ଅଗଷ୍ଟ ୩ରେ ହେବ ନିଟ୍‌ ପିଜି ପରୀକ୍ଷା

ନୂଆଦିଲ୍ଲୀ: ଅଗଷ୍ଟ ୩ରେ ହେବ ନିଟ୍‌ ପିଜି- ୨୦୨୫ ପରୀକ୍ଷା। ଏନେଇ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଜାତୀୟ ପରୀକ୍ଷା ବୋର୍ଡ(ଏନବିଇ)କୁ ଦିଆଯାଇଥିବା ପୂର୍ବ ସମୟସୀମାକୁ ବୃଦ୍ଧି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ଏହି ପରୀକ୍ଷା ଚଳିତ ବର୍ଷ ଜୁନ୍ ୧୫ରେ ଅନୁଷ୍ଠିତ ହେବାର ଥିଲା। ସୁପ୍ରିମକୋର୍ଟ ଦୁଇଟି ସିଫ୍ଟରେ ପରୀକ୍ଷା ଆୟୋଜନ ପ୍ରସ୍ତାବ ଉପରେ ଉଦ୍‌ବେଗ ପ୍ରକାଶ କରିବା ପରେ ସ୍ଥଗିତ ରଖାଯାଇଥିଲା। ମେ’ ୩୦ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ନିଟ୍‌ ପିଜି ପରୀକ୍ଷା […]

ଅଗଷ୍ଟ ୩ରେ ହେବ ନିଟ୍‌ ପିଜି ପରୀକ୍ଷା
Samaya Live Picture
Published On

ନୂଆଦିଲ୍ଲୀ: ଅଗଷ୍ଟ ୩ରେ ହେବ ନିଟ୍‌ ପିଜି- ୨୦୨୫ ପରୀକ୍ଷା। ଏନେଇ ଅନୁମତି ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ। ଜାତୀୟ ପରୀକ୍ଷା ବୋର୍ଡ(ଏନବିଇ)କୁ ଦିଆଯାଇଥିବା ପୂର୍ବ ସମୟସୀମାକୁ ବୃଦ୍ଧି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପୂର୍ବରୁ ଏହି ପରୀକ୍ଷା ଚଳିତ ବର୍ଷ ଜୁନ୍ ୧୫ରେ ଅନୁଷ୍ଠିତ ହେବାର ଥିଲା। ସୁପ୍ରିମକୋର୍ଟ ଦୁଇଟି ସିଫ୍ଟରେ ପରୀକ୍ଷା ଆୟୋଜନ ପ୍ରସ୍ତାବ ଉପରେ ଉଦ୍‌ବେଗ ପ୍ରକାଶ କରିବା ପରେ ସ୍ଥଗିତ ରଖାଯାଇଥିଲା।

ମେ’ ୩୦ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ନିଟ୍‌ ପିଜି ପରୀକ୍ଷା କେବଳ ଗୋଟିଏ ସିଫ୍ଟରେ କରାଯିବ। ଏହାପରେ ଏନବିଇ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରି ପରୀକ୍ଷାକୁ ପରବର୍ତ୍ତୀ ତାରିଖରେ ପୁନଃନିର୍ଦ୍ଧାରିତ କରିବା ପାଇଁ ସମୟ ବୃଦ୍ଧି କରିବାକୁ ଅନୁରୋଧ କରିଥିଲା, କାରଣ ଏକକ-ସିଫ୍ଟ ଆଦେଶ ପାଳନ କରିବା ପାଇଁ ନୂତନ ବ୍ୟବସ୍ଥା କରିବାକୁ ପଡ଼ିବ।

Tags: