ସ୍ଥଗିତ ରହିଲା ନିଟ୍ ପିଜି ୨୦୨୫ ପରୀକ୍ଷା ,ନୂଆ ତାରିଖ ଘୋଷଣାକୁ ଅପେକ୍ଷା
ନୂଆଦିଲ୍ଲୀ : ଜୁନ ୧୫ରେ ହେବାକୁ ଥିବା ନିଟ୍ ପିଜି ୨୦୨୫(ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ) ପରୀକ୍ଷା ସ୍ଥଗିତ ରହିଲା । ଖୁବଶୀଘ୍ର ନୂଆ ତାରିଖ ଘୋଷଣା ହେବ । ଏ ନେଇ ନ୍ୟାସନାଲ ବୋର୍ଡ ଅଫ ଏକ୍ସାମିନେସନ୍ସ ଇନ ମେଡିକାଲ ସାଇନ୍ସେସ (ଏନବିଏଏମଏସ) ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ ଇନ ମେଡିକାଲ ସାଇନ୍ସେସ (ଏନବିଏଏମଏସ) […]
ନୂଆଦିଲ୍ଲୀ : ଜୁନ ୧୫ରେ ହେବାକୁ ଥିବା ନିଟ୍ ପିଜି ୨୦୨୫(ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ) ପରୀକ୍ଷା ସ୍ଥଗିତ ରହିଲା । ଖୁବଶୀଘ୍ର ନୂଆ ତାରିଖ ଘୋଷଣା ହେବ । ଏ ନେଇ ନ୍ୟାସନାଲ ବୋର୍ଡ ଅଫ ଏକ୍ସାମିନେସନ୍ସ ଇନ ମେଡିକାଲ ସାଇନ୍ସେସ (ଏନବିଏଏମଏସ) ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରୀକ୍ଷାକୁ ଗୋଟିଏ ସିଫ୍ଟରେ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ ଇନ ମେଡିକାଲ ସାଇନ୍ସେସ (ଏନବିଏଏମଏସ) ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ପରୀକ୍ଷାରେ ସ୍ବଚ୍ଛତା ରକ୍ଷା ପାଇଁ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଏନବିଏଏମଏସ ପକ୍ଷରୁ ଜାରି ଏକ ନୋଟିସରେ କୁହାଯାଇଛି ଯେ ଗୋଟିଏ ସିଫ୍ଟରେ ପରୀକ୍ଷା ଆୟୋଜନ କରିବାକୁ ଅଧିକ ସଂଖ୍ୟକ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା ଆବଶ୍ୟକ ଥିବାରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏନବିଏଏମଏସ ଏକ ଅଫିସିଆଲ ବିଜ୍ଞପ୍ତି ଜାରି କରି କହିଛି ଯେ ନୂଆ ପରୀକ୍ଷା ତାରିଖ ଶୀଘ୍ର ଘୋଷଣା କରାଯିବ। ଏହି ବିଜ୍ଞପ୍ତି ଏନବିଏଏମଏସ ର ଅଫିସିଆଲ ଓ୍ଵେବସାଇଟ nbe.edu.in ରେ ଉପଲବ୍ଧ ରହିଛି।
ସୂଚନାନୁସାରେ, ନିଟ୍ ପିଜି ହେଉଛି ମେଡିକାଲ ଗ୍ରାଜୁଏଟମାନଙ୍କ ପାଇଁ ଏକ ଜାତୀୟସ୍ତରର ପରୀକ୍ଷା । ଏହି ପରୀକ୍ଷାକୁ ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ୍ସ ଇନ ମେଡିକାଲ ସାଇନ୍ସେସ (ଏନବିଏଏମଏସ) ଆୟୋଜନ କରିଥାଏ ।




