କେରଳରେ ବିନା ପ୍ରେସକ୍ରିପସନ୍ରେ ପିଲାଙ୍କ ଔଷଧ ମିଳିବନି
ଥିରୁଅନନ୍ତପୁରମ : କେରଳ ସ୍ୱାସ୍ଥ୍ୟ ବିଭାଗ ସୋମବାର ଦିନ ନିର୍ଦ୍ଦେଶ ଦେଇଛି ଯେ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କୌଣସି ଔଷଧ ଦିଆଯିବନାହିଁ। କିଛି କଫ୍ ସିରପ ଉପରେ ଚିନ୍ତା ପ୍ରକଟ କରି ଏହି ପଦକ୍ଷେପ ନିଆଯାଇଛି। ରାଜ୍ୟ ଶିଶୁମାନଙ୍କଠାରେ କଫ ଔଷଧର ବ୍ୟବହାର ଅଧ୍ୟୟନ କରିବା ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ ବିଶେଷଜ୍ଞ ପ୍ୟାନେଲ ମଧ୍ୟ ଗଠନ କରିଛି ଏବଂ ଏକ ଜରୁରୀ ରିପୋର୍ଟ ଦାଖଲ କରିବାପାଇଁ […]
ଥିରୁଅନନ୍ତପୁରମ : କେରଳ ସ୍ୱାସ୍ଥ୍ୟ ବିଭାଗ ସୋମବାର ଦିନ ନିର୍ଦ୍ଦେଶ ଦେଇଛି ଯେ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ୧୨ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ କୌଣସି ଔଷଧ ଦିଆଯିବନାହିଁ। କିଛି କଫ୍ ସିରପ ଉପରେ ଚିନ୍ତା ପ୍ରକଟ କରି ଏହି ପଦକ୍ଷେପ ନିଆଯାଇଛି। ରାଜ୍ୟ ଶିଶୁମାନଙ୍କଠାରେ କଫ ଔଷଧର ବ୍ୟବହାର ଅଧ୍ୟୟନ କରିବା ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ ବିଶେଷଜ୍ଞ ପ୍ୟାନେଲ ମଧ୍ୟ ଗଠନ କରିଛି ଏବଂ ଏକ ଜରୁରୀ ରିପୋର୍ଟ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ଏଠାରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହା କହିଛନ୍ତି। ପ୍ୟାନେଲରେ ରାଜ୍ୟ ଔଷଧ ନିୟନ୍ତ୍ରକ, ଶିଶୁ ସ୍ୱାସ୍ଥ୍ୟ ନୋଡାଲ ଅଧିକାରୀ ଏବଂ ଭାରତୀୟ ଶିଶୁ ବିଶେଷଜ୍ଞ ଏକାଡେମୀର ରାଜ୍ୟ ସଭାପତି ଅନ୍ତର୍ଭୁକ୍ତ। ଏହାର ଫଳାଫଳ ପିଲାମାନଙ୍କଠାରେ କଫ ସିରପ ବ୍ୟବହାର ଉପରେ ନୂତନ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ ବୋଲି ମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି।




