କୌଣସି ଖାଦ୍ୟ କମ୍ପାନୀ ଓଆରଏସ୍ ଲେବଲ୍‌ ବ୍ୟବହାର କରିପାରିବେ ନାହିଁ – ‘ହୁ’

ନୂଆଦିଲ୍ଲୀ: ମନଇଚ୍ଛା କୌଣସି ଖାଦ୍ୟ କମ୍ପାନୀ ଓଆରଏସ୍ (ORS) ଲେବଲ୍‌ ବ୍ୟବହାର କରିପାରିବେ ନାହିଁ। ଏଥିପାଇଁ ହୁ (WHO)ର ବିନା ଅନୁମୋଦନ ଦରକାର । ଏନେଇ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶନାମା ଜାରି କରିଛି ଫିସାଇ (FSSAI)। ସେହି ଅନୁସାରେ ୨୦୨୨ ଜୁଲାଇ ୧୪ ଏବଂ ୨୦୨୪ ଫେବୃଆରୀ ୨ରେ ଦେଇଥିବା ଆଦେଶକୁ ବାତିଲ କରିଛି ଫିସାଇ (FSSAI) ଟ୍ରେଡମାର୍କ ନାମରେ ଯେକୌଣସି ଖାଦ୍ୟ ଉତ୍ପାଦର ନାମକରଣରେ ଓଆରଏସକୁ ବା ଓଆରଏସକୁ ପ୍ରିଫିକ୍ସ […]

କୌଣସି ଖାଦ୍ୟ କମ୍ପାନୀ ଓଆରଏସ୍ ଲେବଲ୍‌ ବ୍ୟବହାର କରିପାରିବେ ନାହିଁ – ‘ହୁ’
Samaya Live Picture
Published On

ନୂଆଦିଲ୍ଲୀ: ମନଇଚ୍ଛା କୌଣସି ଖାଦ୍ୟ କମ୍ପାନୀ ଓଆରଏସ୍ (ORS) ଲେବଲ୍‌ ବ୍ୟବହାର କରିପାରିବେ ନାହିଁ। ଏଥିପାଇଁ ହୁ (WHO)ର ବିନା ଅନୁମୋଦନ ଦରକାର । ଏନେଇ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶନାମା ଜାରି କରିଛି ଫିସାଇ (FSSAI)। ସେହି ଅନୁସାରେ ୨୦୨୨ ଜୁଲାଇ ୧୪ ଏବଂ ୨୦୨୪ ଫେବୃଆରୀ ୨ରେ ଦେଇଥିବା ଆଦେଶକୁ ବାତିଲ କରିଛି ଫିସାଇ (FSSAI)

ଟ୍ରେଡମାର୍କ ନାମରେ ଯେକୌଣସି ଖାଦ୍ୟ ଉତ୍ପାଦର ନାମକରଣରେ ଓଆରଏସକୁ ବା ଓଆରଏସକୁ ପ୍ରିଫିକ୍ସ ବା ସଫିକ୍ସ ଭାବେ ଯୋଡ଼ିବା ଅନୁମତି ବାତିଲ କରାଯାଇଛି । ଏହା ଗ୍ରାହକ ଭ୍ରମିତ କରୁଛି । ଯଦି ଓଆରଏସ ଭୁଲ ଭାବେ ବ୍ୟବହୃତ ହୁଏ, ତେବେ ଏହା ବିପଦ ସୃଷ୍ଟି କରିପାରେ। ଖାଦ୍ୟ ସୁରକ୍ଷା ଓ ମାନକ ୨୦୦୬ର ନିୟମାବଳୀ କଡ଼ା ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ଏହାକୁ ବ୍ୟବହାର କରନ୍ତି ତେବେ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ ୨୦୦୬ର ଧାରା ୫୨ ଓ ୫୩ ଅନୁଯାୟୀ ଦଣ୍ଡିତ ହେବେ ।

Tags: