କଫ ସିରପ୍‌ ମୃତ୍ୟୁ ଘଟଣାରେ ୩ ରାଜ୍ୟକୁ ଏନ୍‌ଏଚ୍‌ଆର୍‌ସି ନୋଟିସ

ନୂଆଦିଲ୍ଲୀ: କଫ ସିରପ୍‌ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗର ତଦନ୍ତ ପାଇଁ ଏବଂ ତୁରନ୍ତ ଏହି ବିଷାକ୍ତ ଔଷଧ ବିକ୍ରି ନିଷିଦ୍ଧ କରିବା ପାଇଁ ଏନ୍‌ଏଚ୍‌ଆର୍‌ସି (ଜାତୀୟ ମାନବାଧିକାର କମିସନ୍‌) ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍‌ କରିଛନ୍ତି। ବିଷାକ୍ତ ଔଷଧ ଯୋଗାଣର ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ଏବଂ ରାଜ୍ୟଗୁଡ଼ିକ ସମସ୍ତ ଆ‌ଞ୍ଚଳିକ ଲ୍ୟାବ୍‌ ଏହି ବିଷାକ୍ତ ଔଷଧର ନମୁନା ପରୀକ୍ଷା କରି ‌ରିପୋର୍ଟ ଦାଖଲ କରିବାପାଇଁ ଡିସିଜିଆଇ (ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ […]

କଫ ସିରପ୍‌ ମୃତ୍ୟୁ ଘଟଣାରେ ୩ ରାଜ୍ୟକୁ ଏନ୍‌ଏଚ୍‌ଆର୍‌ସି ନୋଟିସ
Samaya Live Picture
Published On

ନୂଆଦିଲ୍ଲୀ: କଫ ସିରପ୍‌ ଯୋଗୁ ଶିଶୁ ମୃତ୍ୟୁ ଅଭିଯୋଗର ତଦନ୍ତ ପାଇଁ ଏବଂ ତୁରନ୍ତ ଏହି ବିଷାକ୍ତ ଔଷଧ ବିକ୍ରି ନିଷିଦ୍ଧ କରିବା ପାଇଁ ଏନ୍‌ଏଚ୍‌ଆର୍‌ସି (ଜାତୀୟ ମାନବାଧିକାର କମିସନ୍‌) ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ନୋଟିସ୍‌ କରିଛନ୍ତି। ବିଷାକ୍ତ ଔଷଧ ଯୋଗାଣର ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ଏବଂ ରାଜ୍ୟଗୁଡ଼ିକ ସମସ୍ତ ଆ‌ଞ୍ଚଳିକ ଲ୍ୟାବ୍‌ ଏହି ବିଷାକ୍ତ ଔଷଧର ନମୁନା ପରୀକ୍ଷା କରି ‌ରିପୋର୍ଟ ଦାଖଲ କରିବାପାଇଁ ଡିସିଜିଆଇ (ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ), ସିଡିଏସ୍‌ସିଓ (ସେଣ୍ଟ୍ରାଲ ଡ୍ରଗ୍‌ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍‌) ଡିଜିଏଚଏସ୍‌ ( ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ହେଲ୍ଥ ସର୍ଭିସେସ୍‌) ଏବଂ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ମଧ୍ୟ ଏନ୍‌ଏଚ୍‌ଆର୍‌ସି କହିଛନ୍ତି। ମଧ୍ୟପ୍ରଦେଶର ଛିଣ୍ଡୱାଡ଼ା ଏବଂ ବିଦିଶା ଜିଲ୍ଲାରେ ୧୨ ଶିଶୁଙ୍କର ଏବଂ ରାଜସ୍ଥାନର କିଛି ଜିଲ୍ଲାରେ କଫ୍‌ ସିରପ୍‌ ଯୋଗୁ ୨ ଶିଶୁଙ୍କର ମୃତ୍ୟୁ ହେବା ଘଟଣାରେ ତତ୍କାଳ ହସ୍ତକ୍ଷେପ ପାଇଁ ଅନୁରୋଧ କରାଯିବା ପରେ କମିସନ୍‌ ଏହି ନୋଟିସ୍‌ କରିଥିବା କହିଛନ୍ତି।

Tags: