
କୋଲକାତା: ଅପ୍ରେଲ ୩୦: ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଭୁବନ । ଏଥର କିନ୍ତୁ ନିଜ ଗୀତ ପାଇଁ ନୁହେଁ ବରଂ ନିଜ ଚାକିରୀ ପାଇଁ । ଗୁରୁତ୍ୱପୂକର୍ଣ୍ଣ କଥା ହେଲା ସେ ରେଳବାଇରେ ମ୍ୟାନେଜର ପୋଷ୍ଟରେ ଚାକିରୀ ପାଇଥିବା ନେଇ କୁହାଯାଉଛି। କେବଳ କୁହାଯାଉଛି ତାହା ନୁହେଁ ବରଂ ତାଙ୍କର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏକ ଭିଡିଓରେ ଧଳା ରଙ୍ଗର ପୋଷାକରେ ଜଣେ ବ୍ୟକ୍ତି ଗୀତ ଗାଉଥିବାର ନଜର ଆସିଛନ୍ତି। […]
କୋଲକାତା: ଅପ୍ରେଲ ୩୦: ପୁଣି ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଭୁବନ । ଏଥର କିନ୍ତୁ ନିଜ ଗୀତ ପାଇଁ ନୁହେଁ ବରଂ ନିଜ ଚାକିରୀ ପାଇଁ । ଗୁରୁତ୍ୱପୂକର୍ଣ୍ଣ କଥା ହେଲା ସେ ରେଳବାଇରେ ମ୍ୟାନେଜର ପୋଷ୍ଟରେ ଚାକିରୀ ପାଇଥିବା ନେଇ କୁହାଯାଉଛି। କେବଳ କୁହାଯାଉଛି ତାହା ନୁହେଁ ବରଂ ତାଙ୍କର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏକ ଭିଡିଓରେ ଧଳା ରଙ୍ଗର ପୋଷାକରେ ଜଣେ ବ୍ୟକ୍ତି ଗୀତ ଗାଉଥିବାର ନଜର ଆସିଛନ୍ତି। ଆଉ ଏହି ବ୍ୟକ୍ତି ଜଣକ ଭୁବନଙ୍କ ପରି ଦେଖିବାକୁ ହେଲେ ମଧ୍ୟ ଭୁବନ ନୁହନ୍ତି। କିନ୍ତୁ ସୋସିଆଲ ମିଡ଼ିଆରେ ସେହି ବ୍ୟକ୍ତିଙ୍କୁ ଭୁବନ ବୋଲି କୁହାଯାଉଥିବା ଦେଖିବାକୁ ମିଳିଛି। ଇନଷ୍ଟାଗ୍ରାମରେ ଅପଲୋଡ୍ ହୋଇଥିବା ଏହି ଭିଡ଼ିଓରେ କୁହାଯାଉଛି କଚାବାଦାମରେ ଗୀତିକାର ଭୁବନ ବାଦ୍ୟକାର ଏବେ ରେଲୱେରେ ଚାକିରୀ ପାଇଛନ୍ତି। ତେବେ ଭିଡ଼ିଓ ଅପଲୋଡ୍ ହେବା ପରେ ୬ ମିଲିୟନରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି। ହେଲେ ଏବେ ସ୍ପଷ୍ଟ ହୋଇଛି ଯେ ଭାଇରାଲ ଭିଡ଼ିଓରେ ଦେଖାଯାଉଥିବା ମଣିଷ କଚାବାଦାମର ଗୀତିକାର ଭୁବନ ବାଦ୍ୟକାର ନୁହଁନ୍ତି।




