ପହଲଗାମ ଆକ୍ରମଣ ତଦନ୍ତ ପାଇଁ ଏନ୍ଆଇଏକୁ ଅଧିକ ୪୫ ଦିନ ସମୟ
ଜମ୍ମୁ : ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ ଭାର ଗ୍ରହଣ କରିଥିବା ଏନ୍ଆଇଏକୁ ତଦନ୍ତ ଶେଷ କରିବା ପାଇଁ ଅଧିକ ୪୫ ଦିନ ସମୟ ମିଳିଛି। ଜମ୍ମୁର ସ୍ବତନ୍ତ୍ର ଏନ୍ଆଇଏ କୋର୍ଟ ତଦନ୍ତକାରୀ ସଂସ୍ଥାକୁ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ତଦନ୍ତ ଏବେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ସମ୍ବେଦନଶୀଳ ସ୍ଥିତିରେ ରହିଛି। ଫରେନ୍ସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏନ୍ଆଇଏ ପକ୍ଷରୁ ସରକାରୀ ଓକିଲ ଚନ୍ଦନ କୁମାର ସିଂହ ଏହି ଯୁକ୍ତି ରଖିବା ପରେ ଅତିରିକ୍ତ […]
ଜମ୍ମୁ : ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ ଭାର ଗ୍ରହଣ କରିଥିବା ଏନ୍ଆଇଏକୁ ତଦନ୍ତ ଶେଷ କରିବା ପାଇଁ ଅଧିକ ୪୫ ଦିନ ସମୟ ମିଳିଛି। ଜମ୍ମୁର ସ୍ବତନ୍ତ୍ର ଏନ୍ଆଇଏ କୋର୍ଟ ତଦନ୍ତକାରୀ ସଂସ୍ଥାକୁ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ତଦନ୍ତ ଏବେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ସମ୍ବେଦନଶୀଳ ସ୍ଥିତିରେ ରହିଛି। ଫରେନ୍ସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏନ୍ଆଇଏ ପକ୍ଷରୁ ସରକାରୀ ଓକିଲ ଚନ୍ଦନ କୁମାର ସିଂହ ଏହି ଯୁକ୍ତି ରଖିବା ପରେ ଅତିରିକ୍ତ ସେସନ୍ସ ବିଚାରପତି ସନ୍ଦୀପ ଗନ୍ଦୋତ୍ର ଏନଆଇଏକୁ ତଦନ୍ତ ପାଇଁ ଅଧିକ ୪୫ ଦିନ ସମୟ ଦେଇଛନ୍ତି। ସେହିପରି ମାମଲାରେ ଗିରଫ ୨ ଜଣ ଅନନ୍ତନାଗ ବାସିନ୍ଦା ବସିର ଅହମଦ ଏବଂ ପରଭେଜ ଅହମଦଙ୍କୁ ନ୍ୟାୟିକ ହାଜତ ମିଆଦ ବୃଦ୍ଧି କରିବା ପାଇଁ ମଧ୍ୟ ଏଜେନ୍ସି ଅନୁରୋଧ କରିଥିଲା। ଏହାକୁ ମଧ୍ୟ ଅଦାଲତ ଅନୁମତି ଦେଇଛନ୍ତି।




