ନୂଆଦିଲ୍ଲୀ : ନରେଲା ପ୍ଲାଷ୍ଟିକ ଫାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ,୨ ମୃତ
ନୂଆଦିଲ୍ଲୀ : ମଙ୍ଗଳବାର ସକାଳ ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍ ଏରିଆର ତିନି ମହଲା ପ୍ଲାଷ୍ଟିକ୍ କାରଖାନାରେ ଘଟିଛି ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିବ ସହିତ ନିଆଁ ଓ ଧୂଆଁ ମଧ୍ୟରେ ଅନେକ ଲୋକ ଫସି ହୋଇ ରହି ଯାଇଛନ୍ତି । ଦୁର୍ଘଟଣାର ସୂଚନା ମିଳିବା ପରେ ଘଟଣାସ୍ଥଳରେ ୧୫ ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଫ୍ୟାକ୍ଟୟିର ପ୍ରଥମ ଓ ଦ୍ବିତୀୟ […]
ନୂଆଦିଲ୍ଲୀ : ମଙ୍ଗଳବାର ସକାଳ ଦିଲ୍ଲୀର ନରେଲା ଇଣ୍ଡଷ୍ଟ୍ରିଆଲ୍ ଏରିଆର ତିନି ମହଲା ପ୍ଲାଷ୍ଟିକ୍ କାରଖାନାରେ ଘଟିଛି ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିବ ସହିତ ନିଆଁ ଓ ଧୂଆଁ ମଧ୍ୟରେ ଅନେକ ଲୋକ ଫସି ହୋଇ ରହି ଯାଇଛନ୍ତି । ଦୁର୍ଘଟଣାର ସୂଚନା ମିଳିବା ପରେ ଘଟଣାସ୍ଥଳରେ ୧୫ ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଫ୍ୟାକ୍ଟୟିର ପ୍ରଥମ ଓ ଦ୍ବିତୀୟ ମହଲାରେ ନିଆଁ ଲାଗିଥିବା ଜଣ ପଡିଛି I
ପ୍ରତ୍ୟକ୍ଷଦର୍ଶୀ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନରେଲା ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଥିବା ତିନି ମହଲା ପ୍ଲାଷ୍ଟିକ୍ ପ୍ଲେଟ କାରଖାନାରେ ନିଆଁ ଲାଗିଯାଇଥିଲା I ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହେବ ସହିତ ୮ରୁ ୧୦ ଜଣ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି I ଫଳରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିଆଁ ଏତେ ଭୟଙ୍କର ହୋଇଛି ଯେ ଗତ ଦୁଇ ଘଣ୍ଟା ଧରି ଅଗ୍ନିଶମ ବିଭାଗର ନିରନ୍ତର ଉଦ୍ୟମ ସତ୍ତ୍ଵେ ଏହି ଭୟଙ୍କର ନିଆଁକୁ ନିୟନ୍ତ୍ରଣକୁ ନିଆଯାଇପାରି ନଥିଲା I ଦୁର୍ଘଟଣାରେ ଜୀବନ ହରାଇଥିବା ଲୋକଙ୍କର ଚିହ୍ନଟ କରାଯାଉଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ କ’ଣ ତାହା ଜଣାପଡିନି। ନିଆଁ ଲାଗିବା ପରେ ଘଟଣାସ୍ଥଳରେ ଆତଙ୍କର ସ୍ଥିତି ଦେଖିବାକୁ ମିଳିଥିଲା। ଲୋକମାନେ ଜୀବନ ବଞ୍ଚାଇବା ପାଇଁ ପଳାୟନ କରିଥିଲେ, କିନ୍ତୁ ନିଆଁ ଏତେ ଭୟଙ୍କର ଥିଲା ଯେ, କିଛି ଲୋକ ପୋଡି ଯାଇଥିଲେ।




