‘କୌଣସି ଦେବତା ବ୍ରାହ୍ମଣ ନୁହଁନ୍ତି’ : ଜେଏନୟୁ ଭିସି ଶାନ୍ତିଶ୍ରୀ

ନୂଆଦିଲ୍ଲୀ : ଧର୍ମକୁ ନେଇ ଜେଏନୟୁ (ଜବାହାରଲାଲ ନେହେରୁ ୟୁନିଭରସିଟି ) ର ଭିସି ଶାନ୍ତିଶ୍ରୀ ଦେଇଛନ୍ତି ଏକ ବିବାଦୀୟ ବୟାନ I ଏଥର ମଣିଷ ର ଜାତି ପ୍ରତି ନୁହେଁ ଦେବତାଙ୍କ ପ୍ରତି ଦେଇଛନ୍ତି ଜାତିଆଣ ମନ୍ତବ୍ୟ I ତାଙ୍କ ବୟାନ ଅନୁସାରେ ‘ହିନ୍ଦୁ କେବଳ ଧର୍ମ ନୁହେଁ, ଏହା ଜୀବନ ବଞ୍ଚିବାର ପଦ୍ଧତି । ମାନବ ବିଜ୍ଞାନ ଅନୁସାରେ କୌଣସି ବି ହିନ୍ଦୁ ଦେବାଦେବୀ ଉଚ୍ଚ ଜାତିର ନୁହନ୍ତି। ଭଗବାନ ଶିବ ହେଉଛନ୍ତି ଅନୁସୂଚିତ […]

Samaya Live Picture
Published On

ନୂଆଦିଲ୍ଲୀ : ଧର୍ମକୁ ନେଇ ଜେଏନୟୁ (ଜବାହାରଲାଲ ନେହେରୁ ୟୁନିଭରସିଟି ) ର ଭିସି ଶାନ୍ତିଶ୍ରୀ ଦେଇଛନ୍ତି ଏକ ବିବାଦୀୟ ବୟାନ I ଏଥର ମଣିଷ ର ଜାତି ପ୍ରତି ନୁହେଁ ଦେବତାଙ୍କ ପ୍ରତି ଦେଇଛନ୍ତି ଜାତିଆଣ ମନ୍ତବ୍ୟ I ତାଙ୍କ ବୟାନ ଅନୁସାରେ ‘ହିନ୍ଦୁ କେବଳ ଧର୍ମ ନୁହେଁ, ଏହା ଜୀବନ ବଞ୍ଚିବାର ପଦ୍ଧତି । ମାନବ ବିଜ୍ଞାନ ଅନୁସାରେ କୌଣସି ବି ହିନ୍ଦୁ ଦେବାଦେବୀ ଉଚ୍ଚ ଜାତିର ନୁହନ୍ତି। ଭଗବାନ ଶିବ ହେଉଛନ୍ତି ଅନୁସୂଚିତ ଜାତିର, କାରଣ ସେ ବେକରେ ସାପ ଗୁଡ଼ାଇ ହୋଇଥାନ୍ତି ଏବଂ ଶ୍ମଶIନ ରେ ରୁହନ୍ତି I କୌଣସି ବ୍ରାହ୍ମଣ କେବେ ଶ୍ମଶାନ ରେ ଯାଇ ବସେ ନାହିଁ I ଏପରିକି ସେ କୋଟି ଓଡ଼ିଆ ଙ୍କ ଆରାଧ୍ୟ ଦେବତା ଜଗନ୍ନାଥ ଙ୍କୁ ଆଦିବାସୀ ସମ୍ପ୍ରଦାୟ ର ବୋଲି କହିଛନ୍ତି । ଏହା ସହିତ ସେ କହିଛନ୍ତି କୌଣସି ଦେବତା ବ୍ରାହ୍ମଣ ନୁହନ୍ତି ,ସବୁଠାରୁ ଉପରେ ହେଉଛନ୍ତି କ୍ଷତ୍ରିୟ | ତେବେ ଜାତି ଭେଦଭାବକୁ ନେଇ କାହିଁକି ଆମେ ସବୁବେଳେ ପରସ୍ପରକୁ ଆକ୍ଷେପ କରୁଛୁ, ସଂଘର୍ଷ କରୁଛୁ। ଲୋକମାନନେ ନିଜ ଜାତିକୁ ନେଇ ନିଜକୁ ସମାଜର ଉଚ୍ଚତମ ପାହ୍ୟାରେ ନିଜକୁ ବିବେଚିତ କରୁଛନ୍ତି । କିନ୍ତୁ ସେ ଭୁଲି ଯାଉଛନ୍ତି ମାଟିର ମଣିଷ ଶେଷରେ ଯାଇଁ ମାଟିରେ ହିଁ ମିଶିବ I କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତଙ୍କ ଏପରି ବିବାଦୀୟ ବୟାନକୁ ନେଇ ଆରମ୍ଭ ହୋଇଗଲାଣି ହଙ୍ଗାମା ।

ସୋମବାର ଡକ୍ଟର ବିଆର ଆମ୍ବେଦକରଙ୍କ (ଡକ୍ଟର ବି ଆର ଆମ୍ବେଦକରଙ୍କ ଚିନ୍ତାଧାରା ଲିଙ୍ଗଗତ ନ୍ୟାୟ: ୟୁନିଫର୍ମ ସିଭିଲ୍ କୋଡ୍ ଡିକୋଡିଂ) ବକ୍ତୃତା ସିରିଜ ରେ ଶାନ୍ତିଶ୍ରୀ କହିଛନ୍ତି , ମୁଁ ସମସ୍ତ ମହିଳାଙ୍କୁ କହିବା ଉଚିତ ଯେ “ମନୁସୃତି ଅନୁଯାୟୀ ସମସ୍ତ ମହିଳା ଶୁଦ୍ର ଅଟନ୍ତି, ତେଣୁ କୌଣସି ମହିଳା ବ୍ରାହ୍ମଣ କିମ୍ବା ଅନ୍ୟ କୌଣସି ଜାତି ର ବୋଲି ଦାବି କରିପାରିବେ ନାହିଁ”। ମହିଳାମାନେ ନିଜ ପିତା କିମ୍ବା ସ୍ୱାମୀଙ୍କଠାରୁ ଜାତି ପାଆନ୍ତି। ସେ କହିଛନ୍ତି ଯେ ଜାତିକୁ ନେଇ ଭେଦଭାବ କରୁଛୁ, ଯାହା ଅତ୍ୟନ୍ତ ଅମାନବୀୟ। ହିନ୍ଦୁ ଧର୍ମ ଏକ ଧର୍ମ ନୁହେଁ ବରଂ ଜୀବନ ବଞ୍ଚିବାର ଏକ ପଦ୍ଧତି । ମୁଁ ଭାବୁଛି ଏହା ଏପରି କିଛି ଯାହା ଅସାଧାରଣ ଭାବରେ ପ୍ରତିକ୍ରିୟାଶୀଳ ଅଟେ । ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ମାନବ ବିଜ୍ଞାନ ଅନୁଯାୟୀ ଆମର ଦେବତାମାନଙ୍କର ଉତ୍ପତ୍ତି ଜାଣିବା ଉଚିତ୍ । କୌଣସି ଦେବତା ଏପରିକି ମାତା ଲକ୍ଷ୍ମୀ କିମ୍ବା ଦେବୀ ଶକ୍ତି ମଧ୍ୟ ବ୍ରାହ୍ମଣ ନୁହନ୍ତି ସେହିପରି ଜଗନ୍ନାଥ ଆଦିବାସୀ ସମ୍ପ୍ରଦାୟ ର ଅଟନ୍ତି I ତେଣୁ ଆମେ ଆଜି ପର୍ଯ୍ୟନ୍ତ କାହିଁକି ଜାତିପ୍ରଥା ଭେଦ ଭାବ କୁ ପ୍ରଶ୍ରୟ ଦେଇ ଆସୁଛୁ I ଏହା ଅତ୍ୟନ୍ତ ଅମାନବୀୟ I ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଆମେ ବାବାସାହେବଙ୍କ ମତ ଉପରେ ପୁନର୍ବିଚାର କରୁଛୁ। ଆମର ଆଧୁନିକ ଭାରତର କୌଣସି ନେତା ନାହାଁନ୍ତି ଯିଏ ଏତେ ମହାନ ଚିନ୍ତକ ଥିଲେ। I

ଏହା ସହିତ ସେ କହିଥିଲେ,‘ହିନ୍ଦୁ କେବଳ ଧର୍ମ ନୁହେଁ, ଏହା ଜୀବନ ବଞ୍ଚିବାର ପଦ୍ଧତି ଯଦି ଏହା ଜୀବନ ବଞ୍ଚିବାର ପଦ୍ଧତି ତେବେ ଆମେ ସମାଲୋଚନା କୁ କାହିଁକି ଭୟଭୀତ ହେବା ?’ ସେ କହିଛନ୍ତି, ‘ଗୌତମ ବୁଦ୍ଧ ଆମର ଅନ୍ତର୍ନିହିତ, ଗଠନମୂଳକ ଭେଦଭାବ ଭୁଲି ଆମକୁ ଜାଗ୍ରତ କରିବାରେ ପ୍ରଥମ ଦିଗଦର୍ଶକ ଥିଲେ’ I