ତିରୁପତି ଲଡୁ ବିବାଦ,ତଦନ୍ତ କରିବ ନୂଆ SIT

ନୂଆଦିଲ୍ଲୀ : ତିରୁପତି ଲଡୁ ବିବାଦରେ ତଦନ୍ତ କରିବ ନୂଆ SIT । ନୂଆ SIT ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI)ର ଦୁଇଜଣ ବରିଷ୍ଠ ଅଧିକାରୀ ଏବଂ ସିବିଆଇର ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ଏସଆଇଟି ଗଠିତ ହେବ ବୋଲି ସୁପ୍ରିମକୋର୍ଟ କହି ପୂର୍ବରୁ ଆନ୍ଧ୍ର ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ବଦଳରେ ନୂଆ ଏସଆଇଟି ଗଠନ କରାଯାଇ ତଦନ୍ତ କରାଯିବ। ଏହି […]

Samaya Live Picture
Published On

ନୂଆଦିଲ୍ଲୀ : ତିରୁପତି ଲଡୁ ବିବାଦରେ ତଦନ୍ତ କରିବ ନୂଆ SIT । ନୂଆ SIT ଗଠନ କରିବାକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI)ର ଦୁଇଜଣ ବରିଷ୍ଠ ଅଧିକାରୀ ଏବଂ ସିବିଆଇର ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ଏସଆଇଟି ଗଠିତ ହେବ ବୋଲି ସୁପ୍ରିମକୋର୍ଟ କହି

ପୂର୍ବରୁ ଆନ୍ଧ୍ର ସରକାରଙ୍କ ଦ୍ୱାରା ଗଠିତ ଏସଆଇଟି ବଦଳରେ ନୂଆ ଏସଆଇଟି ଗଠନ କରାଯାଇ ତଦନ୍ତ କରାଯିବ। ଏହି ଟିମରେ ୨ଜଣ ପୁଲିସ, ୨ଜଣ ସିବିଆଇ ଅଧିକାରୀ ଓ ଏଫଏସଏସଏଆଇର ଜଣେ ସଦସ୍ୟ ରହିବେ। ଏହାସହିତ ସୁପ୍ରିମକୋର୍ଟ କହିଛନ୍ତି ଏସଆଇଟିର ତଦନ୍ତ ଅନୁଧ୍ୟାନ କରିବେ ସିବିଆଇ ନିର୍ଦ୍ଦେଶକ।

ଶୁଣାଣି ସମୟରେ ଜଷ୍ଟିସ୍‌ ଭୂଷଣ ରାମକ୍ରିଷ୍ଣା ଗବାଇ କହିଛନ୍ତି ଯେ, ଆମେ ଚାହୁଁନାହୁଁ ଏହା ରାଜନୈତିକ ନାଟକ ହେଉ । ସ୍ବତନ୍ତ୍ର ଟିମ୍‌ ହେଲେ ହିଁ ଆତ୍ମବିଶ୍ବାସ ରହିବ । ଗତ ଶୁଣାଣି ସମୟରେ ସୁପ୍ରିମକୋର୍ଟ ସଲିସିଟ୍‌ର ଜେନେରାଲ ତୁଷାର ମେହେଟାଙ୍କୁ ପ୍ରଶ୍ନ କରିଥିଲେ ଯେ, ରାଜ୍ୟ ସରକାରଙ୍କ ଏସଆଇଟି ପର୍ଯ୍ୟାପ୍ତ ନା ସ୍ବତନ୍ତ୍ର ଏଜେନ୍ସିକୁ ତଦନ୍ତ ଭାର ଦିଆଯିବା ଦରକାର ? କିନ୍ତୁ ଏସଜି ରାଜ୍ୟ ସରକାରଙ୍କ ଏସଆଇଟି ଉପରେ ବିଶ୍ବାସ ପ୍ରକଟ କରିଥିଲେ ଏବଂ ଏହାର ନତେୃତ୍ବ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ନିଅନ୍ତୁ ବୋଲି କହିଥିଲେ । ଏହା ସତ୍ତ୍ୱେ ଆଜି ସୁପ୍ରିମକୋର୍ଟ ଦ୍ବତନ୍ତ୍ର ତଦନ୍ତ ଟିମ୍‌ ଗଠନ କରିଛନ୍ତି ।

ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ପ୍ରସିଦ୍ଧ ତିରୁପତି ମନ୍ଦିର ଲଡୁ ପ୍ରସ୍ତୁତ ହେଉଥିବା ଘିଅରେ ପଶୁ ଚର୍ବି ଅପମିଶ୍ରିତ ହେଉଥିବା ଅଭିଯୋଗ ଆଣିଥିଲେ। ଏହାପରେ ଗୁଜରାଟର ଏକ ଘରୋଇ ସଂସ୍ଥାରେ ତିରୁପତି ମନ୍ଦିରରେ ବ୍ୟବହୃତ ହେଉଥିବା ଘିଅର ମାନକ ପରୀକ୍ଷଣ କରାଯାଇଥିଲା। ଏଥିରେ ମାଛ ତେଲ, ଘୁଷୁରି ଏବଂ ଗୋ-ଚର୍ବି ମିଶ୍ରିତ ହେଉଥିବା କୁହାଯାଇଥିଲା। ଆନ୍ଧ୍ର ସରକାରଙ୍କ ଗଠିତ ଏସଆଇଟି ତଦନ୍ତକୁ ତିନିଦିନ ବାତିଲ କରାଯାଇଥିଲା। ଆନ୍ଧ୍ର ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦେଶ ଅନୁଯାୟୀ ଅକ୍ଟୋବର ୩ତାରିଖ ପର୍ଯ୍ୟନ୍ତ ତିରୁପତି ଲଡୁ ବିବାଦ ଉପରେ ଏସଆଇଟି ପ୍ରକାର ତଦନ୍ତ କରିନଥିଲା। ଲଡୁ ବିବାଦର ତଦନ୍ତ ପାଇଁ ରାଜ୍ୟ ସରକାର ସେପ୍ଟେମ୍ବର ୨୬ରେ ଏସଆଇଟି ଗଠନ କରିଥିଲେ।

Tags: