ରେଳବାଇରେ ତତ୍କାଳ ଟିକେଟ୍ ବୁକିଂ ପାଇଁ ନୂଆ ନିୟମ, ଜୁଲାଇ ୧ ରୁ ଆଧାର ବାଧ୍ୟତାମୂଳକ
ଭୁବନେଶ୍ୱର : ରେଳବାଇରେ ତତ୍କାଳ ଟିକେଟ୍ ବୁକିଂ ପାଇଁ ଆସିବ ନୂଆ ନିୟମ । ଭାରତୀୟ ରେଳବାଇ ତତ୍କାଳ ଟ୍ରେନ୍ ଟିକେଟ ବୁକ୍ କରିବା ପାଇଁ ବାଧ୍ୟତାମୂଳକ ଇ-ଆଧାର ପ୍ରମାଣୀକରଣ ପ୍ରଚଳନ କରିବାକୁ ଯାଉଛି। ଜୁନ ଶେଷ ତଥା ଜୁଲାଇ ୧ ତାରିଖରୁ ତତ୍କାଳ ଟିକେଟ୍ ବୁକିଂ ପାଇଁ IRCTC (ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ୍) ଓ୍ଵେବସାଇଟ୍ କିମ୍ବା ଆପ ମାଧ୍ୟମରେ ଆଧାର ପ୍ରାମାଣ ବାଧ୍ୟତାମୂଳକ କରାଯାଇଛି । ୧୫ ଜୁଲାଇରୁ ଆଧାର-ଲିଙ୍କ୍ […]
ଭୁବନେଶ୍ୱର : ରେଳବାଇରେ ତତ୍କାଳ ଟିକେଟ୍ ବୁକିଂ ପାଇଁ ଆସିବ ନୂଆ ନିୟମ । ଭାରତୀୟ ରେଳବାଇ ତତ୍କାଳ ଟ୍ରେନ୍ ଟିକେଟ ବୁକ୍ କରିବା ପାଇଁ ବାଧ୍ୟତାମୂଳକ ଇ-ଆଧାର ପ୍ରମାଣୀକରଣ ପ୍ରଚଳନ କରିବାକୁ ଯାଉଛି। ଜୁନ ଶେଷ ତଥା ଜୁଲାଇ ୧ ତାରିଖରୁ ତତ୍କାଳ ଟିକେଟ୍ ବୁକିଂ ପାଇଁ IRCTC (ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ୍) ଓ୍ଵେବସାଇଟ୍ କିମ୍ବା ଆପ ମାଧ୍ୟମରେ ଆଧାର ପ୍ରାମାଣ ବାଧ୍ୟତାମୂଳକ କରାଯାଇଛି । ୧୫ ଜୁଲାଇରୁ ଆଧାର-ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବରକୁ ପଠାଯାଇଥିବା OTP ଯାଞ୍ଚ କରାଯିବ ।
AC ପାଇଁ ସକାଳ ୧୦ରୁ ୧୦. ୩୦ ଓ ନନ୍-ଏସି ଶ୍ରେଣୀ ପାଇଁ ୧୧ ଟା ୧୧ଟା ୩୦ ମଧ୍ୟରେ ତତ୍କାଳ ଟିକେଟ୍ ବୁକିଂ କରିପାରିବେ । IRCTC ଏଜେଣ୍ଟମାନେ ଟିକେଟ୍ ବୁକ୍ କରିପାରିବେ ନାହିଁ। କନଫର୍ମ ତତ୍କାଳ ଟିକେଟ୍ ବାତିଲ କରିବାରେ କୌଣସି ଟଙ୍କା ଫେରସ୍ତ ହେବ ନାହିଁ। ଯଦି ଟ୍ରେନ୍ ୩ ଘଣ୍ଟାରୁ ଅଧିକ ବିଳମ୍ବ ହୁଏ କିମ୍ବା ଅନ୍ୟ ରୁଟରେ ଚାଲେ ତେବେ ସମ୍ପୂର୍ଣ୍ଣ ତାଙ୍କ ଫେରସ୍ତ ମିଳିବ । ସେହିପରି ଗୋଟିଏ PNRରେ ସର୍ବାଧିକ ୪ ଜଣ ଯାତ୍ରୀଙ୍କ ପାଇଁ ଟିକେଟ୍ ବୁକ୍ କରାଯାଇପାରିବ। ଆଧାର ବ୍ୟତୀତ ଅନ୍ୟ ପରିଚୟ ପତ୍ର ଯଥା ଭୋଟର ଆଇଡି, ପାନ୍ କାର୍ଡ, ପାସପୋର୍ଟ ମଧ୍ୟ ଯାତ୍ରା ସମୟରେ ବୈଧ ହେବ।




