ଓଡ଼ିଶା ଉପରେ ନାହିଁ ବାତ୍ୟାର ଆଶଙ୍କା ! : ଆଇଏମଡି

ସମୟ ଲାଇଭ,୬/୧୧:  ଭାରତୀୟ ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମିଶ୍ର ଗଣମାଧ୍ୟକୁ ଦେଇଛନ୍ତି ଏହି ସୂଚନା। ଓଡ଼ିଶାରେ ସ୍ଥଳଭାଗ ଛୁଇଁ ନପାରେ ସାମୁଦ୍ର୍‍ିକ ବାତ୍ୟା ବୁଲବୁଲ। ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଅଭିମୂଖେ ଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ତେଣୁ ଲୋକମାନେ ଅଧିକ ଆତଙ୍କିତ ନହେବାକୁ ଏସଆରସି ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା କିମ୍ବା କାଲି ସକାଳେ ସମ୍ଭାବ୍ୟ ବାତ୍ୟା ନେଇ ହେବ ଚିତ୍ର ସ୍ପଷ୍ଟ । […]

Samaya Live Picture
Published On

ସମୟ ଲାଇଭ,୬/୧୧:  ଭାରତୀୟ ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମିଶ୍ର ଗଣମାଧ୍ୟକୁ ଦେଇଛନ୍ତି ଏହି ସୂଚନା। ଓଡ଼ିଶାରେ ସ୍ଥଳଭାଗ ଛୁଇଁ ନପାରେ ସାମୁଦ୍ର୍‍ିକ ବାତ୍ୟା ବୁଲବୁଲ। ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଅଭିମୂଖେ ଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। ତେଣୁ ଲୋକମାନେ ଅଧିକ ଆତଙ୍କିତ ନହେବାକୁ ଏସଆରସି ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟା କିମ୍ବା କାଲି ସକାଳେ ସମ୍ଭାବ୍ୟ ବାତ୍ୟା ନେଇ ହେବ ଚିତ୍ର ସ୍ପଷ୍ଟ । ତେବେ ସମୁଦ୍ର ମଧ୍ୟକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦେଇଛନ୍ତି ଏସଆରସି । ଅବପାତ ଗଭୀର ଅବପାତରେ ପରିଣତ ହୋଇଥିବା ବେଳେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ବିଶେଷ ରହିବ ନାହିଁ ବୋଲି ସୂଚନା ଦେଇଛି ଆଇଏମଡି   ଏହା ବାତ୍ୟା ରୂପ ନେଲେ ପଶ୍ଚିମବଂଗ ଓ ବାଂଲାଦେଶ ମୁହାଁ ହେବ । କିନ୍ତୁ ଏହା ପ୍ରଭାବରେ ଟଡ଼ିଶରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି। ସମ୍ଭାବ୍ୟ ବାତ୍ୟାକୁ ଆଖିଆଗରେ ରଖି ରାଜ୍ୟରେ ସବୁ ବନ୍ଦର ଗୁଡିକରେ ୧ ନମ୍ବର ବିପଦ ସଂକେତ ଦିଆଯାଇଛି।

Tags: